ଦୁର୍ଗାପୂଜା : କେଉଁ ରାସ୍ତା ଦେଇ ବୁଲିବେ ପୂଜା, ଏଇ ରାସ୍ତାରେ ଗଲେ ପୋଲିସ...
by Argus News
Tue, Oct 08 | 7:32 p.m.

ଅର୍ଗସ ବ୍ୟୁରୋ: ରାତି ପାହିଲେ ମଣ୍ଡପରେ ମହାସପ୍ତମୀ ପୂଜା । ଦେବୀ ଦୁର୍ଗାଙ୍କର ହେବ ଚକ୍ଷୁ ଦାନ । ଆଉ ଅପରାହ୍ନରୁ ଟ୍ଵିନସିଟିରେ ହେବ ପ୍ରବଳ ଜାମ । ସହଜରେ ତ ଭୁବନେଶ୍ଵର-କଟକରେ ଏମିତିରେ ରାସ୍ତା ଜାମ ହେଉଛି । ଏବେ ପୁଣି ପୂଜା ବଜାର । ସେଇଥି ଲାଗି ତ କେମିତି ଟ୍ରାଫିକ କଂଟ୍ରୋଲ ହେବ ସେନେଇ କମିଶନରେଟ୍‌ ପୋଲିସ ପକ୍ଷରୁ କରାଯାଇଛି ସ୍ଵତନ୍ତ୍ର ବ୍ୟବସ୍ଥା ।

ଦୁର୍ଗାପୂଜା ପାଇଁ ଟୁଇନ ସିଟିରେ ରହିବ ସ୍ଵତନ୍ତ୍ର ଟ୍ରାଫିକ କଟକଣା । ଆସନ୍ତା ୯ ତାରିଖରୁ ୧୩ ତାରିଖ ଯାଏଁ କଟକ ଏବଂ ଭୁବନେଶ୍ଵରରେ ଟ୍ରାଫିକ କଟକଣା ଜାରି ରହିବ । ଏନେଇ ବିଜ୍ଞପ୍ତି ଜାରି କରିଛି କମିଶନରେଟ୍ ପୋଲିସ । ସିଲିଭର ସିଟି କଟକରେ ଅପରାହ୍ନ ୪ରୁ ରାତି ୧ ପର୍ଯ୍ୟନ୍ତ କଟକଣା ଲାଗୁ ହେବ । ସେହିପରି ଭୁବନେଶ୍ଵରରେ ଅପରାହ୍ନ ୪ରୁ ରାତି ୨ଟା ପର୍ଯ୍ୟନ୍ତ କଟକଣା ରହିବ । ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ,  ଭୁବନେଶ୍ଵରରେ ବାଣୀବିହାରରୁ ଶିଶୁଭବନ ଛକ, ରସୁଲଗଡରୁ ଲିଙ୍ଗିପୁର ଛକ, ବରମୁଣ୍ଡରୁ ପଳାଶୁଣୀ ଯାଏ ଉଭୟ ପାର୍ଶ୍ଵର ସର୍ଭିସ ରୋଡ୍, ଆଚାର୍ଯ୍ୟ ବିହାରୁ -ଏୟାରପୋର୍ଟ ଛକ, ଆଚାର୍ଯ୍ୟ ବିହାରରୁ କଳିଙ୍ଗ ହସ୍ପିଟାଲ ଛକ, ଜୟଦେବ ବିହାରର ରାଜଭବନ ଏବଂ ନନ୍ଦନକାନ ଛକ ଭଳି ପ୍ରମୁଖ ରାସ୍ତାରେ ଭାରିଯାନ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିବ । ସେହପରି କଟକରେ ମଙ୍ଗଳାବାଗ ଛକ, ଦୋଳମୁଣ୍ଡାଇ, ମାଲଗୋଦାମ ଫାଣ୍ଡି, ଛତ୍ରବଜାର ଅଞ୍ଚଳର ରାସ୍ତାରେ କଟକଣା ଜାରି ହୋଇଛି । ଭସାଣି ପାଇଁ ୧୪ ତାରିଖ ସକାଳ ୭ରୁ ୧୫ ତାରିଖ ଭସାଣି ଶେଷ ଯାଏଁ ଲାଗୁ ହେବ ଟ୍ରାଫିକ କଟକଣା । 

ମୋଟ୍‌ ଉପରେ, ପାର୍ବଣ ପାଇଁ ଟ୍ଵିନସିଟିରେ ପ୍ରବଳ ଭିଡ଼ ଜମେ । ସଂଧ୍ୟା ନଇଁଲେ ତ ଘରୁ ବାହାରିବା ମୁସ୍କିଲ ହୋଇଯାଏ । ହେଲେ ଏଥର କେମିତି ସହଜରେ ପୂଜାର ମଜା ଉଠାଇପାରିବେ ଭକ୍ତ ସେନେଇ ଟ୍ରାଫିକ ଉପରେ ବିଶେଷ ଗୁରୁତ୍ଵ ଦେଇଛି କମିଶନରେଟ୍‌ ପୋଲିସ ।
 


 

ଗ୍ରାଚୁଇଟି ସୀମା
30m ago
୨୦ ଲକ୍ଷ ହେଲା ସରକାରୀ କର୍ମଚାରୀମାନଙ୍କ ଗ୍ରାଚୁଇଟି ସୀମା
ଅଗର୍ସ ବ୍ୟୁରୋ : ରାଜ୍ୟର ସରକାରୀ କର୍ମଚାରୀମାନଙ୍କ ଗ୍ରାଚୁଇଟି ସୀମା ୧୫ ଲକ୍ଷରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି। ପିଛିଲା ଭାବେ ୨୦୨୪ ଜାନୁଆରୀ ୧ ରୁ ଲାଗୁ ହେବ। ରାଜ୍ୟର ସରକାରୀ କର୍ମଚାର
ସୁଭଦ୍ରା ଯୋଜନା
48m ago
ଅସହାୟଙ୍କ ସାହାର ସୁନିଲ, ସାଜିଛନ୍ତି ସୁଭଦ୍ରା ଯୋଜନାର ସାରଥୀ
ସମ୍ବଲପୁର : କିଏ ଚାଲି ପାରୁ ନାହିଁ, ତ କିଏ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାପାଇଁ ଅନ୍ୟର ସାହାରା ଲୋଡୁଛି, ସେ ପରିସ୍ଥିତିରେ ଅନେକ ଅସହାୟ, ଗର୍ଭବତୀ, ଦିବ୍ୟାଙ୍ଗ ମହିଳାମାନ
ହରିୟାଣା
ହରିୟାଣାରେ ଫେଲ ମାରିଲା ସମସ୍ତ ଏକଜିଟ୍ ପୋଲର ଆକଳନ
ନୂଆଦିଲ୍ଲୀ: ଭୁଲ୍ ପ୍ରମାଣିତ ହେଲା କଂଗ୍ରେସର ସବୁ ଆସ୍ଫାଳନ । ହରିଆଣାରେ ଫେଲ୍ ମାରିଲା ସମସ୍ତ ଏକଜିଟ୍ ପୋଲର ଆକଳନ । ମୋଦିଙ୍କ ବିଶ୍ବସ୍ତ ସିପାହୀଙ୍କ ରଣନୀତି ଆଗରେ ବିରୋଧୀ ହେଲେ ଚିତ୍