ମୁମ୍ବାଇର ଲଗାତାର ବିଜୟ: ବୁମରାଙ୍କୁ ମିଳିଲା ୫ ୱିକେଟ୍
by Argus News
Fri, Apr 12 | 12:10 p.m.

ଅର୍ଗସ ବ୍ୟୁରୋ: ୫ ଥର ଆଇପିଏଲ୍‌ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଋତୁରେ ଲଗାତାର ଦ୍ବିତୀୟ ବିଜୟ ପାଇଛି। ହ୍ୟାଟ୍ରିକ୍‌ ପରାଜୟରୁ ଅଭିଯାନ ଆରମ୍ଭ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ଘରୋଇ ପଡ଼ିଆ ୱାଙ୍ଖ୍‌ଡ଼େରେ ଏହି ଦୁଇ ବିଜୟ ପାଇଛି। ଗତ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ଥିବା ଘରୋଇ ଦଳ ଗୁରୁବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୭ ୱିକେଟ୍‌ରେ ମାତ୍‌ ଦେଇଛି। ୧୯୭ ରନ୍‌ର ବଡ଼ ବିଜୟ ଲକ୍ଷ୍ୟକୁ ଏହି ଦଳ ମାତ୍ର ୩ ୱିକେଟ୍‌ ହରାଇ ୨୭ ବଲ୍‌ ପୂର୍ବରୁ ହାସଲ କରିନେଇଛି। 

ଈଶାନ କିଶନ ଓ ରୋହିତ ଶର୍ମା ୮.୫ ଓଭରେ ୧୦୧ ‌ରନ୍‌ ଯୋଡ଼ି ଦୃଢ଼ ମୁଳଦୁଆ ପକାଇଥିଲେ। ଈଶାନ (୬୯, ୩୪ ବଲ୍‌, ୭ ଚୌକା, ୫ ଛକା) ୨୩ ବଲରୁ ଅର୍ଦ୍ଧଶତକ ଅର୍ଜନ କରି ଆଉଟ୍‌ ହୋଇଥିଲେ। ଦଳୀୟ ସ୍କୋର୍‌ ୧୩୯ ରନ୍‌ ଥିଲା ବେଳେ ରୋହିତ (୩୮) ପାଭିଲିୟନ ଫେରିଥିଲେ। 
ଏହାପରେ ସୂର୍ଯ୍ୟକୁମାର ଯାଦବ ମାତ୍ର ୧୭ ବଲ୍‌ରୁ ଅର୍ଦ୍ଧଶତକ ଅର୍ଜନ କରି ବିଜୟର ନିକଟତର କରିଥିଲେ। ସୂର୍ଯ୍ୟ (୫୨, ୧୯ ବଲ୍‌, ୫ ଚୌକା, ୪ ଛକା) ଆଉଟ୍‌ ହେବା ପରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା (୨୧, ୬ ବଲ୍‌, ୩ ଛକା) ଓ ତିଲକ ବର୍ମା (୧୬, ୧୦ ବଲ୍‌, ୩ ଚୌକା) ଅପରାଜିତ ରହିଥିଲେ। ଆକାଶ ଦୀପଙ୍କୁ ଛକା ମାରି ହାର୍ଦ୍ଦିକ ବିଜୟ ମୁଣ୍ଡି ମାରିଥିଲେ। ଏଥିସହ ୱାଙ୍ଖଡେରେ ୨୦୧୫ ପରଠାରୁ ମୁମ୍ବାଇ ଇଣ୍ଡିଆନ୍ସକୁ ଆର୍‌ସିବି ହାରାଇ ପାରିନାହିଁ। ଗତବର୍ଷ ମଧ୍ୟ ଏଠାରେ ଆର୍‌ସିବି ୧୯୯ ରନ୍‌ କରିବା ସତ୍ତ୍ବେ ୨୧ ବଲ୍‌ ପୂର୍ବରୁ ୬ ୱିକେଟ୍‌ରେ ହାରିଥିଲା।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

EMPLOYEES
48m ago
କମ୍ପାନୀରେ ବାରମ୍ବାର ବିଷାକ୍ତ ଗ୍ୟାସ ଲିକ ଯୋଗୁଁ ଘଟୁଛି ଅଘଟଣ
ଅର୍ଗସ ବ୍ୟୁରୋ: ମହିଳା କର୍ମଚାରୀଙ୍କ ଜୀବନ ସହ ଖେଳ । ବାଲେଶ୍ଵରରେ ଛତୁ ଫୁଟିଲା ଭଳି ମାଳ ମାଳ ଚିଙ୍ଗୁଡ଼ି କମ୍ପାନୀ । କମ୍ପାନୀରେ ନିୟୋଜିତ ମହିଳା କର୍ମଚାରୀଙ୍କ ଜୀବନ ସହ ଖେଳୁଛନ୍ତ
BAJRANG PARTY
ଗୋମାଂସ କଟାକୁ ବିରୋଧ: ବଜରଙ୍ଗ ଦଳର କର୍ମୀଙ୍କୁ ଆକ୍ରମଣ, ୧୫ ଆହତ
ଅର୍ଗସ ବ୍ୟୁରୋ: ଧର୍ମକ୍ଷେତ୍ର କାକଟପୁରରେ ଗୋମାଂସ କଟାକୁ ନେଇ ବିବାଦ । ପବିତ୍ର ସମେଶ୍ୱର ମନ୍ଦିର ନିକଟର ଥିବା ବସ୍ତିରେ ଗୋମାଂସ କଟାକୁ ବିରୋଧ କରାଯିବାରୁ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ
TIGER
ବାରିପଦା ସହରରେ କଲରାପତରିଆ ବାଘ ଆତଙ୍କ
ଅର୍ଗସ ବ୍ୟୁରୋ: ବାରିପଦା ସହରରେ ବାଘ ଆତଙ୍କ ।ଏହା ଏକ କଲରା ପତରିଆ ବାଘ ବୋଲି ପ୍ରତ୍ୟକ୍ଷଦର୍ଶୀ ଙ୍କ ପକ୍ଷରୁ ସୂଚନା । ଆଜି ସକାଳ ୬.୪୦ ମିନିଟ ସମୟରେ ସହରର ଭଞ୍ଜପୁ