ଜଣଙ୍କ ଜୀବନ ବଦଳରେ ୨ଜଣ ପାଇଲେ ନୂଆ ଜୀବନ
by Argus News
Mon, Mar 25 | 8:58 p.m.

ଅର୍ଗସ ବ୍ୟୁରୋ : ୨୬ ବର୍ଷ ଧରି ଦେଶସେବା କରିବା ପରେ ଆଖି ବୁଜିଛନ୍ତି ଖୋର୍ଦ୍ଧା ସାରୁଅର ସିଆରପିଏଫ ଜବାନ କୃଷ୍ଣଚନ୍ଦ୍ର ମହାଭୋଇ । ମୃତ୍ୟୁ ପୂର୍ବରୁ ଅଙ୍ଗଦାନ କରି ଯବାନଙ୍କ ମହାନତାକୁ ଦର୍ଶାଇବା ସହିତ ସବୁଦିନ ତାଙ୍କୁ ପାଇଁ ଅମର କରିଦେଇଛି । ବାପା, ଭାଇ, ସ୍ଵାମୀକୁ ହରାଇ କୃଷ୍ଣଙ୍କ ପରିବାର ଲୋକ ଭାଙ୍ଗି ପଡିଥିଲେ ମଧ୍ୟ ଅଙ୍ଗଦାନ ଭଳି ମହତ କାର୍ଯ୍ୟ କରି ସେମାନେ ନିଜକୁ ଗୌରବାନ୍ଵିତ କରିଛନ୍ତି । 

କୃଷ୍ଣଚନ୍ଦ୍ର ଦୁଇ ବର୍ଷ ହେବ କିଡନୀ ଜନିତ ରୋଗରେ ପୀଡିତ ଥିବା ବେଳେ ନିୟମିତ ବ୍ୟବଧାନରେ ତାଙ୍କର ଡାୟାଲିସିସ୍ ମଧ୍ୟ ଚାଲିଥିଲା । ମାର୍ଚ୍ଚ ୨୦ତାରିଖରେ ହଠାତ୍ କୃଷ୍ଣଙ୍କ ମସ୍ତିଷ୍କରୁ ରକ୍ତସ୍ରାବ ହୋଇଥିବା ବେଳେ ପରିବାର ଲୋକ ସମ୍ ଅଲ୍ଟିମେଟରେ ଭର୍ତ୍ତି କରିଥିଲେ । ୪୮ଘଣ୍ଟା ପରେ ବି ମସ୍ତିଷ୍କ କାମ ନକରିବାରୁ ଡାକ୍ତର କୃଷ୍ଣଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରିଥିଲେ । ଗ୍ରୀନ କରିଡରରେ ରାଜ୍ୟ ବାହାରକୁ ଗଲା କୃଷ୍ଣଚନ୍ଦ୍ରଙ୍କ ହୃତପିଣ୍ଡ ଓ ଯକୃତ । 

 

ମେଡିକାଲ କତୃପକ୍ଷ ଓ କମିସନରେଟ ପୋଲିସର ମିଳିତ ସହଯୋଗରେ କୃଷ୍ଣଚନ୍ଦ୍ରଙ୍କ ଅଙ୍ଗ ଦୁଇଟିକୁ ଗ୍ରୀନ କରିଡର ମାଧ୍ୟମରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ନେଇ ସେଠାରୁ ମୁମ୍ବାଇ ଏବଂ କୋଲକାତାକୁ ପଠାଯାଇଛି । ମୁମ୍ବାଇର ରିଲାଏନ୍ସ ଏବଂ କୋଲକାତାର ଟାଟା ମେମୋରିଆଲ ହସପିଟାଲରେ ଚିକିତ୍ସାଧୀନ ରୋଗିଙ୍କ ଠାରେ ଏହି ଅଙ୍ଗକୁ ପ୍ରତ୍ୟାରୋପଣ କରାଯିବା । ନିଜ ଜୀବନ ବଦଳରେ ଦୁଇ ଜଣଙ୍କୁ ଜୀବନ ଦାନ ଦେଲେ ସିଆରପିଏଫ ଯବାନ । କୃଷ୍ଣଚନ୍ଦ୍ରଙ୍କ ଏଭଳି ମହାନତା ଏବଂ ପରିବାର ଲୋକଙ୍କ ତ୍ୟାଗକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

HELICOPTER CARRYING
23m ago
କୁହୁଡ଼ି ଓ ଖରାପ ପାଗ ଏହି ଦୁର୍ଘଟଣାର କାରଣ ବୋଲି କୁହାଯାଉଛି
ଅର୍ଗସ ବ୍ୟୁରୋ : ଇରାନରେ ଘଟିଲା ବଡ଼ ଦୁର୍ଘଟଣା । ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟର ରବିବାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି, ଏହା ପରେ ଜରୁରୀକାଳୀ
ରୋଡ ସୋ'
ରାଜଭବନରେ ପ୍ରଧାନମନ୍ତ୍ରୀ, କାଲି ମୋଦିଙ୍କ ରୋଡ ସୋ'
ଭୁବନେଶ୍ୱର: ରାଜଭବନ ଅଭିମୁଖେ ପ୍ରଧାନମନ୍ତ୍ରୀ। ପରିଚାଳନା କମିଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ କରି ରାଜଭବନରେ ଅଭିମୁଖେ ଯାଉଛନ୍ତି ମୋଦି। ରାଜଭବନରେ ରାତ୍ରୀଯାପ
PM MODI
ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍ୟ ମାନଙ୍କ ସହ କଲେ ଆଲୋଚନା
ଅର୍ଗସ ବ୍ୟୁରୋ : ଗୁରୁ ମନ୍ତ୍ର ବି ଦେଲେ ମୋଦି । ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ । ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍