ଭଦ୍ରକରେ ତିଆରି ହେବ ଜାହାଜ ତିଆରି କାରଖାନା
by Argus News
Wed, Sep 25 | 6:54 p.m.

ଭୁବନେଶ୍ୱର: ବିକାଶର ରାସ୍ତାରେ ଓଡ଼ିଶା । ପୂର୍ବୋଦୟ ବିକାଶକୁ ପ୍ରତି ମୁହୂର୍ତ୍ତରେ ଗୁରୁତ୍ଵ ଦେଉଛନ୍ତି ମୋଦି । ଯାହାର ସଦ୍ୟତମ ଉଦାହରଣ ହେଉଛି ଭଦ୍ରକରେ ତିଆରି ହେବାକୁ ଯାଉଥିବା ଜାହାଜ କାରଖାନା । ‌ନେପ୍‌ଚୁନ୍‌ସ ସିପ୍‌ ବିଲ୍‌ଡର୍ସ ଆଣ୍ଡ ରିସାଇକ୍ଲର୍ସ ପ୍ରାଇଭେଟ୍ ଲିମିଟେଡ୍‌ ୯୩୪.୫୪ କୋଟି ଟଙ୍କା ଖର୍ଚ୍ଚ କରି ଜାହାଜ କାରଖାନା ତିଆରି କରିବାକୁ ଘୋଷଣା କରିଥିବାରୁ ଏବେ ଚର୍ଚ୍ଚା ଜୋର ।

  • ପ୍ରକଳ୍ପକୁ ମଞ୍ଜୁରୀ
  • ସୃଷ୍ଟି ହେବ ୨୪ ହଜାର ନିଯୁକ୍ତି

ଭଦ୍ରକରେ ହେବାକୁ ଥିବା କାରଖାନାକୁ ନେଇ ଏବେ ପୁରା ରାଜ୍ୟରେ ଚର୍ଚ୍ଚା । କାରଣ ଏହି ପ୍ରକଳ୍ପ ହେଲେ ପାଖାପାଖି 24 ହଜାର ନିଯୁକ୍ତି ସୃଷ୍ଟି ହେବ । ଯାହାର ଫାଇଦା ପାଇବେ ଓଡ଼ିଶାର ଯୁବପିଢି । ସୂଚନା ଅନୁସାରେ, ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କମିଟି ବୈଠକରେ ୪୯୫୪.୨୬ କୋଟି ଟଙ୍କା ପ୍ରକଳ୍ପକୁ ମଞ୍ଜୁରୀ ହେବା ସହିତ କାର୍ଯ୍ୟକାରୀ ହେବାକୁ ଥିବା ୩୧ଟି ଶିଳ୍ପ ପ୍ରକଳ୍ପକୁ ବି ମଞ୍ଜୁରୀ ମିଳିଛି । ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୨୪,୧୬୨ ଲୋକଙ୍କ ପାଇଁ ସୃଷ୍ଟି ହେବ ନିଯୁକ୍ତି । ତେଣୁ ଯୁବବର୍ଗଙ୍କ ମନରେ ଖୁସିର ଲହରୀ ।  ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ସିଙ୍ଗଲ୍‌ ୱିଣ୍ଡୋ କମିଟି ବୈଠକରେ ମଞ୍ଜୁର କରାଯାଇଥିବା ପ୍ରକଳ୍ପ ଗୁଡ଼ିକ ଖୋର୍ଦ୍ଧା, ବରଗଡ଼, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, ଅନୁଗୁଳ, ଯାଜପୁର, ଭଦ୍ରକ, କଟକ, ଜଗତସିଂହପୁର, ବାଲେଶ୍ବର, ରାୟଗଡ଼ା, ଢେଙ୍କାନାଳ, ପୁରୀ, ପାରାଦୀପ, କୋରାପୁଟ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରେ ନିର୍ମାଣ କରାଯିବ ।

ଏହି ଗୁରୁତ୍ଵପୂର୍ଣ୍ଣ ବୈଠକରେ କାଲଡେରିସ୍ ଇଣ୍ଡିଆ ଖୋର୍ଦ୍ଧାରେ ୬୯୮.୭୧ କୋଟି ଟଙ୍କା ନିବେଶରେ ସ୍ଥାପନ କରିବାକୁ ଥିବା ରିଫ୍ରାକ୍ଟରି କାରଖାନା ପ୍ରସ୍ତାବ ମଧ୍ୟ ମଞ୍ଜୁର ହୋଇଛି । ସେହିପରି କୋରାପୁଟରେ ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍‌ ୨୯୪ କୋଟି ଟଙ୍କା ନିବେଶରେ ସୌରଶକ୍ତି ପ୍ଲାଣ୍ଟ ବସାଇବ । ଏଥି ସହିତ ପାଞ୍ଚଟି ହୋଟେଲ୍ ଓ ରିସୋର୍ଟ ପ୍ରକଳ୍ପ ମଞ୍ଜୁର ହୋଇଛି । ପୁରୀରେ ଏସ୍‌ଏନ୍‌ଏମ୍ ହୋଟେଲ୍‌ ଆଣ୍ଡ ରିସୋର୍ଟ ନିଜସ୍ବ ଜମିରେ ୨୧୨.୨୫ କୋଟି ଟଙ୍କା ଓ ପାରାଦୀପରେ ମେ ଫେୟାର ୧୦୫ କୋଟି ଟଙ୍କା ନିବେଶରେ ହୋଟେଲ୍‌ ତଥା ରିସୋର୍ଟ ସ୍ଥାପନ କରିବେ । କୋରାପୁଟରେ ଜିଏମ୍-ଇନ୍‌ଫ୍ରାଟେକ୍ ୮୧.୧୧ କୋଟି ଟଙ୍କା ନିବେଶରେ ଏହାର ପ୍ରସ୍ତାବିତ ରିସୋର୍ଟର ସମ୍ପ୍ରସାରଣ କରିବ । କେନ୍ଦ୍ରାପଡ଼ାରେ କାକର୍ସ ଇଣ୍ଡିଆ ୫୬ କୋଟି ଟଙ୍କା ନିବେଶରେ ଏକ ୪-ତାରକା ହୋଟେଲ୍‌ ଓ ମୟୂରଭଞ୍ଜର ଶିମିଳିପାଳରେ ହୋଟେଲ୍‌ ସୋନାର୍‌ ବାଙ୍ଗ୍‌ଲା ୫୧ କୋଟି ଟଙ୍କା ନିବେଶ କରିବ । 

ସେହିପରି ରାୟଗଡ଼ାରେ ଇମ୍ଫା ସ୍ଥାପନ କରିବାକୁ ଯାଉଥିବା ଇଥାନଲ୍‌ ପ୍ରକଳ୍ପକୁ ମଧ୍ୟ ମଞ୍ଜୁରି ମିଳିଛି । ଏଥିରେ କମ୍ପାନୀ ୧୩୯.୯୦ କୋଟି ଟଙ୍କା ନିବେଶ କରିବ । ଜୟ ଭାରତ ସ୍ପାଇସେସ୍‌ କଟକରେ ୫୦ କୋଟି ଟଙ୍କା ନିବେଶରେ ଏକ ମକାମଣ୍ଡ କାରଖାନା ସ୍ଥାପନ କରିବ । ଢେଙ୍କାନାଳରେ ଇଣ୍ଡିଆନ ପଟାସ ଏକ ବଟଲିଂ କାରଖାନା ବସାଇବ । ରିଲାଏନ୍ସ ବାୟୋ ଏନର୍ଜି ସମ୍ବଲପୁରରେ ୧୨୧.୨୧ କୋଟି ଟଙ୍କା ନିବେଶରେ କମ୍ପ୍ରେସଡ୍‌ ବାୟୋ ଗ୍ୟାସ୍ କାରଖାନା ସ୍ଥାପନ କରିବ । କମ୍ପାନି ସୋନପୁରରେ ମଧ୍ୟ ସମାନ ଧରଣର ଏକ କାରଖାନା ସ୍ଥାପନ କରିବ । ଭାରତ ପେଟ୍ରୋଲିୟମ୍ କର୍ପୋରେସନ୍ ବରଗଡ଼ରେ ୨୦୦ କୋଟି ଟଙ୍କା ନିବେଶରେ କମ୍ବ୍ରେସଡ୍‌ ବାୟୋଗ୍ୟାସ୍ କାରଖାନା ବସାଇବ । ଏଫ୍‌ଏମ୍ ଡେନିମ୍ ଆଣ୍ଡ୍‌ ଟ୍ବିଲ୍‌ସ ଓ ତ୍ରିପଥଗା ଟେକ୍ସଟାଇଲ୍‌ସ ଖୋର୍ଦ୍ଧାରେ ପୋଷାକ କାରଖାନା ବସାଇବେ । ଖୋର୍ଦ୍ଧାରେ ବିସ୍‌ଲେରି ବସାଇବ କାରଖାନା ।

ବିଜେଡି ଶାସନର 24 ବର୍ଷ ଭିତରେ ପୂରଣ ହୋଇପାରିନଥିଲା ଶିଳ୍ପାୟନ ସ୍ବପ୍ନ । ଫେଲ୍ ହୋଇଥିଲା ମେକ୍ ଇନ୍ ଓଡ଼ିଶା କ୍ୟାମ୍ପେନ୍ । କିନ୍ତୁ ରାଜ୍ୟରେ ନୂଆ ସରକାର ଗଠନ ପରେ ଏବେ ନୂଆ ଆଶା ସଂଚାର ହୋଇଛି । ଶିଳ୍ପାୟନ ଖାଲି ଖଣି ଆଧାରିତ ନୁହେଁ, ଟେକ୍ସଟାଇଲ୍ ଆଦିକୁ ଆଧାର କରି ବିଭିନ୍ନ ଶିଳ୍ପ ପ୍ରତିଷ୍ଠା ପାଇଁ ଉଦ୍ୟମ କରୁଛନ୍ତି ବିଜେପି ସରକାର ।

 

ବିଜେଡି
ଓଡ଼ିଆଙ୍କୁ କଷ୍ଟ ଦେବାରୁ ୨୪ବର୍ଷର ବିଜେଡି ସରକାରଙ୍କୁ ଗଡାଇଦେଲେ ଓଡ଼ିଶାବାସୀ:ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ:ବିଜେଡି ନେତାଙ୍କ ନିଦ ହଜାଇଦେଲେ ମୋହନ,ଏମିତି କହିଦେଲେ ବାଧିଗଲା ବିଜେଡି ନେତାଙ୍କୁ । ଅବସର ଥିଲା ବିଜେପିର ମହା ସଦସ୍ୟତା ଅଭିଯାନ। ମୋହନ କହିଲେ ଓଡ଼ିଆଙ୍କୁ କଷ୍
ଓଏଏସ୍‌ ସ୍ତରରେ
ଓଏଏସ୍‌ ସ୍ତରରେ ହେଲା ବଡ଼ ଧରଣର ଅଦଳବଦଳ
ଅର୍ଗସ ବ୍ୟୁରୋ: ଓଏଏସ୍‌ ସ୍ତରରେ ଆଜି ବଡ଼ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ମୋଟ ୩୬ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି। ଅନାମ ଚରଣ ପାତ୍ରଙ୍କୁ କଟକ ମହାନଗର ନିଗମ
ମହାପ୍ରସାଦ ଓ ଶୁଖିଲା
ମହାପ୍ରସାଦ ଓ ଶୁଖିଲା ଭୋଗର ମାନ ଯାଞ୍ଚ କରିବେ ଫୁଡ ଅଫିସର
ଅର୍ଗସ ବ୍ୟୁରୋ: ଶ୍ରୀମନ୍ଦିର ଲାଗି ନିଯୁକ୍ତ ହେବେ ଫୁଡ ଅଫିସର। ଶ୍ରୀମନ୍ଦିରରେ ପ୍ରଶାସନରେ ନିଯୁକ୍ତ ହେବେ ଫୁଡ ଅଫିସର। ଏନେଇ ସୂଚନା ଦେଲେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। `ମହାପ୍ରସା