ବିଜୟରୁ ଅଭିଯାନ ଆରମ୍ଭ କଲା ଚେନ୍ନାଇ ସୁପରକିଙ୍ଗସ୍
by Argus News
Sat, Mar 23 | 7:22 a.m.

ଅର୍ଗସ ବ୍ୟୁରୋ: IPL 2024ର ଉଦଘାଟନୀ ମ୍ୟାମରେ ବିଜୟରୁ ଅଭିଯାନ ଆରମ୍ଭ କଲା ଚେନ୍ନାଇ ସୁପରକିଙ୍ଗସ୍। ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଶୁକ୍ରବାର ସିଏସକେ ଓ ଆରସିବି ଭିତରେ ଏକ ଦମଦାର ମ୍ୟାଚ ଦେଖିବାକୁ ମିଳିଛି। ବେଙ୍ଗାଲୁରୁକୁ 6 ୱିକେଟରେ ହରାଇ ବିଜୟ ବାନା ଉଡ଼ାଇଛି ସିଏସକେ। ଆରସିବି ଚେନ୍ନାଇ ଆଗରେ ରଖିଥିବା 174 ରନର ବିଜୟ ଲକ୍ଷ୍ୟକୁ ସିଏସକେ ମାତ୍ର 18 ଓଭର 4ଟି ବଲରେ ହାସଲ କରିନେଇଛି। ସେପଟେ ଦଳ ହାରିଥିଲେ ବି ନିଜ ନାଁରେ ଆଉ ଏକ ରେକର୍ଡ ସ୍ଥାପନ କରିଛନ୍ତି ବିରାଟ କୋହଲି। ସେ ଟିଟ୍ବେଣ୍ଟିର ଉଭୟ ଘରୋଇ ଓ ଅନ୍ତର୍ଜାତୀୟ କ୍ରିକେଟରେ 12 ହଜାର ରନ ପୂରଣ କରିବାରେ ପ୍ରଥମ ଭାରତୀୟର ରେକର୍ଡ ହାସଲ କରିଛନ୍ତି।

ଆଜି ଆଇପିଏଲର ଦୁଇଟି ମ୍ୟାଚ ରହିଛି। ଅପରାହ୍ଣରେ ଶିଖର ଧାୱନଙ୍କ ପଞ୍ଜାବ କିଙ୍ଗସ ରିଷଭ ପନ୍ଥଙ୍କ ଦିଲ୍ଲୀ କ୍ୟାପିଟାଲସ୍ ସହ ଆମ୍ନାସାମ୍ନା ହେବାକୁ ଥିବା ବେଳେ ଏହି ମ୍ୟାଚକୁ ନେଇ ଦର୍ଶକଙ୍କ ମନରେ ଭରି ରହିଛି ଉତ୍କଣ୍ଠା। ଭୟଙ୍କର ଦୁର୍ଘଟଣାର ଶିକାର ହେବା ପରେ ପ୍ରଥମ ଥର ଲାଗି ମଇଦାନକୁ ଓହ୍ଲାଇବେ ଭାରତର ଏହି ୟଙ୍ଗ୍ ଓ ଡାଇନାମିକ୍ କ୍ରିକେଟର୍। ଯାହାଙ୍କ ଖେଳ ଦେଖିବାକୁ କ୍ରୀଡ଼ା ପ୍ରେମୀଙ୍କ ମନରେ ଭରି ରହିଛି ଗଭୀର ଉତ୍ସାହ। ସେପଟେ ସନ୍ଧ୍ୟାରେ ଶ୍ରେୟସ ଆୟରଙ୍କ କୋଲକାତା ନାଇଟରାଇଡର୍ସ ସହ ଆମ୍ନା ସାମ୍ନା ହେବେ ପାଟ୍ କୁମିନ୍ସଙ୍କ ସନରାଇଜର୍ସ ହାଇଦ୍ରାବାଦ।

ଅଧିକ ପଢ଼ନ୍ତୁ ଖେଳ ଖବର:

MODI
5m ago
କୋଟି କୋଟି ମା’ଙ୍କ ଆଶୀର୍ବାଦ ମିଳୁଛି-ମୋଦୀ
ଅର୍ଗସ ବ୍ୟୁରୋ :ଫୁଲବାଣୀରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୋଦୀ। ନାରାରେ କମ୍ପୁଛି ଜନସଭା । ଖାଲି ସେତିକି ନୁହେଁ ଓଡିଆରେ କହିଲେ ସମସ୍ତ ମାନ୍ୟଗଣ ଵ୍ୟକ୍ତିଙ୍କୁ ପ୍ରଣାମ ତାହାସ
ପ୍ରଧାନମନ୍ତ୍ରୀ ମୋଦି
33m ago
ଏଥର ନିର୍ବାଚନରେ ଇତିହାସ ରଚିବ ଓଡିଶା - ପ୍ରଧାନମନ୍ତ୍ରୀ ମୋଦି
ଅର୍ଗସ ବ୍ୟୁରୋ : କନ୍ଧମାଳ ଯିବା ପୂର୍ବରୁ ପୁଣି ଟ୍ବିଟ କଲେ ପ୍ରଧାନମନ୍ତ୍ରୀ । ଗତକାଲିର ମେଗୋ ରୋଡ୍ ସୋ ର ଭିଡିଓ ପୋଷ୍ଟ କରି ମୋଦି ଲେଖିଛନ୍ତି , ଚଳିତ ଥର ନିର୍ବାଚନରେ ଇତିହାସ ରଚିବ ଓଡିଶ
ପ୍ରଧାନମନ୍ତ୍ରୀ ମୋଦି
ଫୁଲବାଣୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
କନ୍ଧମାଳ : ଫଲବାଣୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି । MI-17 ହେଲିକାପ୍ଟର ଯୋଗେ କନ୍ଧମାଳ ଅଭିମୁଖେ ପ୍ରଧାନମନ୍ତ୍ରୀଙ୍କ ଯାତ୍ରା । ଆଉ କିଛି ସମୟ ମଧ୍ୟରେ ବିଜୟ ସଂକଳ୍ପ ସମାବେଶର