ଜମୁଛି କଟକ ବାଲିଯାତ୍ରା : ତୁର୍କୀ ଆଇସ୍କ୍ରିମ୍ ମଜା ନେଉଛନ୍ତି ଗ୍ରାହକ
by Argus News
Sat, Dec 02 | 9:18 a.m.

ଅର୍ଗସ ବ୍ୟୁରୋ : ଜମୁଛି କଟକ ବାଲିଯାତ୍ରା । ସଂନ୍ଧ୍ୟା ହେଲେ ବାଲିଯାତ୍ରାର ମଜା ନେଉଛନ୍ତି ଦର୍ଶକ । ଚଳିତ ବର୍ଷ ବାଲିଯାତ୍ରାରେ ୧୪୦୦ରୁ ଉର୍ଦ୍ଧ୍ବ ଷ୍ଟଲରେ ବୁଲିବା ସହ କିଣାକିଣିର ମଜା ନେଇଛନ୍ତି ଗ୍ରାହକ । ସମସ୍ତଙ୍କ ଗୋଟିଏ ଆଶା ବାଲିଯାତ୍ରାରେ ଏଥର କଣ ରହିଛି ନୂଆ । କିନ୍ତୁ ଚଳିତବର୍ଷ ବାଲିଯାତ୍ରାରେ ପ୍ରଥମ ଥର ପାଇଁ ସ୍ଥାନ ପାଇଛି ତୁର୍କୀ ଆଇସ୍କ୍ରିମ୍ ।

ଆପଣ ଜାଣିଛନ୍ତି କି କଣ ଏହି ତୁର୍କୀ ଆଇସ୍କ୍ରିମ୍ । ଯଦି ଜାଣି ନାହାନ୍ତି ଥରେ ଚାଖନ୍ତୁ । ଆରେ ଆରେ ଇଏ କଣ ଏ ଭାଇ ଜଣକ କଣ ନାଚୁଛନ୍ତି । ନା ଇଏ ଭାଇ ଜଣକ ନାଚିନାଚି ଆଇସ୍କ୍ରିର ଦେଉଛନ୍ତି । ଆଉ ଗ୍ରାହକଙ୍କ ସହ ଖେଳିଖେଳି ଆଇସ୍କ୍ରିମ୍ ଦେଉଛନ୍ତି । ଆଉ ଯାହାକୁ ଖାଇବା ପାଇଁ ଆଇସ୍କ୍ରିମ୍ ଷ୍ଟଲ ଆଗରେ ଲାଗିଛି ଭିଡ଼ ।

 

ନିକଟରେ ଆଇସ୍କ୍ରିମ୍ ଖାଇବା ପାଇଁ ଛିଡ଼ା ହୋଇଛନ୍ତୁ ଗ୍ରାହକ । ଗ୍ରାହକଙ୍କୁ ଏହି ଖାଇବା ସହଜ ନଥିଲା । ବାସ୍ତବରେ, ଗ୍ରାହକ ଆଇସକ୍ରିମ୍ କୋନ ଧରିବାକୁ ସଂଘର୍ଷ କରୁଥିବା ଦେଖିବାକୁ ମଧ୍ୟ ମିଳିଛି । ଦେଖୁ ନାହାନ୍ତି ଏହି ଛୋଟ ଝିଅଟିକୁ । ଆଇସ୍‌କ୍ରିମ୍‌ ଦେଉଥିବା ଲୋକଟି ମଧ୍ୟ ଖୁବ୍‌ ଚାଲାକ । ଯେତେ ବେଳେ ଏହି ଝିଅ ଟି ଆଇସ୍କ୍ରିମ୍ ପାଇଁ ହାତ ବଢାଉଛି କିନ୍ତୁ ଆଇସ୍‌କ୍ରିମ୍‌ ବଦଳରେ ତାକୁ ମିଳୁଛି ତା ମୁହଁରେ ଟିସୁ ପେପର ।

ଆରେ ଆରେ ଇଆଡ଼େ ଦେଖ କେମିତି ଏ ପିଲା ଆଇସ୍‌କ୍ରିମ୍‌ ଖାଇବ ବୋଲି କଣ ହୋଇଛି । ଆଉ ଆଇସ୍କ୍ରିମ୍ ଦେଉଥିବା ଲୋକ ଟି ଭାରି ଚାଲାକ । ଦେଖୁ ନାହାନ୍ତି କେମିତି ସେ ଆଇସ୍କ୍ରିମ୍ ବାଡ଼ିଟାକୁ ବୁଲାଉଛି । ସତରେ ଏହି ଆଇସ୍କ୍ରିମ୍ ଖାବା ପାଇଁ ଆପଣଙ୍କୁ ଅନେକ ପରିଶ୍ରମ କରିବାକୁ ପଡ଼ିବ ।   
 

SPORTS
ଭାରତ ଦ୍ୱିତୀୟ ଇନିଂସରେ ୧୭୨ ରନ କରିଛି ସଂଗ୍ରହ
ଅର୍ଗସ ବ୍ୟୁରୋ: ପର୍ଥ ଟେଷ୍ଟରେ ଦୃଢ଼ ସ୍ଥିତିରେ ଭାରତ । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ଦ୍ବିତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ଦ୍ବିତୀୟ ଇନିଂସରେ କୌଣସି ୱିକେଟ
BALI JATRA
୧୫ରୁ ଆରମ୍ଭ ହୋଇଥିବା ବାଲିଯାତ୍ରା ସରିଛି
ଅର୍ଗସ ବ୍ୟୁରୋ: ସରିଲା କଟକର ଐତିହାସିକ ବାଲିଯାତ୍ରା। ଗତ ୧୫ ତାରିଖରୁ ଆରମ୍ଭ ହୋଇଥିବା ଏହି ବାଲିଯାତ୍ରା ଉଦଯାପିତ ହୋଇଛି। ଉଦଯାପନୀ ଉତ୍ସବରେ ଆଇନ ମନ୍ତ୍ରୀ ପୃଥ୍ବୀରା
MODI
ଓଡ଼ିଶା ପର୍ବର ଆଜି ଶେଷ ଦିନ, ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଅର୍ଗସ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ଚାଲିଥିବା ଓଡ଼ିଶା ପର୍ବର ଆଜି ଶେଷ ଦିନ। ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି
GPR
ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହେଲା ରତ୍ନ ଭଣ୍ଡାର ଜିପିଆର୍‌ ସର୍ଭେ ରିପୋର୍ଟ
ଅର୍ଗସ ବ୍ୟୁରୋ: ଆସିଲା ରତ୍ନ ଭଣ୍ଡାର ଜିପିଆର୍‌ ସର୍ଭେ ରିପୋର୍ଟ । ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହେଲା ରତ୍ନ ଭଣ୍ଡାର ଜିପିଆର୍‌/ ଜିପିଏସ୍‌ ସର୍ଭେ ରିପୋର୍
CABINET
ରାଜ୍ୟ କ୍ୟାବିନେଟ ବୈଠକରେ ଦୁଇଟି ପ୍ରସ୍ତାବକୁ ଅନୁମୋଦନ
ଅର୍ଗସ ବ୍ୟୁରୋ: ରାଜ୍ୟ କ୍ୟାବିନେଟ ବୈଠକରେ ଦୁଇଟି ପ୍ରସ୍ତାବକୁ ଅନୁମୋଦନ । ବିଶ୍ବବିଦ୍ୟାଳୟ ଅଧିନିୟମରେ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ ସହ ଶିଳ୍ପନୀତି ୨୦୧୫ର ୨ଟି ସଂଶୋଧନକ