ପୁଣି ବିଜେଡିକୁ ଟାର୍ଗେଟ୍‌ କଲେ ଭର୍ତ୍ତୃହରି : କହିଲେ, ଶଙ୍ଖ ଭାଙ୍ଗିବ ନହେଲେ ଫାଟିବ...
by Argus News
Wed, Mar 27 | 1:36 p.m.

ଅର୍ଗସ ବ୍ୟୁରୋ : ବିଜେଡି ଛାଡିବା ପରେ କଟକ ସାଂସଦଙ୍କ ବିଷୋଦଗାର । ଏଥର ବୁଲେଇ ବଙ୍କାଇ ନୁହେଁ ବରଂ ସିଧାସିଧା କହିଲେ ବିଜେଡିରେ ଆଗ ପରି ଆଉ କିଛି ନାହିଁ । ପୂର୍ବରୁ ଗୋଟିଏ ଲୋକ ହାତରେ ଦଳ ଚାଲୁଥିଲା ହେଲେ ଏବେ ସେ ଢାଂଚା ଆଉ ନାହିଁ । ବିଜେଡିରେ ଦୁର୍ନୀତିର ଘଡ଼ା ପୂରିଲାଣି, ଫାଟିବ କି ଭାଙ୍ଗିବ ନିଶ୍ଚୟ ବୋଲି କହିଲେ । ହେଲେ ଦଳ ଛାଡିବା ପରେ କଟକ ସାଂସଦ ଏମିତି କହିଥିବାରୁ ଏବେ ଚର୍ଚ୍ଚା ଜୋର ।


ବିଜେଡିରେ ଏବେ ନେତୃତ୍ଵର ଘୋର ଅଭାବ ରହିଛି । ପୂର୍ବରୁ ଦଳ କେବଳ ଜଣଙ୍କ ନିଷ୍ପତ୍ତିରେ ଚାଲୁଥିଲା ହେଲେ ଏବେ ସେକାଳ ପଖାଳ ଆଉ ନାହିଁ । ଏବେ କ୍ଷମତା ବିକ୍ରେନ୍ଦୀକରଣ ହେଉଛି । ଦଳରେ ନୀତିଗତି ଆଉ ଠିକ୍‌ ନାହିଁ ବୋଲି କହିଛନ୍ତି ଭର୍ତ୍ତୃହରି ମହତାବ । ଖାଲି ଏତିକି ନୁହେଁ ବରଂ ପଲିଟିକାଲ୍ ଏଫାୟର୍ସ କମିଟି ଜରିଆରେ ପୂର୍ବରୁ ସବୁକିଛି ନିର୍ଣ୍ଣୟ ନିଆଯାଉଥିଲା । ବିବାଦ ଉପୁଜିବାରୁ ସଭାପତି ଓ ପିଏସିର ଅଧ୍ୟକ୍ଷ ଜଣେ ହେଉ ବୋଲି ନିଷ୍ପତ୍ତି ନିଆଗଲା । ହେଲେ ୨୦୦୪ ପରଠୁ ମୋ' ଜାଣିବାରେ ଏହାର ଅସ୍ତିତ୍ୱ ଆଉ ଦେଖିବାକୁ ମିଳିଲା ନାହିଁ । ନିଷ୍ପତ୍ତି ଗ୍ରହଣ କରିବାର କ୍ଷମତା ଦୁଇ ଜଣଙ୍କ ପାଖରେ କେନ୍ଦ୍ରୀଭୂତ ହେଲା ବୋଲି ଲେଖିଛନ୍ତି ଭର୍ତ୍ତୃହରି।


ଦୁର୍ନୀତିର ଛାଇ ପଡିଲେ ଦିନେ ଯେଉଁଠି ମନ୍ତ୍ରୀପଦ ଯାଉଥିଲା ସେଇଠି ଆଜି ଦୁର୍ନୀତିକୁ ପ୍ରସୟ ଦିଆଯାଉଛି । ଖାଲି ପ୍ରସୟ ଦିଆଯାଉଛି ତାହା ନୁହେଁ ବରଂ ଦୁର୍ନୀତିଗ୍ରସ୍ତ ନେତାଙ୍କୁ ସବୁ ପ୍ରକାର ସହଯୋଗ ବି ଦିଆଯାଉଛି । ଏ ପ୍ରକାର ପରିବର୍ତ୍ତନ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଭର୍ତ୍ତୃହରି ? ଖାଲି ଏତିକି ନୁହେଁ ବରଂ ଅନ୍ୟାୟ, ଅନୀତି ଓ ଦୁର୍ନୀତି ଭିତରେ ଓଡ଼ିଶାରୂପୀ ଜନକ ନନ୍ଦିନୀ ସୀତା ଆଜି ବନ୍ଦିନୀ । ଲଙ୍କାଧିପତିର ଅଧର୍ମକୁ ନାଶ କରିବା ପାଇଁ ଧର୍ମରେ ଥିବା ଶ୍ରୀରାମ ଯେଉଁ ପଦକ୍ଷେପ ନେଇଥିଲେ, ସେ ପଦକ୍ଷେପ ନେବାର ସମୟ ଏବେ ଉପସ୍ଥିତ ହେଲାଣି ବୋଲି ଉଲ୍ଲେଖ କରିବା ସହ ମାତା ସୀତାଙ୍କ ସହ ପ୍ରଭୁ ଶ୍ରୀରାମଙ୍କ ମିଳନ ନିଶ୍ଚୟ ହେବ କାରଣ ଦାନବ ରାବଣର ନିଧନ ଅନିର୍ବାଯ୍ୟ ବୋଲି ଲେଖିଛନ୍ତି ଭର୍ତ୍ତୃହରି । 


ଖାଲି ଏତିକି ନୁହେଁ ବରଂ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ଆହ୍ଵାନ ଦେଇ କହିଛନ୍ତି ,  ଯଦି ସେ ଏତେ ଲୋକପ୍ରିୟ ତାହାଲେ ସେ ଲୋକସଭା ନିର୍ବାଚନ ଲଢନ୍ତୁ । ତେବେ ବିଜେଡି ଛାଡିବା ପରେ ଭର୍ତ୍ତୃହରି ଯେମିତି ଦଳର ଗୁମର ଖୋଲି ଦେଲେ ତାହାକୁ ନେଇ ଏବେ ଚର୍ଚ୍ଚା ।
 

ମୁଖ୍ୟମନ୍ତ୍ରୀ
ବିଜେଡି ନିର୍ବାଚନୀ ଇସ୍ତାହାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ : ବିଜେଡି ଜାରି କଲା ନିର୍ବାଚନୀ ଇସ୍ତାହାର । ଇସ୍ତାହାର ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶା ନମ୍ବର ୱାନ ଘୋଷଣା ପତ୍ର ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ସେ କହିଛନ୍ତ
ପ୍ରଧାନମନ୍ତ୍ରୀ
ଆସନ୍ତା କାଲି ଦୁଇ ଦିନିଆ ନିର୍ବାଚନ ପ୍ରଚାରରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ
ଆସନ୍ତା କାଲି ଭୁବନେଶ୍ୱରରେ ରୋଡ ସୋରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ସନ୍ଧ୍ୟା ୬ ଟାରେ ରାଜ୍ୟ କାର୍ଯ୍ୟାଳୟରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ ସୋ କରିବେ ମୋଦି ଆସନ୍ତ
ଧର୍ମେନ୍ଦ୍ର
" ଲୋକଙ୍କୁ ଠକିଲେ ଲୋକମାନେ ହିଁ ଭାଙ୍ଗି ଦିଅନ୍ତି ସରକାର " - ଧର୍ମେନ୍ଦ୍ର
ଅର୍ଗସ ବ୍ୟୁରୋ : ନିର୍ବାଚନ ଫଳ ଆସିବା ପରେ ବିଜେଡିକୁ ଭାଙ୍ଗି ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ପରି ସରକାର ଗଠନ ଲାଗି ରଣନୀତି କରିଛି ବିଜେପି। ବରାଦି ସାମ୍ବାଦିକ ସମ୍ମିଳନୀରେ ବିଜେଡ