ଓଡ଼ିଶାକୁ ରକ୍ଷା କରିଦେଲା ହେନ୍ତାଳ ବଣ !
by Argus News
Sat, Oct 26 | 7:17 p.m.

ବାତ୍ୟା ଦାନାକୁ ନେଇ ସପ୍ତାହେ ହେଲାଣି ଓଡ଼ିଶାରେ ଲାଗିରହିଥିଲା ଭୟ । ଖାସ କରି ଉପକୂଳ ଓଡ଼ିଶା ଓ ସମୁଦ୍ର ଉପକୂଳିଆ ଗାଁ ଲୋକେ ଡରି ଛାନିଆ ହୋଇଥିଲେ । ବାତ୍ୟା କେଉଁଠି ପହଞ୍ଚିଲା ? କେତେବେଳେ ମାଡ଼ ହେବ ? ପବନରେ ବେଗ କେତେ ରହିବ ? କିଛି ଏମିତି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଥିବା ବେଳେ ବାତ୍ୟା କେଉଁଠି ମାଡ଼ ହେବ ସେ ଚିତ୍ର ସ୍ପଷ୍ଟ ହେବା ପରେ କେନ୍ଦ୍ରାପଡ଼ାବାସୀ ଛାନିଆ ହୋଇଥିଲେ । କିନ୍ତୁ ପ୍ରଥମରୁ ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ କହିଥିଲେ , ହେନ୍ତାଳ ବନ ବାତ୍ୟାର ବେଗକୁ ନିଶ୍ଚିତ ରୋକିବ ବୋଲି । ବାସ୍‌...ସେଇୟା ହିଁ ହେଲା । ହେନ୍ତାଳ ବନରେ ବାତ୍ୟା ମାଡ଼ ହେବା ପରେ କମିଥିଲା ପ୍ରକୋପ ।

ବଙ୍ଗୋପସାଗରରୁ ବଳ ଗୋଟାଇ ସ୍ଥଳଭାଗ ଆଡ଼କୁ ମୁହାଁଇଥିଲା ବାତ୍ୟା ଦାନା । ଭିତରକନିକା ହବାଳିଖଟି ପାଖରେ ବାତ୍ୟା ଲ୍ୟାଣ୍ଡଫଲ ହୋଇଥିଲେ ବି ସେଠାରେ ଥିବା ହେନ୍ତାଳବଣ ସୁରକ୍ଷା କବଚ ପାଲଟିଥିଲା ବୋଲି କହିଛନ୍ତି ପିସିସିଏଫ୍ । ଭିତରକନିକା ଜାତୀୟ ଉଦ୍ୟାନରେ ବିଶେଷ କ୍ଷତି ହୋଇ ନାହିଁ । ଜୀବଜନ୍ତୁ ସୁରକ୍ଷିତ ରହିଛନ୍ତି । ଏପରିକି କୋର୍ ଏରିଆରେ ଥିବା କୁମ୍ଭୀର ମାନେ ବି ସୁରକ୍ଷିତ ଅଛନ୍ତି । ବାତ୍ୟାବେଳେ ଉଚ୍ଚସ୍ଥାନକୁ ପଳାଇ ଯାଇଥିବାରୁ ସୁରକ୍ଷିତ ଅଛନ୍ତି ହରିଣ । ତେଣୁ ଆଗାମୀ ଦିନରେ ସମୁଦ୍ର କୂଳରେ ହେନ୍ତାଳ ବନ ଆହୁରି ସୃଷ୍ଟି କରିବାକୁ ସେ କହିଛନ୍ତି ।

ଓଡ଼ିଶାରୁ ପ୍ରାୟ ସବୁବେଳେ ବାତ୍ୟା ଡ଼ର ରହେ । ୧୯୯୯ ମହାବାତ୍ୟା ହେଉଛି ଫନି, ହୁଡହୁଡ ଓ ତିତିଲି ହେଉ । ଓଡ଼ିଶା ଉପକୂଳରେ ମାଡ଼ ହେବା ପରେ ଅନେକ କ୍ଷୟକ୍ଷତି କରୁଛି । ଯେହେତୁ ବାତ୍ୟା ପ୍ରାକୃତିକ ତେଣୁ ତାହାରୁ ବନ୍ଦ କରିବା ସମ୍ଭବ ନୁହେଁ । କିନ୍ତୁ ତାହାକୁ ପ୍ରତିହତ କରିବା ଲାଗି ସମୁଦ୍ର ଉପକୂଳରେ ହେନ୍ତାଳ ବଣ ସୃଷ୍ଟି କଲେ ତାହା ନିଶ୍ଚୟ ରକ୍ଷାକବତ ହେବ । ଯାହାର ଜ୍ଵଳନ୍ତ ଉଦାହରଣ କେନ୍ଦ୍ରାପଡ଼ା । ସେପଟେ, ବାତ୍ୟା ଦାନା ପ୍ରଭାବରେ ୩ ଦିନ ହେଲାଣି ରାଜ୍ୟରେ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି ।  ଦାନା ପ୍ରଭାବରେ ରାଜ୍ୟରେ ବ୍ୟାପକ ଫସଲ ହାନୀ ହୋଇଛି । ୨ ଲକ୍ଷ ୮୦ ହଜାର ଏକର ଜମି ପାଣିରେ ବୁଡ଼ି ରହିଛି । ପ୍ରାଥମିକ ଆକଳନ ଅନୁସାରେ, ୧ ଲକ୍ଷ ୭୫ ହଜାର ଏକର ଜମିରେ କ୍ଷତିଗ୍ରସ୍ତ ହୋଇଛି ଫସଲ । ରାଜ୍ୟରେ ହୋଇଥିବା ଏହି ଫସଲ କ୍ଷୟକ୍ଷତିର ଆକଳନ କୃଷି ଓ ରାଜସ୍ୱ ବିଭାଗ ପକ୍ଷରୁ ମିଳିତ ଭାବେ କରାଯିବ । ସେପଟେ ବାତ୍ୟା କ୍ଷୟକ୍ଷତି ନେଇ ମୁଖ୍ୟମନ୍ତ୍ରୀ ନିଜେ ସମୀକ୍ଷା କରିବା ସହିତ କ୍ଷୟକ୍ଷତିର ରିପୋର୍ଟ ଦେବାକୁ କଲେକ୍ଟରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
 

କାଠ ଆଣିବାକୁ
1m ago
କାଠ ଆଣିବାକୁ ଯାଇ ଭାଲୁ ଆକ୍ରମଣର ଶିକାର
ଅର୍ଗସ ବ୍ୟୁରୋ: ଜଙ୍ଗଲରେ କାଠ ଆଣିବାକୁ ଯାଇ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି ଜଣେ ଯୁବକ। ପରେ ତାଙ୍କୁ ଗୁରୁତର ଭାବେ ୧୦୮ ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଭର୍ତ୍ତି କରାଯାଇଛି । ବା
ଆବାସ ଗୃହ
ଶିବାନୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଗୃହ ମଞ୍ଜୁର
ଅର୍ଗସ ବ୍ୟୁରୋ: ଖିଲାପ କଲେ କ୍ଷମା ନାହିଁ, ଭଲ କାମ କଲେ ପୁରସ୍କାର। ଏହି ପ୍ରତିଶ୍ରୁତି ପାଳନ କରିଛନ୍ତି ସରକାର। ବାତ୍ୟା ସମୟରେ ପ୍ରଶଂସନୀୟ କାର୍ଯ୍ୟ କରିଥିବାରୁ କେନ୍ଦ୍ରାପଡ଼
CHOLESTEROL
ହଠାତ୍ ଓଜନ ବୃଦ୍ଧି କୋଲେଷ୍ଟ୍ରଲ୍ର ସଂଙ୍କେତ
ଅର୍ଗସ ବ୍ୟୁରୋ: ଶରୀରରେ ଖରାପ କୋଲେଷ୍ଟ୍ରଲ୍ର ବୃଦ୍ଧି ହେତୁ ଆପଣଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ଯଦି ଆପଣ ଠିକ୍ ସମୟରେ କୋଲେଷ୍ଟ୍ରଲ ସ୍ତରକ