ସତ ହେଲା ଅର୍ଗସ ଡିଜିଟାଲର ଆକଳନ : ବାତ୍ୟା ପଛକୁ ଫେରିବା ନେଇ ହୋଇଥିଲା ପୂର୍ବାନୁମାନ
by Argus News
Thu, Oct 24 | 4:08 p.m.

ଅର୍ଗସ ବ୍ୟୁରୋ: ବାତ୍ୟା ଦାନାକୁ ନେଇ ପାଣିପାଗ ବିଭାଗ ଦେଲା ବଡ଼ ଅପଡେଟ୍‌ । କାରଣ ଲ୍ୟାଣ୍ଡଫଲ ପରେ ରିକର୍ଭ କରିବ ଭୀଷଣ ବାତ୍ୟା । ରିକର୍ଭ କରି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡିଶା ମୁହାଁଇବ ଦାନା । ଯାହାର ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶା ସହ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ହେବ ପ୍ରବଳ ବର୍ଷା । ଏଠାରେ ଆମେ ସ୍ପଷ୍ଟ ଭାବରେ କହିରଖୁଛୁ କି, ୩ ଦିନ ତଳେ ଅର୍ଗସ ପୋଡକାଷ୍ଟର କାର୍ଯ୍ୟକ୍ରମରେ ଏନେଇ ସ୍ପଷ୍ଟ କରାଯାଇଥିଲା କି ବାତ୍ୟା ପଛକୁ ଫେରିବ । ମଧ୍ୟପ୍ରଦେଶ ଉପରେ ଆଉ ଏକ ଘୂର୍ଣ୍ଣୟମାନ ବାୟୁବଳୟ ପ୍ରଭାବରେ ଦାନା ପଛକୁ ଫେରିବା ପାଇଁ ବାଧ୍ୟ ହେବ । 

ବର୍ତ୍ତମାନ ସୁଦ୍ଧା ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଭୀଷଣ ବାତ୍ୟା ଏବେ ପାରାଦୀପ ଠାରୁ ୨୬୦ କିମି ଦକ୍ଷିଣ ପୂର୍ବରେ ରହିଛି । ସେହିପରି ଧାମରା ବନ୍ଦରଠାରୁ ୨୯୦ କିମି ଦକ୍ଷିଣ ପୂର୍ବରେ ରହିଛି ବାତ୍ୟା ରହିଛି । ଗତ ୬ ଘଣ୍ଟା ହେବ ଘଣ୍ଟାପ୍ରତି ୧୨ କିମି ବେଗରେ ଗତି କରୁଛି ଦାନା । ଆଜି ମଧ୍ୟରାତ୍ରରେ ଭିତରକନିକା ଏବଂ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ । ଲ୍ୟାଣ୍ଡଫଲ ପରେ ଭଦ୍ରକରୁ ଦିଗ ବଦଳାଇ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡିଶା ଆଡକୁ ମୁହାଁଇବ । କିନ୍ତୁ ସେତେବେଳକୁ ତାହାର ଶକ୍ତି ଧୀରେ ଧୀରେ ହ୍ରାସ ପାଇ ଆସୁଥିବ । ବାତ୍ୟା ପ୍ରଭାବରେ ଆଜି ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର,ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, କଟକ, ଖୋର୍ଦ୍ଧାରେ ଭୀଷଣ ବର୍ଷା ହେଉଛି । କାଲିଠୁ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେବଗଡ଼, ବୌଦ୍ଧ, ନୟାଗଡ଼ ଦେଇ ଅତିକ୍ରମ କରିବ ବାତ୍ୟାର ଅଂଶ, ଯାହା ଫଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ବାତ୍ୟା ପ୍ରଭାବରେ ଏବେଠୁ ଅଶାନ୍ତ ହେଲାଣି ସମୁଦ୍ର । ପାରାଦୀପରୁ ଧାମରା ସବୁଠି ଉଚ୍ଚ ଜୁଆର ଉଠିବା ନେଇ ସମ୍ଭାବନା ରହିଛି । ହେଲେ ଏବେଠୁ ସମୁଦ୍ରରେ ଉଚ୍ଚଉଚ୍ଚ ଜୁଆର ମାଡ଼ି ଆସୁଛି । ସୂଚନା ଅନୁସାରେ, ପାରାଦ୍ଵୀପରେ ସର୍ବାଧିକ ବର୍ଷା ୫୧ ମିଲିମିଟର ହୋଇଥିବା ବେଳେ ଚାନ୍ଦବାଲିରେ ୩୯ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଏହାସହ ପୁରୀରେ ୪.୮ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସେପଟେ, ଜଗତସିଂହପୁରରେ ୦.୫ ରୁ ୧ ମିଟର ଜୁଆର ଉଠିବା ସହିତ ବାଲେଶ୍ଵର ଓ ପୁରୀରେ ୧ ରୁ ୨ ମିଟର ଜୁଆର ଉଠିବାର ସମ୍ଭାବନା ରହିଛି ।

 

ଧର୍ମେନ୍ଦ୍ର ପ୍ରଧାନ
5m ago
ଶିକ୍ଷା, ଦକ୍ଷତା ଓ ଗବେଷଣା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ତ୍ୱରିତ ହେବ - ଧର୍ମେନ୍ଦ୍ର ପ୍ରଧାନ
ସିଡନୀ: ଅଷ୍ଟ୍ରେଲିଆ ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଆଜି ସିଡନୀ ଠାରେ ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀ ଜେସନ କ୍ଲେୟାର ଏବଂ ଦକ୍ଷତା ଓ ତାଲିମ ମନ୍ତ୍ରୀ ଏ. ଗିଲ୍ସଙ୍କ ସହ
DANA UPDATE
'ଲୋକମାନେ ଆତଙ୍କିତ ନହୋଇ ପ୍ରଶାସନିକ ନିର୍ଦ୍ଦେଶାବଳୀକୁ ପାଳନ କରନ୍ତୁ'
ଭଦ୍ରକ: ଧାମରାରେ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ବାତ୍ୟା ମୁକାବିଲା ପାଇଁ ଆମେ ପ୍ରସ୍ତୁତ, ଲୋକଙ୍କ ସୁରକ୍ଷା ଆମର ପ୍ରାଥମିକତା, ଜିରୋ କାଜୁଆଲଟ
CYCLONE UPDATE
ଭୀଷଣ ବାତ୍ୟା ରୂପ ନେଇ ଉପକୂଳ ମୁହାଁ ‘ଦାନା’
ଅର୍ଗସ ବ୍ୟୁରୋ: ପାରାଦୀପ ଠାରୁ 150 କି.ମି ଦୂରରେ ବାତ୍ୟା ଦାନା । ଭୀଷଣ ବାତ୍ୟା ରୂପ ନେଇ ଉପକୂଳ ମୁହାଁ ‘ଦାନା’ । ଗତ ୬ ଘଣ୍ଟାରେ ୧୦ କି.ମି ବେଗରେ ଗତି କରୁଛି । ପାରାଦୀପ