ଅର୍ଗସ ବ୍ୟୁରୋ: ବାତ୍ୟା ଦାନା ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲାରେ ଜାରି ରହିଛି ଲଗାଣ ବର୍ଷା । ଗଲା 24 ଘଣ୍ଟାରେ ଯାଜପୁରରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି । 5 ଜିଲ୍ଲାରେ ସ୍କୁଲ ବନ୍ଦ ରହିଛି । ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ମୟୁରଭଞ୍ଜ, ଯାଜପୁରରେ ବନ୍ଦ ରହିବ ସବୁ ସ୍କୁଲ୍ । ସେପଟେ ବାତ୍ୟା ଜନିତ ବର୍ଷାରେ ଭିଜୁଛି ଟ୍ବିନ୍ ସିଟି ।
ତେବେ ଗତକାଲି ସକାଳ 8.30 ରୁ ଆଜି ସକାଳ 8.30 ଟା ପର୍ଯ୍ୟନ୍ତ କେତେ ପରିମାଣର ବର୍ଷାର ରେକର୍ଡ ହୋଇଛି ନଜର ପକାନ୍ତୁ ।
ଭଦ୍ରକ ଜିଲ୍ଲା:
ଧାମନଗର-215ମିମି
ଭଣ୍ଡାରିପୋଖରୀ-208ମିମି
ଚାନ୍ଦବାଲି-197ମିମି
ବୋନ୍ଥ-187ମିମି
ଭଦ୍ରକ-161ମିମି
ବାଲେଶ୍ୱର:
ଓଉପଡା-240ମିମି
ଖଇରା-209ମିମି
ନୀଳଗିରି-140ମିମି
ସିମୁଳିଆ ଓ ବାଲେଶ୍ୱର -114ମିମି
ରେମୁଣା-109ମିମି
ମୟୁରଭଞ୍ଜ:
ଉଦଳା-141ମିମି
ବଡ଼ସାହି-112ମିମି
ଯାଜପୁର:
ଦଶରଥପୁର-196ମିମି
ବରି-146ମିମି
ଯାଜପୁର-143ମିମି
ବିଂଝାରପୁର-110ମିମି
କେନ୍ଦ୍ରାପଡ଼ା:
ରାଜକନିକା-151ମିମି
ଅଳି-123ମିମି
କଟକ:
କଣ୍ଟାପଡା-146 ମିମି
ନିଶ୍ଚିନ୍ତକୋଇଲି-133 ମିମି
କଟକ-137 ମିମି
ସାଲେପୁର-110 ମିମି