ଜାରି ରହିଛି ବାତ୍ୟା `ଦାନା'ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା
by Argus News
Fri, Oct 25 | 2:46 a.m.

ଅର୍ଗସ ବ୍ୟୁରୋ: ଘଣ୍ଟାଏ ଭିତରେ ଭିତରକନିକା-ଧାମରା ଦେଇ ଯିବ ବାତ୍ୟା । ଜାରି ରହିଛି ବାତ୍ୟା `ଦାନା'ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ଭିତରକନିକା ହାବେଳିଖଟି ନେଚର କ୍ୟାମ୍ପ ଦେଇ ଗତି କରୁଛି ବାତ୍ୟା । ଘଣ୍ଟାଏ ଭିତରେ ଭିତରକନିକା-ଧାମରା ଦେଇ ଗତି କରିବ । ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସକାଳ ଯାଏଁ ଚାଲିବ । 100 ରୁ 110 କିମି ପବନ ବହିବ । 

ବାତ୍ୟା ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ଜାରି ରହିଛି । ବିଶେଷ କରି ଧାମରା ଓ ଭିତରକନିକାରେ ଅଧିକ କ୍ଷୟକ୍ଷତି ହୋଇଛି । ପାରାଦୀପରେ ସର୍ବାଧିକ ବର୍ଷା 51 ମିଲିମିଟର ବର୍ଷା ରେକର୍ଡ ହୋଇଛି । ଚାନ୍ଦବାଲିରେ 39 ଏବଂ ପୁରୀରେ 4.8 ମିଲିମିଟର । ଜଗତସିଂହପୁରରେ 0.5 ରୁ 1 ମିଟର ଜୁଆର ଉଠିବାର ସମ୍ଭାବନା ରହିଛି । ପୁରୀ, ବାଲେଶ୍ବରରେ 1 ରୁ 2 ମିଟର ଜୁଆର ଉଠିବା ସମ୍ଭାବନା ରହିଛି । 

 

CYCLONE DANA
29m ago
ଘଣ୍ଟାପ୍ରତି ୧୦୦ ରୁ ୧୨୦ କିମି ବେଗରେ ପବନ ବହୁଛି
ଅର୍ଗସ ବ୍ୟୁରୋ: ବାତ୍ୟା ପ୍ରଭାବରେ ଭିତରକନିକା ଅଞ୍ଚଳରେ ପ୍ରବଳ ପବନ ବୋହୁଛି । ଘଣ୍ଟାପ୍ରତି ୧୦୦ ରୁ ୧୨୦ କିମି ବେଗରେ ପବନ ବହୁଛି । ପବନ ପ୍ରଭାବରେ ଭିତରକନିକାରେ ଉଠିଲା ଜୁଆର । ଆଉ କିଛ
CYCLONE UPDATE
ଭୋର୍‌ ଯାଏଁ ଚାଲୁ ରହିବ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା
ଅର୍ଗସ ବ୍ୟୁରୋ: ଭୀଷଣ ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ଭିତରକନିକା- ଧାମରା ଅଞ୍ଚଳରେ ଲ୍ୟାଣ୍ଡଫଲ୍ କରୁଛି ବାତ୍ୟା ଦାନା । ରାତି 12 ଟା 5 ର
CYCLONE DANA
ବାତ୍ୟା ଦାନାକୁ ନେଇ ଆସିଲା ବଡ ଖବର
ଅର୍ଗସ ବ୍ୟୁରୋ: ବାତ୍ୟା ଦାନାକୁ ନେଇ ଆସିଲା ବଡ ଖବର । ଭିତରକନିକା ହବାଳିଖଟି ନିକଟରେ ସ୍ଥଳଭାଗ ଛୁଇଁଲା ବାତ୍ୟା ଦାନା । ତେବେ ବାତ୍ୟା ସ୍ଥଳ ଭାଗ ଛୁଇଁବା ପରେ ବି ସମୁଦ୍ର ଅଶାନ୍ତ ଥିବ