ବାତ୍ୟା 'ଦାନା' ; ଉଜାଡିଦେଲା , ଭସାଇନେଲା , ସର୍ବଶାନ୍ତ କରିଦେଲା....
by Argus News
Fri, Oct 25 | 4:52 p.m.

ଅର୍ଗସ ବ୍ୟୁରୋ : ବାତ୍ୟା ଆସିଲା ପୁଣି ଚାଲିଗଲା, ଆଉ ସହରରେ ରହୁଥିବା ବଡ ବଡୁଆ ଲୋକଙ୍କ ମୁହଁରୁ ବାହାରି ଆସିଲା, କାଇଁ କୋଉଠି ବାତ୍ୟା ହେଲା ? କାହିଁ କିଛି କ୍ଷତି କରିନି ତ ? କାଲି ବି ଯେମିତି ଥିଲୁ ଆଜି ବି ସେମିତି ଅଛୁ । ହସ, ଖୁସି ଟାହି ଟାପରା  ପୁଣି କେତେ କଣ କଥା ସେମାନଙ୍କ ପାଖରୁ ଶୁଣିବାକୁ ମିଳିଲା । ହେଲେ ଏମାନଙ୍କ କଥା ଥରେ ଶୁଣିଲେ ଜାଣିପାରିବେ, ଯାହାର ଉଜୁଡିଯାଏ, ସିଏ ହିଁ କେବଳ ବାତ୍ୟାର କଷ୍ଟକୁ ବୁଝିପାରେ । ଥରେ ଶୁଣିନିଅନ୍ତୁ ଏମାନଙ୍କ ମୁହଁରୁ ବାତ୍ୟାର ତାଣ୍ଡବ ସମ୍ପର୍କରେ...

ଅଧିକ ପଢନ୍ତୁ : ରାସ୍ତା ଉପରେ ଉପୁଡ଼ି ପଡିଛି ବଡ଼ ବଡ଼ ଗଛ

ଅନେକ ଲୋକଙ୍କ ଜୀବିକା ଛଡେଇ ନେଇଛି ଦାନା । କେତେ ପରିଶ୍ରମ କରି କ୍ଷେତରେ ତିଆରି କରିଥିବା ଫସଲକୁ ମାତ୍ର କିଛିକ୍ଷଣରେ ନଷ୍ଟ କରିଦେଲା ବାତ୍ୟା । କେମିତି ବଞ୍ଚିବେ , କେମିତି ନିଜ ପରିବାର ଚଳାଇବେ ସେ ନେଇ ଖୁବ ଭାଙ୍ଗିପଡିଛନ୍ତି , କେନ୍ଦ୍ରାପଡା ଅଞ୍ଚଳର ଅନେକ ଚାଷୀ ପରିବାର । ଚାଷକୁ ବେଉସା କରି ଦିନରାତି ପରିଶ୍ରମ କରିଥିବା ବେଳେ ବାତ୍ୟାର ଉପଦ୍ରବ ତାଙ୍କୁ ଯେପରି ହତାଶ କରିଦେଇଛି । ଗତକାଲି ଦାନାର ଉପଦ୍ରବରେ ଉଜୁଡିଯାଇଛି  କେନ୍ଦ୍ରାପଡା, ବାଲେଶ୍ବର , ଭଦ୍ରକର ଅନେକ ଅଞ୍ଚଳ । କେଉଁଠି ଗଛ ଭାଙ୍ଗି କାହାର ଘର ନଷ୍ଟ ହୋଇଯାଇଛି, ତ କେଉଁଠି ଏକର ଏକର ଜମିରେ ଲୁଣା ପାଣି ପଶି ସମ୍ପୁର୍ଣ୍ଣ ଧାନ ନଷ୍ଟ କରି ଦେଇଛି । ଲକ୍ଷାଧିକ ଟଙ୍କା ଋଣ ନେଇ ଚାଷ କରିଥିବା ଚାଷୀ ପରିବାର ଏବେ ଛାରଖାର । କେନ୍ଦ୍ରାପଡା ଅଞ୍ଚଳର ପ୍ରାୟ ୫୭୧ ପରିବାର ଲୋକ ପାଣି ଘେରରେ ଅଛନ୍ତି । ସେପଟେ ଅନେକ ଚାଷୀଙ୍କ କ୍ଷୟକ୍ଷତି ଆକଳନ କରାଯାଇ ସେମାନଙ୍କୁ କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି ଉପ ମୂଖ୍ୟମନ୍ତ୍ରୀ କେଭି ସିଂଦେଓ  । ବାତ୍ୟାରେ ବିଶେଷ ପ୍ରଭାବିତ ହୋଇଥିବା  ରାଜନଗର ଓ ରାଜକନିକାରେ ଅଧିକ ଦିନ ରିଲିଫ ପରିଚାଳନା କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । 


 

ସନ୍ଧ୍ୟା ବେଳର
5m ago
ସନ୍ଧ୍ୟା ବେଳର ଖବର ସଂକ୍ଷେପରେ...
ଅର୍ଗସ ବ୍ୟୁରୋ: ଭୀଷଣ ବାତ୍ୟାର ରୂପ ନେଇ ମଧ୍ୟରାତ୍ରରେ ସ୍ଥଳଭାଗ ଛୁଇଁଲା ବାତ୍ୟା ଦାନା ... ହବାଳିଖଟିରେ ଲ୍ୟାଣ୍ଡଫଲ ବେଳେ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ସହ ଲୋକଙ୍କ ମନରେ ଛନକା ଭରିଲ
RAINS
8m ago
ବାତ୍ୟା ପରେ ଆନନ୍ଦପୁରରେ ପ୍ରବଳ ବର୍ଷା
ଅର୍ଗସ ବ୍ୟୁରୋ: ବାତ୍ୟା ଦାନା ଲ୍ୟାଣ୍ଡଫଲ ପରେ ଆନନ୍ଦପୁର ଉପଖଣ୍ଡରେ ବର୍ଷାର ପରିମାଣ ବଢିବାରେ ଲାଗିଛି। ଲଗାଣ ବର୍ଷା ଏବଂ ପବନ ଯୋଗୁଁ ଆନନ୍ଦପୁର ଉପଖଣ୍ଡର ବିଭିନ୍
VILLAGERS
42m ago
ରାସ୍ତା ନଥିବାରୁ ଗ୍ରାମବାସୀ ନିଜେ ନିର୍ମାଣ କଲେ ଗାଁ ରାସ୍ତା
ଅର୍ଗସ ବ୍ୟୁରୋ: ନିଜ ଗାଁ ପାଇଁ ରାସ୍ତା ନିର୍ମାଣ କରୁଛନ୍ତି ଗ୍ରାମବାସୀ। ସୂଚନା ଅନୁଯାୟୀ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ କୁଟିକିଆ ପଞ୍ଚାୟତ ର 5 ଟି ଗାଁ କ