ସମୁଦ୍ର ଜୁଆରକୁ ଡର, ପବନ ସହ ପାଣି ଡର
by Argus News
Wed, Oct 23 | 7:12 p.m.

ଅର୍ଗସ ବ୍ୟୁରୋ: ଉପକୂଳ ଆଡକୁ ମୁହାଁଉଛି ବାତ୍ୟା ଦାନା । ଅଶାନ୍ତ ହେଉଛି ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର । ବାତ୍ୟାର ରୂପ ନେଲା ଗଭୀର ଅବପାତ । କାଲି ସୁଦ୍ଧା ଭୀଷଣ ବାତ୍ୟାର ରୂପ ନବ । ଭଦ୍ରକ ଓ କେନ୍ଦ୍ରାପଡା ଜିଲ୍ଲାର କିଛି  ଅଂଚଳରେ ବାତ୍ୟାର ବାହ୍ୟ ବଳୟ ଛୁଇଁସାରିଛି । ରାଜସ୍ବ ମନ୍ତ୍ରୀଙ୍କ ସୂଚନା, ଭିତରକନିକା ଓ ଧାମରା ମଧ୍ୟରେ ହୋଇପାରେ ଲ୍ୟାଣ୍ଡଫଲ୍ । 

2 ଘଣ୍ଟା ପର୍ଯ୍ୟନ୍ତ ରହିବ ଲ୍ୟାଣ୍ଡ ଫଲ ପ୍ରକ୍ରିୟା । ଏବେ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି ଦାନା । ଭୀଷଣ ବାତ୍ୟା ହୋଇ ଉପକୂଳ ଅତିକ୍ରମ କରିବ । 24ତାରିଖ ରାତି କିମ୍ବା 25 ତାରିଖ ସକାଳେ ୧୦୦ରୁ ୧୨୦ କିମି ବେଗରେ ପବନ ବୋହିବ । `ଦାନା' ଏବେ ଘଣ୍ଟା ପ୍ରତି 15 କିମି ବେଗରେ ଗତି କରୁଛି । ବାତ୍ୟା `ଦାନା' ପାଇଁ ବନ୍ଦରରେ ୪ନଂ ବିପଦ ସଂକେତ ରହିିଛି । ପାରାଦୀପ, ଧାମରା ଓ ଗୋପାଳପୁର ବନ୍ଦରକୁ ୪ନଂ ବିପଦ ସଂକେତ ରହିଛି । ବାତ୍ୟା ପ୍ରଭାବରେ ବର୍ଷା ଆରମ୍ଭ ହୋଇଯାଇଛି । ଇଏ ହେଉଛି ଧାମରାର ଦୃଶ୍ୟ । 

ବାତ୍ୟା ଦାନାର ପ୍ରଭାବରେ ଭଦ୍ରକ, କେନ୍ଦ୍ରପଡ଼ା, ବାଲେଶ୍ବର, ଜଗତସିଂହପୁର ଜିଲ୍ଲା ହେବ ଅଧିକ କ୍ଷତିଗ୍ରସ୍ତ ହେବ ବୋଲି ଆଇଏମଡି ଡିଜି କହିଛନ୍ତି । ପ୍ରବଳ ବର୍ଷା ସାଙ୍ଗକୁ ଫ୍ଲାସ ଫ୍ଲଡର ବଡ଼ ସମ୍ଭାବନା ରହିଛି ।  

ଅଶାନ୍ତ ହେଲାଣି ସମୁଦ୍ର । ସୁ’ସୁ ଶବ୍ଦ କରି ଅଶାନ୍ତର ସଂକେତ ଦେଲାଣି ସମୁଦ୍ର । ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯାଇଛି । ଭିତରକନିକା ରାଜନଗରରେ ବର୍ଷା ହୋଇଛି । ଆକାଶରେ ଘୋଟିଯାଇଛି କଳାହଣ୍ଡିଆ ମେଘ । ବାତ୍ୟା ପ୍ରଭାବରେ ଆରମ୍ଭ ହେଲାଣି ପବନ । 

ସାଟେଲାଇଟ ଚିତ୍ରରେ ଦେଖା ଗଲା ବାତ୍ୟାର ଆଖି । ବାତ୍ୟା `ଦାନା' ପ୍ରଭାବରେ 3 କି.ମି. ମାଡ଼ି ଆସିବ ସମୁଦ୍ର । କେନ୍ଦ୍ରାପଡ଼ା, ଟିକାୟତ ନଗରରେ 0.9 ମିଟର ଜୁଆର  ଉଠିବ । ବାଲେଶ୍ବର, କୁମ୍ଭୀରଗାରି ନିକଟରେ 1.5 ମିଟର ଜୁଆର ଉଠିବ । ସମୁଦ୍ର  0.92 କି.ମି. ପର୍ଯ୍ୟନ୍ତ ମାଡ଼ିଆସିବା ଅନୁମାନ । ଭଦ୍ରକ ମୋହନପୁର ନିକଟରେ 1.4 ମିଟର ଉଠିବ ଜୁଆର । 0.82 କି.ମି. ସମୁଦ୍ର ମାଡ଼ି ଆସିବା ଆଶଙ୍କା ରହିଛି । 

ଜଗତସିଂହପୁର,ଭଦ୍ରକ,କେନ୍ଦ୍ରାପଡା,ବାଲେଶ୍ବରରେ ୧୦୦ ରୁ ୧୨୦  କି.ମି ପବନ ବୋହିବ । ୨୫ ତାରିଖରେ ଅଧିକାଂଶ ସ୍ଥାନରେ ବଡ ବର୍ଷା ହେବ । ଭୀଷଣ ବାତ୍ୟା ରୂପରେ ସ୍ଥଳ ଭାଗ  ଅତିକ୍ରମ କରିବ  ଦାନା । ଭୁବନେଶ୍ବର ପାଣିପାଗ ନିର୍ଦ୍ଦେଶିକାଙ୍କ ସୂଚନା , ୨୪ ରାତି କିମ୍ବା ୨୫ ସକାଳେ ଉପକୂଳ ଛୁଇଁବ । ପୁରୀ ଏବଂ ସାଗରଦ୍ବୀପ ମଧ୍ୟରେ ଉପକୂଳ ଅତିକ୍ରମ କରିବ । 23ରୁ 24 ତାରିଖ ପାଇଁ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, କଟକ, ଖୋର୍ଧା, ପୁରା ଗଞ୍ଜାମରେ ବର୍ଷା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଅଛି । ସେହିପରି 24ରୁ 25 ତାରିଖରେ ବର୍ଷା ପାଇଁ ରେଡ ଓ୍ବାର୍ନିଂ ରହିଛି ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର ଏବଂ କଟକ ଜିଲ୍ଲା ପାଇଁ । 25ରୁ 26, 4 ଜିଲ୍ଲା ପାଇଁ ରହିଛି ରେଡ ଓ୍ବାର୍ଣ୍ଣି। ସେଗୁଡିକ ହେଲା ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଏବଂ ଭଦ୍ରକ ।   

ପବନର ବେଗ-କେଉଁଠି କେତେ 
ବାଲେଶ୍ବର, ଭଦ୍ରକ-କେନ୍ଦ୍ରାପଡା
ତାରିଖ-24 ଓ 25
100 ରୁ 110-ଝଟକାରେ 120 କିମି
ମୟୁରଭଞ୍ଜ
ତାରିଖ-24 ଓ 25
80ରୁ 90 କମି/ଘଣ୍ଟାପ୍ରତି
ଜଗତସିଂହପୁର, ଯାଜପୁର, କଟକ
ତାରିଖ-24 ଓ 25
60ରୁ 80 କିମି/ଘଣ୍ଟାପ୍ରତି
ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ, କେନ୍ଦୁଝର
60ରୁ 70 କିମି /ଘଣ୍ଟାପ୍ରତି 

4 ଟି ଜିଲ୍ଲା ବେଶୀ ପ୍ରଭାବିତ ହେବାକୁ ଥିବା ବେଳେ 11 ଜିଲ୍ଲାରେ ତାଣ୍ଡବ ରଚିବ ବାତ୍ୟା `ଦାନା' । ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବରରେ ପ୍ରଭାବ ବେଶୀ । ଯାଜପୁର, ପୁରୀ, ଖୋର୍ଦ୍ଧା, ମୟୂରଭଞ୍ଜରେ ପ୍ରବଳ ପବନ ସହ ବର୍ଷା । କ୍ଷତିଗ୍ରସ୍ତ ହୋଇପାରେ କଚ୍ଚା ଘର, ଟିଣ, ଛପର ଉଡିଯାଇପାରେ । ବିଦ୍ୟୁତ୍ ସଂଯୋଗ ଓ ମୋବାଇଲ୍ ନେଟୱର୍କ ପ୍ରଭାବିତ ହୋଇପାରେ । କଚ୍ଚା ଓ ପକ୍କା ରାସ୍ତା କ୍ଷତିଗ୍ରସ୍ତ ହୋଇପାରେ । ନଦୀକୂଳିଆ ଅଞ୍ଚଳରେ ସୃଷ୍ଟି ହୋଇପାରେ ବନ୍ୟା ସ୍ଥିତି । ଗଛ ଡାଳ ଭାଙ୍ଗିବା ସହ ଗଛ ଉପୁଡ଼ିପାରେ । ପବନରେ ଛିଡ଼ା ହୋଇଥିବା ଫସଲ କ୍ଷତିଗ୍ରସ୍ତ ହୋଇପାରେ । ସହର ତଳି ଅଞ୍ଚଳରେ ସୃଷ୍ଟି ହୋଇପାରେ ଜଳବନ୍ଦୀ ସ୍ଥିତି । ବର୍ଷା ପାଣିରେ ବୁଡ଼ିପାରେ ରାସ୍ତାଘାଟ । ବର୍ଷା ପାଣିରେ ବୁଡ଼ିପାରେ ସହରର ଅଣ୍ଡରପାସ୍ । କେତେକ ସ୍ଥାନରେ ଭୂସ୍ଖଳନ ହୋଇପାରେ । ଦୁର୍ବଳ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇପାରେ । ପନିପରିବା ଓ ଫୁଲ ଚାଷ କ୍ଷତିଗ୍ରସ୍ତ ହୋଇପାରେ । 
 

CM REVIEW
ତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପରିଦର୍ଶନ କରି ସେଠାରେ ବାତ୍ୟା ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷ
CYCLONE UPDATE
କାଲି ସନ୍ଧ୍ୟା 5 ଟାରୁ 25 ତାରିଖ ସକାଳ 9 ଟା ଯାଏଁ ଭୁବନେଶ୍ୱର ବିମାନ ଚଳାଚଳ ବନ୍ଦ
ଅର୍ଗସ ବ୍ୟୁରୋ: ଆସନ୍ତାକାଲି ସନ୍ଧ୍ୟା 5 ଟାରୁ 25 ତାରିଖ ସକାଳ 9ଟା ପର୍ଯ୍ୟନ୍ତ ଭୁବନେଶ୍ୱର ବିମାନ ଚଳାଚଳ ବନ୍ଦ । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି
ଧାମରା ପୋର୍ଟରେ
ଧାମରା ପୋର୍ଟରେ ସୁରଜ୍ ସୂର୍ଯ୍ୟବଂଶୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ
ଅର୍ଗସ ବ୍ୟୁରୋ: ଧାମରା ଆଦାନୀ ପୋର୍ଟରେ ମନ୍ତ୍ରୀ ସୁରଜ୍ ସୂର୍ଯ୍ୟବଂଶୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ। ପୋର୍ଟ କର୍ତ୍ତୃପକ୍ଷଙ୍କ ସହ ଉପସ୍ଥିତ ଅଛନ୍ତି ଜିଲ୍ଲାର ବିଭିନ୍