୫ରେ ଅତି ପ୍ରବଳ ବର୍ଷା 
by Argus News
Sat, Dec 02 | 9:52 p.m.

ଭୁବନେଶ୍ୱର:  ଡିସେମ୍ବର ଆଣୁଛି ବାତ୍ୟା । ଭୟଭୀତ ହେଲେଣି ଓଡ଼ିଶାବାସୀ । ବାତ୍ୟା ନାଁ ଶୁଣିଲେ ଛାତିରେ ପଶୁଛି ଛନକା । ଉପକୂଳବାସୀଙ୍କ ଉଡୁଛି ହୋସ ।  ଗତକାଲି ବାତ୍ୟା ନେଇ ଆଲର୍ଟ ଜାରି କରିଥିଲା ପାଣିପାଗ ବିଭାଗ । ଆଉ ବାତ୍ୟା ଆସୁଥିବାରୁ ୫ ଜିଲ୍ଲାର ଫିଲ୍ଢ ଅଫିସରଙ୍କର ଛୁଟି ବାତିଲ କଲେ ରାଜ୍ୟ ସରକାର । ତେବେ ଶୀତ ଦିନରେ ବାତ୍ୟା ଆସୁଥିବାରୁ ଏହାକୁ ନେଇ ଏବେ ଚାଲିଛି ଚର୍ଚ୍ଚା ।  ସମୟ ଗଡୁଛି, ଛନକା ବଢୁଛି । ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ପ୍ରଭାବରେ  ୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ହୋଇପାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।  ବିଶେଷକରି ୫ ରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗର ପୂର୍ବନୁମାନ ଅନୁସାରେ, ଦକ୍ଷିଣ ଓଡିଶାରେ ପଡିବ ବାତ୍ୟାର ବିଶେଷ ପ୍ରଭାବ । ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ମିଳିଥିବା ସୂଚନା ଅନୁସାରେ, ଗଭୀର ସମୁଦ୍ର ଭିତରେ ଅବପାତ ଘଂଟାପ୍ରତି ୧୮ କି.ମି ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ଅବପାତ ଆଗାମୀ ୨୪ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି ।  ବାତ୍ୟା ରୂପ ନେବା ପରେ ସୋମବାର ଦକ୍ଷିଣ ଆନ୍ଧ୍ର ଓ ଉତ୍ତର ତାମିଲନାଡୁ ଉପକୂଳ ନିକଟରେ କେନ୍ଦ୍ରୀଭୂତ ହେବ ।
ତେବେ ବାତ୍ୟାକୁ ନେଇ ବିଶେଷ କରି ଉପକୂଳ ଲୋକ ଛାନିଆ ହେଲେଣି । ବାତ୍ୟାକୁ ନେଇ ପାଣିପାଗ ବିଭାଗ ଦେଇଥିବା ଅପଡେଟ୍‌ ରିପୋର୍ଟ ଅନୁସାରେ, ୪ ତାରିଖ ସନ୍ଧ୍ୟାଠୁ  ଓଡିଶା ଉପକୂଳ ଓ ଏହାର ଆଖପାଖ ଅଞ୍ଚଳରେ ପବନର ବେଗ ୩୫ କି.ମି ପର୍ଯ୍ୟନ୍ତ ରହିବ । ବେଳେ ପବନର ବେଗ ୬୦ କି.ମି ହୋଇପାରେ । ତେବେ ଏବେ ଗଭୀର ଅବପାତ ପୁଡୁଚେରୀଠାରୁ ୪୪୦, ଚେନ୍ନାଇଠାରୁ ୪୫୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି । ଗୁରୁତ୍ଵପୂର୍ଣ୍ଣ କଥା ହେଲା ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ ସର୍ବାଧିକ୧୦୦ କି.ମି ବେଗରେ ପବନ ବୋହିନା ନେଇ ଆକଳନ ହୋଇଛି । 
ଅଧିକ ଦେଖନ୍ତୁ :   

ROHIT
11m ago
ବିଦ୍ୟାଳୟରେ ଶିକ୍ଷକ ନଥିବା କଥାକୁ ସ୍ୱିକାର କଲେ ରୋହିତ୍‌
ଅର୍ଗସ ବ୍ୟୁରୋ: ନିଜର ଭୁଲ୍ ସ୍ୱିକାର କଲେ ରୋହିତ ପୁଜାରୀ। ସମ୍ବଲପୁରରେ ଥିବା ବିଦ୍ୟାଳୟରେ ଶିକ୍ଷକ ନଥିବା କଥାକୁ ସ୍ବିକାର କରିବା ସହ ରୂପାନ୍ତରଣ ହୋଇଥିବା ବିଦ୍ୟାଳୟକୁ ଶିକ୍ଷ
ମୋଦି
13m ago
ବିହାର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ନୂଆଦିଲ୍ଲୀ: ବିହାର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଲୋକସଭା ନିର୍ବାଚନ ପ୍ରଚାର ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ବିହାର ଗସ୍ତରେ ଅଛନ୍ତି । ଏଥିପାଇ
ସମୁଦ୍ରରେ ଛଡାଗଲା
19m ago
ସମୁଦ୍ରରେ ଛଡାଗଲା ୨୫୩ ଅଲିଭ ରିଡଲେ କଇଁଛ ଛୁଆ
ଅର୍ଗସ ବ୍ୟୁରୋ: ସମୁଦ୍ରରେ ଛଡାଗଲା ଅଲିଭ ରିଡଲେ କଇଁଛ ଛୁଆ। ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଡଗରା ବେଳାଭୂମି ରେ ଆଜି ବନବିଭାଗ ପକ୍ଷରୁ 253 ଟି ଅଲିଭରିଡଲେ କଇଁଛ ଛୁଆଙ୍କ