ଅର୍ଗସ ବ୍ୟୁରୋ: 54 ତମ GST ପରିଷଦ ବୈଠକରେ ବଡ଼ ନିଷ୍ପତ୍ତି । କର୍କଟ ରୋଗ ଔଷଧ ଓ ନମକିନ ଉପରେ ଜିଏସଟି କମିଥିବାବେଳେ ଅନଲାଇନ ଗେମିଂ ଉପରେ ଟିକସ 412 ପ୍ରତିଶତ ବୃଦ୍ଧି ପାଇଛି । ଏହାସହିତ କେଦାରନାଥ, ବଦ୍ରିନାଥ ପରି ଧାର୍ମିକ ଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ବିମାନ ଯାତ୍ରା ଉପରେ ଜିଏସଟି 18 ପ୍ରତିଶତରୁ 5 ପ୍ରତିଶତକୁ ହ୍ରାସ ପାଇଥିବା ବୈଠକରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
କର୍କଟ ରୋଗ ଔଷଧ ଉପରେ ଜିଏସଟି 12 ପ୍ରତିଶତରୁ ହ୍ରାସ ପାଇ 5 ପ୍ରତିଶତରେ ପହଞ୍ଚିଛି । ସେହିପରି ନମକିନ ଉପରେ 18 ପ୍ରତିଶତରୁ 12 ପ୍ରତିଶତକୁ କମିଛି । ଅନଲାଇନ ଗେମିଂ ରେଭେନ୍ୟୁ 412 ପ୍ରତିଶତ ବୃଦ୍ଧି ପାଇ 6 ହଜାର 909 କୋଟିରେ ପହଞ୍ଚିଛି । ବାଣିଜ୍ୟିକ ସମ୍ପତ୍ତିକୁ ଭଡ଼ାରେ ଦିଆଯାଉଥିଲେ ଏହା ଉପରେ ମଧ୍ୟ ଟିକସ ଲାଗୁ କରିବାକୁ ନୂଆ ମେକାନିଜିମ ପ୍ରସ୍ତୁତ ହେବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ।
ଅଧିକ ପଢ଼ନ୍ତୁ ଭାରତ ଖବର