ବାତ୍ୟା ଜନିତ ଫସଲ କ୍ଷୟକ୍ଷତି ନେଇ ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ
by Argus News
Sat, Oct 26 | 1:49 p.m.

ଭୁବନେଶ୍ୱର: କୃଷି ଭବନରେ ଉପ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା । ପ୍ରାଥମିକ ଆକଳନ ରିପୋର୍ଟ ଅନୁଯାୟୀ, ରାଜ୍ୟରେ 79 ହଜାର 671 ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି । 1 ଲକ୍ଷ 99 ହଜାର 177 ଏକର ଜମିରେ ଚାଷ କ୍ଷତିଗ୍ରସ୍ତ ହୋଇଛି । କେନ୍ଦ୍ରାପଡ଼ାରେ 23 ହଜାର ହେକ୍ଟର ଜମି କ୍ଷତିଗ୍ରସ୍ତ ହୋଇଛି । ରାଜକନିକା, ଆଳି, ମହlକlଳପଡ଼ା ବ୍ଲକରେ ସର୍ବାଧିକ କ୍ଷତି ହୋଇଛି । ଭଦ୍ରକରେ 24 ହଜାର 115 ହେକ୍ଟର ଜମି କ୍ଷତିଗ୍ରସ୍ତ ହୋଇଛି । ବାସୁଦେବପୁର, ଚାନ୍ଦବାଲି, ଭଣ୍ଡାରିପୋଖରୀ, ଧାମନଗରରେ କ୍ଷତି ହୋଇଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ।

 
ବାଲେଶ୍ବରରେ 3140 ହେକ୍ଟର ଜମି କ୍ଷତିଗ୍ରସ୍ତ ହୋଇଛି । ସେହିପରି ମୟୂରଭଞ୍ଜରେ ମୋଟ 2381 ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ଯାଜପୁରରେ 2709, ଜଗତସିଂହପୁର 2498 ହେକ୍ଟର ଜମି କ୍ଷତିଗ୍ରସ୍ତ ହୋଇଛି । ଜିଲ୍ଲାସ୍ତରରୁ ଆଖି ଦେଖା ରିପୋର୍ଟ ଆସିଛି । ବର୍ଷା କମିଲା ପରେ ଫିଲଡ଼କୁ ଯାଇ ଜିଓ ଟେଗିଙ୍ଗ କରି ସରକାରଙ୍କୁ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। 


SRC ଙ୍କ ନୁଆଁ ଗାଇଡଲାଇନ ଅନୁଯାଇ କ୍ଷତି ପୂରଣ ଦିଆଯିବ । DBT ମାଧ୍ୟମରେ ଲୋକଙ୍କୁ କ୍ଷତି ପୂରଣ ଦିଆଯିବ । ଭୂଲ୍ ରିପୋର୍ଟ ନଦେବା ପାଇଁ ସତର୍କ କରାଯାଉଛି । ଧରାପଡ଼ିଲେ କାର୍ଯ୍ୟାନୁଷ୍ଠାନ ନେବେ ସରକାର । ସେପଟେ ଆଜି ବାତ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିବେନି ମୁଖ୍ୟମନ୍ତ୍ରୀ । ଖରାପ ପାଗ ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସ୍ଥଗିତ ହୋଇଛି ।
 

କାର୍ଯ୍ୟରେ ଅବହେଳା ପାଇଁ 4 ଅଧିକାରୀ ନିଲମ୍ବିତ - ସୁରେଶ ପୂଜାରୀ

GOLD LOAN
12m ago
ମୁଦ୍ରା ଯୋଜନାରେ ଋଣ ରାଶି ସୀମା 10 ଲକ୍ଷରୁ 20 ଲକ୍ଷ ଟଙ୍କାକୁ ବୃଦ୍ଧି
ଅର୍ଗସ ବ୍ୟୁରୋ: ବୃଦ୍ଧି ହେଲା ମୁଦ୍ରା ଋଣ । ଦେଶରେ କ୍ଷୁଦ୍ର ଉଦ୍ୟୋଗୀତାକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (PMMY) ଅଧୀନରେ ମୁଦ୍ରା ଋ
ସଲମାନଙ୍କ
25m ago
ସଲମାନଙ୍କ ପାଇଁ ସିଦ୍ଦିକିଙ୍କୁ ହତ୍ୟା କରାଯାଇନି
ଅର୍ଗସ ବ୍ୟୁରୋ: ଅର୍ଥ ଅନର୍ଥର ମୂଳ କାରଣ ହୋଇଥାଏ। ଅଧିକ ପଇସା କାହାର ଜୀବନ ବି ନେଇପାରେ। ତାହା ନିକଟରେ ଆମେ ଦେଖିଲେ ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କ କ୍ଷେତ୍ରରେ। ସେ ନିଜ ପୁଅ
ଡାଳିମ୍ବ
25m ago
କେବଳ ଡାଳିମ୍ବ ନୁହେଁ, ଚୋପାରେ ବି ରହିଛି ଉପକାରୀ ଗୁଣ କିପରି, ଜାଣନ୍ତୁ...
ଅର୍ଗସ ବ୍ୟୁରୋ: ଡାଳିମ୍ବ ଏକ ଉପକାରୀ ଫଳ । ଏହା ଯେତେ ସ୍ୱାଦିଷ୍ଟ ତାହାଠାରୁ ଅଧିକ ଲାଭଦାୟକ । ଡାଳିମ୍ବରେ ପୋଷକ ତତ୍ତ୍ୱ ରହିଥାଏ ଯାହା ଶରୀରରେ ରକ୍ତ ବଢାଇଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତ