ଧାମନଗରରେ କିଏ ମାରିବ ବାଜି ?
by Argus News
Wed, May 08 | 3:09 p.m.

ଅର୍ଗସ ବ୍ୟୁରୋ : ଧାମନଗର ଗଣିତକୁ ନେଇ ଏବେ ଭାରି ଚର୍ଚ୍ଚା । ଏମିତି ଗଣ୍ଡଗୋଳିଆ ଅଛି ଯେ କାହାର ଭାଗଫଳ କଣ ହେବ ତାହାକୁ ନେଇ ଏବେ ଭାରି ଚର୍ଚ୍ଚା । ନିର୍ବାଚନକୁ ଆଉ ମାତ୍ର କେଇଟା ଦିନ ବାକି ଅଛି । ୟାରି ଭିତରେ ଜମୁଛି ପ୍ରଚାର ମଇଦାନ । । ଆଉ ଧାମନଗର ନିର୍ବାଚନ ମଣ୍ଡଳରେ ଦେଖିବାକୁ ମିଳିଛି ଯୋରଦାର ପ୍ରଚାର । ଭୋଟ ହାତେଇବା ପାଇଁ ଜୋରସୋରରେ ଲାଗି ପଡିଛନ୍ତି ସବୁ ଦଳର ପ୍ରାର୍ଥୀ । ରାଜନୈତିକ ଉଷ୍ମତା ବଢ଼ୁଥିବା ବେଳେ ଜୋରଦାର ହେଉଛି ନେତାଙ୍କ ପ୍ରଚାର । 

ଧାମନଗର ଉପ ନିର୍ବାଚନରେ ବିଜେପିର ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ୍ ବିଜୟ ହାସଲ କରିବା ପରେ ୧୫ ମାସ ଭିତରେ ସୂର୍ଯ୍ୟବଂଶୀ ସୁରଜଙ୍କ ଲୋକ ପ୍ରିୟତା ବଢ଼ିବାରେ ଲାଗିଛି । ଯାହା ବିରୋଧୀ ବିଜେଡି ଉପରେ ଭାରି ପଡିଛି । ବିଜେପି ସୂର୍ଯ୍ୟବଂଶୀଙ୍କୁ ପ୍ରାର୍ଥୀ କରିବା ପରେ ଏବେ ନିର୍ବାଚନ ମଇଦାନରେ ସୂର୍ଯ୍ୟବଂଶୀ । ପ୍ରାର୍ଥୀ ହେବା ପରେ ସୂର୍ଯ୍ୟବଂଶୀ କହିଛନ୍ତି ଧାମନଗର ବନ୍ୟା ନିୟନ୍ତ୍ରଣ ସହ ବେକାରୀ ସମସ୍ୟା ଦୂର କରିବି ଯାହାକୁ ନେଇ ସୁରଜଙ୍କ ପଲା ଭାରି ଥିବା ଦେଖିବାକୁ ମିଳିଛି ।

ସବୁଠାରୁ ବଡ଼ କଥା ହେଉଛି, ଧାମନଗର ଅଞ୍ଚଳରେ ଆଉ କେହି ରହିବେ ନାହିଁ  ବେକାରୀ ଯୁବକ-ଯୁବତୀ । ଆଉ, ଯିବେ ନାହିଁ ଧାମନଗର ଅଞ୍ଚଳର ପାଠ ପଢୁଆ ଯୁବକ-ଯୁବତୀ ଦାଦନ ଖଟିବାକୁ । ବେକାରୀ ସମସ୍ୟାର ଖୁବ୍ ଶୀଘ୍ର ହେବ ସମାଧାନ ହେବ ବୋଲି କହିଛନ୍ତି ଧାମନଗର ବିଜେପି ବିଧାୟକ ପ୍ରାର୍ଥୀ ସୂର୍ଯ୍ୟବଂଶୀ । 

 

କିନ୍ତୁ ବିଜେଡି ପ୍ରାର୍ଥୀ ଡକ୍ଟର ସଞ୍ଜୟ ଦାସଙ୍କ ଯୁବକଙ୍କ ମାନଙ୍କୁ ରାଜନୀତିରେ ଆଗେଇ ଆସିବାକୁ କହିଛନ୍ତି, ଏହା ସହ  ଯୁବକ ମାନେ ଚାହିଁଲେ ଧାମନଗର ବିକାଶ ଆଗକୁ ଯିବ କହିଛନ୍ତି ଧାମନଗର ବିଜେଡି ପ୍ରାର୍ଥୀ ଡକ୍ଟର ସଞ୍ଜୟ ଦାସ । 

ସେପଟେ କଂଗ୍ରେସ ମଧ୍ୟ ଧାମନଗରରେ ବିଜେପି ଓ ବିଜେଡ଼ିକୁ କଡ଼ା ଟକର ଦେବା ପାଇଁ ଦଳ ଏଥର ଯୁବ କଂଗ୍ରେସ ନେତା ରଞ୍ଜନ କୁମାର ବେହେରାଙ୍କୁ ପ୍ରାର୍ଥୀ କରିଛି । ଚଳିତ ନିର୍ବାଚନରେ  ପ୍ରଚାର ପ୍ରସାର ନୁହେଁ ବରଂ ଏଥରେ ଆମେ ଧାମନଗରରେ ବିଜୟ ଜୋରଦାର ଲଢେଇ କରିବୁ ବୋଲି କଂଗ୍ରେସ ପ୍ରାର୍ଥୀ ରଞ୍ଜନ କୁମାର ବେହେରା କହିଛନ୍ତି । ତେବେ ଦେଖିବାକୁ ରହିଲା ଧାମନଗରବାସୀ କାହାକୁ ଭରଷା କରୁଛନ୍ତି । ବିଜେପି ନା ବିଜେଡି ନା କଂଗ୍ରେସ ।
 

HELICOPTER CARRYING
କୁହୁଡ଼ି ଓ ଖରାପ ପାଗ ଏହି ଦୁର୍ଘଟଣାର କାରଣ ବୋଲି କୁହାଯାଉଛି
ଅର୍ଗସ ବ୍ୟୁରୋ : ଇରାନରେ ଘଟିଲା ବଡ଼ ଦୁର୍ଘଟଣା । ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟର ରବିବାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି, ଏହା ପରେ ଜରୁରୀକାଳୀ
ରୋଡ ସୋ'
ରାଜଭବନରେ ପ୍ରଧାନମନ୍ତ୍ରୀ, କାଲି ମୋଦିଙ୍କ ରୋଡ ସୋ'
ଭୁବନେଶ୍ୱର: ରାଜଭବନ ଅଭିମୁଖେ ପ୍ରଧାନମନ୍ତ୍ରୀ। ପରିଚାଳନା କମିଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ କରି ରାଜଭବନରେ ଅଭିମୁଖେ ଯାଉଛନ୍ତି ମୋଦି। ରାଜଭବନରେ ରାତ୍ରୀଯାପ
PM MODI
ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍ୟ ମାନଙ୍କ ସହ କଲେ ଆଲୋଚନା
ଅର୍ଗସ ବ୍ୟୁରୋ : ଗୁରୁ ମନ୍ତ୍ର ବି ଦେଲେ ମୋଦି । ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ । ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍