ଏହା କ'ଣ ୨୫ ବର୍ଷ ଶାସନର ରୂପାନ୍ତରୀକରଣ ?
by Argus News
Mon, Apr 15 | 1:32 p.m.

ଅର୍ଗସ ବ୍ୟୁରୋ:  ପୁଣି ରୂପାନ୍ତରୀକରଣକୁ ନେଇ ପ୍ରଶ୍ନ ଉଠାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ Xରେ ଆଦିବାସୀଙ୍କ ମୌଳିକ ସୁବିଧା ସହ ପାନୀୟ ଜଳ ସମସ୍ୟାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ । କେନ୍ଦ୍ର ସରକାର ଓଡ଼ିଶାର ପାନୀୟ ଜଳ ପାଇଁ ୧୦,୨୧୭ କୋଟି ଟଙ୍କା ବ୍ୟବସ୍ଥା କରିବା ସତ୍ତ୍ବେ ଲୋକେ କାହିଁକି ପାନୀୟ ଜଳ ପାଇବାରୁ ବଞ୍ଚିତ ହୋଇଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । 

ସେ କହିଛନ୍ତି, ରାଜ୍ୟରେ ଆଦିବାସୀମାନେ ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ । ଏହା କ'ଣ  ୨୫ ବର୍ଷ ଶାସନର ରୂପାନ୍ତରୀକରଣ ? ଦେବଗଡ଼ ଜିଲ୍ଲା ବାରକୋଟ୍ ବ୍ଲକ କାଦୋପଡା ପଞ୍ଚାୟତ ମହୁପାଳ ଗାଁରେ ଅଧିକାଂଶ ଆଦିବାସୀ ଓ କନ୍ଧ ସମ୍ପ୍ରଦାୟର ଲୋକେ ସ୍ବଚ୍ଛ ପାନୀୟ ଜଳ ଓ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ମୋଦି ସରକାରରେ ଗତ ୫ ବର୍ଷରେ ସମସ୍ତ ଘରକୁ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ଓଡ଼ିଶା ପାଇଁ ମୋଟ ୧୦,୨୧୭ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଏହା ସତ୍ତ୍ୱେ ରାଜ୍ୟରେ ପାନୀୟ ଜଳର ବିକଟ ସମସ୍ୟା ଦେଖାଯିବା ରାଜ୍ୟ ସରକାରଙ୍କ ସାମର୍ଥ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । 

ଏଥର ପରିବର୍ତ୍ତନ ନିଶ୍ଚୟ ହେବ ବୋଲି ସୋସିଆଲ ମିଡିଆ Xରେ ପୋଷ୍ଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସେହିପରି ସମ୍ବଲପୁର ରେଢାଖୋଲ ଅଞ୍ଚଳରେ ପାନୀୟ ଜଳ ସମସ୍ୟାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ପ୍ରକଳ୍ପ ଅଦ୍ୟାବଧି ଶେଷ ନହେବା ସ୍ଥାନୀୟ ସରକାରର ଅପାରଗତା ଓ ମନୋମୁଖୀ ଶାସନକୁ ଦର୍ଶାଉଛି । ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ କାରଣରୁ ଲୋକମାନେ ଆଜି ଅନେକ ଅସୁବିଧାର ସମ୍ମୁଖୀନ ହେବା କ’ଣ ୨୫ ବର୍ଷ ଶାସନର ରୂପାନ୍ତରୀକରଣ ? କେବଳ ଘୋଷଣା କରିଦେଲେ ହେବ ନାହିଁ, ପ୍ରତିଶ୍ରୁତି ପାଳନ କରିବାକୁ ପଡେ । ଚଳିତ ନିର୍ବାଚନରେ ଲୋକମାନେ ଏହାର ଉଚିତ୍ ଜବାବ ଦେବେ ବୋଲି ଟ୍ବିଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

 

ADR REPORT
6m ago
ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୩୩% ବିଧାୟକ ପ୍ରାର୍ଥୀ କୋଟିପତି
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୧୨୬ ଜଣ ଅର୍ଥାତ୍ ୩୩% ବିଧାୟକ ପ୍ରାର୍ଥୀ କୋଟିପତି । କେନ୍ଦୁଝର ଚମ୍ପୁଆର BJD ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ଼ ତୃତୀୟ ପର୍ଯ୍ୟାୟ
ଆଇଲାସେସ୍
11m ago
ଆଖି ନଷ୍ଟ କରେ ଆଇଲାସେସ୍
ଅର୍ଗସ ବ୍ୟୁରୋ: ସବୁ ଝିଅଙ୍କୁ ମେକଅପ୍ ନେବାକୁ ଭଲଲାଗେ। ଆଜିକାଲି ମାର୍କେଟକୁ ଏତେ ସବୁ ମେକଅପ୍ ପ୍ରଡକ୍ସ ଆସିଲାଣି ତାର ଗଣନା କରିହେବନି। ମେକଅପ୍ ଦ୍ବାରା ଅସମ୍ଭବ ବି ସମ୍ଭବ ହୋଇପାରୁଛି
HEAT WAVE
29m ago
ତତଲା କଢେଇରେ ଭାଜି ହେଉଛି ଓଡିଶା
ଅର୍ଗସ ବ୍ୟୁରୋ: ତତଲା କଢେଇରେ ସାରା ଓଡ଼ିଶା। ଆଜି ବି ଅସହ୍ୟ ତାତି ଅନୁଭୁତ ହେବ । ସକାଳୁ ସକାଳୁ ପ୍ରବାଳ ଗରମ ହେଉଛି । ସକଳ 8.30 ସୁଦ୍ଧା ଭୁବନେଶ୍ୱରରେ ପାରଦ 34.6 ରେକର୍ଡ କରାଯାଇଛ