" ଲୋକଙ୍କୁ ଠକିଲେ ଲୋକମାନେ ହିଁ ଭାଙ୍ଗି ଦିଅନ୍ତି ସରକାର " - ଧର୍ମେନ୍ଦ୍ର
by Argus News
Thu, May 09 | 8:02 p.m.

 ଅର୍ଗସ ବ୍ୟୁରୋ : ନିର୍ବାଚନ ଫଳ ଆସିବା ପରେ ବିଜେଡିକୁ ଭାଙ୍ଗି ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ପରି ସରକାର ଗଠନ ଲାଗି ରଣନୀତି କରିଛି ବିଜେପି। ବରାଦି ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତା ଭୈରବ ପାଣ୍ଡିଆନଙ୍କ ଏପରି ବୟାନ ପରେ ଓଡ଼ିଶା ରାଜନୀତିରେ ଏବେ ସିନ୍ଦେ ସିଣ୍ଡ୍ରୋମ୍ କୁ ନେଇ ବିବାଦ। ଏହା ଭିତରେ ଏ ପ୍ରସଙ୍ଗରେ ବୟାନ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କହିଛନ୍ତି ପ୍ରଜାତନ୍ତ୍ରରେ କେହି କାହାକୁ ଭାଙ୍ଗେ ନାହିଁ, ଲୋକଙ୍କୁ ଠକିଲେ ଲୋକମାନେ ହିଁ ଭାଙ୍ଗି ଦିଅନ୍ତି । ଏଥିସହ ଏଥର ଓଡ଼ିଶାରେ ଡବଲଇଞ୍ଜିନ ସରକାର ନେଇ ପ୍ରଧାନମନ୍ତ୍ରୀଙ୍କ ଦମ୍ଭୋକ୍ତିକୁ ଦୋହରାଇଛନ୍ତି ଧର୍ମେନ୍ଦ୍ର କହିଛନ୍ତି, ଓଡ଼ିଶାବାସୀଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ବିଶ୍ବସନୀୟତା ଏଥର ରାଜ୍ୟର ବିଧାନସଭା ଓ ଲୋକସଭା ଭୋଟରେ ପ୍ରତିଫଳିତ ହେବ । 
ଏବେ ପ୍ରଶ୍ନ ଉଠୁଛି ବିଜେଡିରେ ସମ୍ଭାବ୍ୟ ବିଭାଜନକୁ ନେଇ ଭୟଭୀତ କି ଭି.କେ ପାଣ୍ଡିଆନ୍। ମହାରାଷ୍ଟ୍ର ମଧ୍ୟପ୍ରଦେଶର ପରି ସଂଖ୍ୟା ଥାଇ ବି ସରକାର ଭୂଷୁଡ଼ିବା ଆଶଙ୍କା ଘାରିଛି କି ବିଜେଡିର ଷ୍ଟାର ପ୍ରଚାରକ ନମ୍ବର ଟୁ ଙ୍କୁ। ବରାଦିଆ ସାମ୍ବାଦିକ ସମ୍ମିଳନୀରେ ଏନେଇ ନିଜ ମନରେ ଥିବା ଛନକା ପ୍ରକାଶ କରିଦେଲେ ଭି.କେ ପାଣ୍ଡିଆନ୍।

ଅଧିକ ପଢନ୍ତୁ : ପାହାନ୍ତିଆରୁ ପାଣ୍ଡିଆନଙ୍କ ମିଛ

ଦଳ ଦୁଇ ଫାଳ ହୋଇଗଲେ ପଛପଟୁଆ କ୍ଷମତା ଦଖଲ ରଣନୀତି ଫେଲ ହୋଇଯିବା ଡରରେ କି ଗୁମାସ୍ତା। ଡରୁଆକୁ ଆହୁରି ଡରାଇଛନ୍ତି ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି। କହିଛନ୍ତି ବିଜେଡିରେ ଅଛନ୍ତି ଏକାଧିକ ଏକନାଥ ସିନ୍ଦେ। ବିଜେଡିରେ ସମସ୍ତେ ନୁହନ୍ତି କ୍ରୀତଦାସ। ଶାସକ ଦଳର ବହୁ ସିନ୍ଦେ ଏବେଠୁ ବିଜେପି ସହ ସମ୍ପର୍କରେ। 
ସମୀରଙ୍କ ସହ ତାଳ ଦେଇଛନ୍ତି ବରିଷ୍ଠ ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟ କରିଛନ୍ତି ପରାଜିତ ଭୟରେ ବିଳିବିଳାଉଛି ବିଜେଡି। ଗୋଟେପଟେ ଦୁଇ ତୃତୀୟାଂଶ ଆସନ ଜିତିବାର ଆସ୍ଫାଳନ କରୁଥିବା ପାଣ୍ଡିଆନ୍ ଅନ୍ୟପଟେ ବିଜେପି 50 ଆସନ ଜିତି ବିଜେଡିକୁ ଭାଙ୍ଗି ସରକାର ଗଠନ କରିବା କଥା କହୁଛନ୍ତି। ଏପରି ବୟାନ ବିଜେଡି ନମ୍ବର ଟୁ ନେତାଙ୍କର ମୁହଁ ଇସ୍ପାତ  ଅବସ୍ଥାକୁ ଧରାପକାଇଦେଇଛି।

ଆଗାମୀ ୫ ଦିନ ରାଜ୍ୟରେ
7m ago
ଆଗାମୀ ୫ ଦିନ ରାଜ୍ୟରେ ରହିବ କାଳବୈଶାଖୀର ପ୍ରଭାବ : ୨୨ରୁ ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା
ଅର୍ଗସ ବ୍ୟୁରୋ: ରାଜ୍ୟବାସୀ ଗରମରେ ସନ୍ତୁଳି ହେଉଥିବାବେଳେ ପାଣିପାଗ ବିଭାଗ ଜାରି କରିଛି ଆଶ୍ବସ୍ତିକର ଖବର। ଆଗାମୀ ୫ ଦିନ ରାଜ୍ୟରେ ରହିବ କାଳବୈଶାଖୀର ପ୍ରଭାବ । ୨୨, ୨୩ ଓ ୨୪ ତାରିଖର
ହଳଦିଆ ତରଭୁଜ
10m ago
ଲାଲ ତରଭୁଜଠାରୁ ଦୁଇଗୁଣ ଅଧିକ ଲାଭଦାୟକ ହଳଦିଆ ତରଭୁଜ
ନୂଆଦିଲ୍ଲୀ: ସମର ସିଜନର ଫଳମାନଙ୍କ ମଧ୍ୟରେ ରାଜା ଆମ୍ବ। ଆମ୍ବ ସହିତ ଅନ୍ୟ ଏକ ଫଳ ହେଉଛି ତରଭୁଜ । ଯାହାକୁ ମଧ୍ୟ ଲୋକେ ମାନେ ଖୁବ ପସନ୍ଦ
ଋଣ ଭାର ସହି
12m ago
ଋଣ ଭାର ସହି ନ ପାରି ଆତ୍ମହତ୍ୟା କଲେ ଚାଷୀ
ଅର୍ଗସ ବ୍ୟୁରୋ: ପୁଣି ରାଜ୍ୟରେ ଚାଷୀ ଆତ୍ମହତ୍ୟା। ଋଣ ଭାର ସହି ନ ପାରି ପାଟଣାରେ ଆତ୍ମହତ୍ୟା କଲେ ଚାଷୀ । ବିଜେଡି ଶାସନରେ ବଢୁଛି ଚାଷୀ ଆତ୍ମହତ୍ୟା ଘଟଣା। ରାଜ୍ୟ ସରକାର କୃଷକ ମାନଙ୍କ ପାଇ