ବରଗଡ଼ରେ ବିଜେପି ପ୍ରାର୍ଥୀଙ୍କ ପାଇଁ ଧର୍ମେନ୍ଦ୍ରଙ୍କ ମାରାଥନ୍ ପ୍ରଚାର
by Argus News
Fri, May 17 | 8:04 p.m.

ଅର୍ଗସ ବ୍ୟୁରୋ: ବରଗଡ଼ରେ ବିଜେପି ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବରଗଡ଼ ସାଂସଦ ପ୍ରାର୍ଥୀ ପ୍ରଦୀପ ପୁରୋହିତ, ପଦ୍ମପୁର ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୋଇ, ବିଜେପୁର ବିଧାନସଭା ପ୍ରାର୍ଥୀ ସନତ ଗଡ଼ତିଆ ଓ ଭଟଲି ବିଧାୟକ ପ୍ରାର୍ଥୀ ଇରାଶିଷ ଆଚାର୍ଯ୍ୟଙ୍କ ଭୋଟ୍ ପାଇଁ ନିବେଦନ କରିଛନ୍ତି। ଭଟଲୀ, ପଦମପୁର, ବିଜେପୁର ଓ ଅତାବିରା ବିଜୟ ସଙ୍କଳ୍ପ ସମାବେଶରେ ଯୋଗଦେଇ ବିକାଶ କଥା ଉଠାଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। 

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ବିଜେପୁରର ଦାୟିତ୍ବ ନେବେ ବୋଲି କହିଥିଲେ । କିନ୍ତୁ ବିଜେପୁରର ବିକାଶ ଯେଉଁଠିକୁ ସେଇଠି ରହିଛି।
ସେହିପରି ପଦ୍ମପୁରରେ ପାନୀୟ ଜଳ, ଜଳସେଚନ, ଦାଦନ ସମସ୍ୟା, ସ୍କୁଲରେ ଶିକ୍ଷକ ଓ ମେଡିକାଲରେ ଡାକ୍ତର ଅଭାବ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ। 

ଓଡ଼ିଶାର କୋଣ ଅନୁକୋଣରୁ ଶୁଭୁଛି ପରିବର୍ତ୍ତନର ସ୍ବର, ଏଥର ଓଡ଼ିଶାରେ ହେବ ବିଜେପି ସରକାର । ଭଟଲୀ ବିଜୟ ସଙ୍କଳ୍ପ ସମାବେଶରେ ଏଭଳି ଦମ୍ଭୋକ୍ତି ଭରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । କୃଷିଭିତ୍ତିକ ଜିଲ୍ଲା ବରଗଡ ସୋହେଲାରେ ମୁଖ୍ୟମନ୍ତ୍ରୀ ୨୦୧୩ରେ ଚାଷୀଙ୍କ ପାଇଁ ଘୋଷଣା କରିଥିବା ୧୦୦ ଟଙ୍କା ବୋନସ କେବେ ଦେବେ ? ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେହିପରି ବିଜେପି କ୍ଷମତାକୁ ଆସିଲେ ଚାଷୀଙ୍କ କଲ୍ୟାଣ ହେବ । ବରଗଡର ଚାଷୀ ଭାଇଙ୍କ ସବୁ ଧାନ ଏଫସିଆଇ ଦ୍ବାରା କିଣାଯିବ । ମଣ୍ଡିକୁ ଆଧୁନିକୀକରଣ କରାଯିବ । ଧାନର ଏମଏସପି କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କା ହେବ । କଟନୀଛଟନୀକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯିବ । ଏହା ମୋଦି ଗ୍ୟାରେଣ୍ଟି ବୋଲି ଅତାବିରା ସମାବେଶରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ମୋଦୀ ସରକାର ଓଡ଼ିଶାର ବିକାଶ ପାଇଁ ବଜେଟର ଅଭାବ ରଖିନାହାନ୍ତି । ହେଲେ ଏଠାକାର ଭ୍ରଷ୍ଟ ସରକାର ଦୁର୍ନୀତି କରି ମୋଦୀଙ୍କ ଅର୍ଥକୁ ବାଟମାରଣା କରୁଛନ୍ତି । ଏଥର ନିର୍ବାଚନରେ ଲୋକମାନେ ଭୋଟ୍ ମାଧ୍ୟମରେ ଏହାର ପ୍ରତି ଜବାବ୍ ଦେବେ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ପ୍ରାର୍ଥୀଙ୍କ ଲାଗି କରିଥିଲେ ରୋଡ ସୋ'।

ଅଧିକ ପଢ଼ନ୍ତୁ ନିର୍ବାଚନ ଖବର 
 

କେମିତି କଟିବ
13m ago
କେମିତି କଟିବ ଆଜିର ଦିନ....ସତର୍କ ରୁହନ୍ତୁ ଏହି ରାଶି
ଅର୍ଗସ ବ୍ୟୁରୋ: ଆପଣଙ୍କ ଦିନଟି କେମିତି କଟିବ ସେ ପାଇଁ ଚିନ୍ତିତ କି? ତାହେଲେ ଚାଲନ୍ତୁ ଜାଣିବା। ମେଷ- ଶାରିରୀକ ସମସ୍ୟାରୁ ମୁକ୍ତି ପାଇବେ । ଜୀବନରେ ଉନ୍ନତି ପାଇଁ ନୂଆ ସୁଯୋ
ଆସନ୍ତା ଦୁଇ ଦିନ ମଧ୍ୟର
31m ago
ଆସନ୍ତା ଦୁଇ ଦିନ ମଧ୍ୟରେ ଅବପାତରେ ପରିଣତ ହେବ ଲଘୁଚାପ
ଅର୍ଗସ ବ୍ୟୁରୋ: ଘନୀଭୂତ ହେଉଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ। ଲଘୁଚାପ ଆହୁରି ଘନୀଭୂତ ହେବାକୁ ବଳଗୋଟାଉଛି। ଆସନ୍ତା ଦୁଇ ଦିନ ମଧ୍ୟରେ ଅବପାତରେ ପରିଣତ ହେବ ଲଘୁଚାପ। ଉତ୍ତର-ପଶ୍ଚି
ଆଜି ଚାଷୀଙ୍କୁ
40m ago
ଆଜି ଚାଷୀଙ୍କୁ ମିଳିବ ସିଏମ୍ କିଷାନ ସହାୟତା
ଅର୍ଗସ ବ୍ୟୁରୋ: ନୂଆଁଖାଇ ଉପଲକ୍ଷେ ଚାଷୀଙ୍କ ପାଇଁ ଖୁସି ଖବର । ଆଜି ଚାଷୀଙ୍କୁ ସିଏମ୍ କିଷାନ ସହାୟତା ଭେଟି ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସିଏମ୍ କିଷାନ ସହାୟତା ଅନ୍ତର୍ଗତ ଉପକୃତ ହେବ