ଟି-୨୦ କ୍ରିକେଟରେ ଇତିହାସ ରଚିଲେ ଧୋନୀ
by Argus News
Mon, Apr 15 | 5:55 p.m.

ଅର୍ଗସ ବ୍ୟୁରୋ: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ)ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ୍ବାଙ୍ଖଡେରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ପ୍ରବେଶ କରିବା ମାତ୍ରେ ତାଙ୍କ ନାମରେ ଏକ ବିଶେଷ ସଫଳତା ହାସଲ କରିଥିଲେ। ଟି-୨୦ ଇତିହାସରେ ଯେକୌଣସି ଦଳ ପାଇଁ ଏହା ଧୋନୀଙ୍କ ୨୫୦ ତମ ମ୍ୟାଚ ଥିଲା। ଭାରତୀୟ କ୍ରିକେଟ ଇତିହାସର ଅନ୍ୟତମ ଶ୍ରେଷ୍ଠ ଖେଳାଳି ଧୋନି ଏହି ପ୍ରସଙ୍ଗରେ ପୂର୍ବତନ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ କ୍ୟାପଟେନ ବିରାଟ କୋହଲିଙ୍କ ସମକକ୍ଷ ହୋଇଛନ୍ତି। ନିକଟରେ କୋହଲି ଆରସିବି ପାଇଁ ୨୫୦ ମ୍ୟାଚ ଖେଳିଥିଲେ।

ଏହି ଦୁଇ ଖେଳାଳିଙ୍କ ବ୍ୟତୀତ ଏପର୍ଯ୍ୟନ୍ତ କେହି ସଫଳତା ହାସଲ କରିପାରିନାହାନ୍ତି। 
ଧୋନୀ ଆଇପିଏଲ ଏବଂ ଚାମ୍ପିୟନ୍ସ ଲିଗରେ ସିଏସକେ ପାଇଁ ଖେଳିଛନ୍ତି। ଅବଶ୍ୟ ଧୋନୀ ଦୁଇଟି ସିଜନ ପାଇଁ ରାଇଜିଂ ପୁଣେ ସୁପରଜିଆଣ୍ଟସ ପ୍ରତିନିଧିତ୍ବ କରିଥିଲେ କାରଣ ଦୁଇ ବର୍ଷ ପାଇଁ ସିଏସକେକୁ ନିଷେଧ କରାଯାଇଥିଲା। ଧୋନି ୨୦୦୮ରେ ଆଇପିଏଲ ଆରମ୍ଭରୁ ଚେନ୍ନାଇ ସୁପର କିଙ୍ଗ୍ସ ସହ ଜଡ଼ିତ ଥିଲେ। ପ୍ରଥମ ସିଜନ ପାଇଁ ଅନୁଷ୍ଠିତ ନିଲାମରେ ସିଏସକେ ଧୋନୀଙ୍କୁ କିଣିଥିଲା।

ଧୋନୀ ଏହି ଟୁର୍ଣ୍ଣାମେଣ୍ଟର ସବୁଠାରୁ ସଫଳ କ୍ୟାପଟେନ। ତାଙ୍କ ନେତୃତ୍ବରେ ସିଏସକେ ୫ଥର ଆଇପିଏଲ ଟାଇଟଲ ଜିତିଛି। ଧୋନୀଙ୍କ ଅଧିନାୟକତ୍ବରେ ସିଏସକେ ଦଳ ୨୦୧୦, ୨୦୧୧, ୨୦୧୮, ୨୦୨୧ ଏବଂ ୨୦୨୩ରେ ବିଜୟୀ ହୋଇଛି। ଧୋନୀଙ୍କ ନେତୃତ୍ବ ଦକ୍ଷତା କେତେ ଶକ୍ତିଶାଳୀ ତାହା ଏହା ଦର୍ଶାଏ। ତେବେ ଆଇପିଏଲ ୨୦୨୪ ସିଜନ ଆରମ୍ଭର ଠିକ ପୂର୍ବରୁ ଧୋନୀ ସିଏସକେର କମାଣ୍ଡ ଛାଡ଼ିଥିଲେ। ଏବଂ ତାଙ୍କ ସ୍ଥାନରେ ଋତୁରାଜ ଗାଏକ୍ବାଡ ଏହି ସିଜନରେ ସିଏସକେର କ୍ୟାପଟେନସି ତୁଲାଉଛନ୍ତି। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

ମୃତ୍ୟୁ
ଗାଁ ନାଳରେ ବୁଡି ୨ଭଉଣୀଙ୍କ ମୃତ୍ୟୁ
ଯାଜପୁର: ଗାଁ ନାଳରେ ବୁଡି ସମ୍ପର୍କୀୟ ୨ଭଉଣୀଙ୍କ ମୃତ୍ୟୁ । ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅନ୍ତର୍ଗତ ରାହାସ ଗୁହାଳି ଗାଁ ହନୁମନ୍ତିଆ ଗଣ୍ଡରେ ଘଟିଛି ଏଭଳି ଅଘଟଣ
ଚୁଆପାଣି
ଲୋକଙ୍କ ଶୋଷ ମେଣ୍ଟାଉଛି ଚୁଆପାଣି
ସମ୍ବଲପୁର: ୨୫ ବର୍ଷର ଅପାରଗତାର ନମୁନା । ରେଢ଼ାଖୋଲ ଗୋପାଳପୁର ଗାଁରେ ପଡ଼ିନି ବିକାଶର ପାଦଚିହ୍ନ । ପକ୍କା ଘର ଦିବା ସ୍ବପ୍ନ, ନାହିଁ ସବୁଦିନିଆ ରାସ୍ତା । ଚୁଆ ପାଣିରେ ମେଣ୍ଟୁଛ
ଟେନସନ
ବିଜେପି ତୁଙ୍ଗ ନେତାଙ୍କ ଘନ ଘନ ଆକ୍ରମଣ ବଢ଼ାଇଛି ବିଜେଡିର ଟେନସନ
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଓଡ଼ିଶା ଆସିବେ ଆହୁରି ଅନେକ କେନ୍ଦ୍ରୀୟ ନେତା । 23ରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେପି ରାଷ୍ଟ୍ରୀ