ଆଇପିଏଲରୁ ଅବସର ନେଲେ ଡି.କେ: ଟି-୨୦ ବିଶ୍ୱକପରେ ତୁଲାଇବେ ବଡ଼ ଦାୟିତ୍ୱ
by Argus News
Fri, May 24 | 7:41 p.m.

ଅର୍ଗସ ବ୍ୟୁରୋ: ଆଇପିଏଲରୁ ଅବସର ନେଲେ, ଏବେ ଟି-୨୦ ବିଶ୍ୱକପରେ ମିଳିଲା ଗୁରୁ ଦାୟିତ୍ୱ। ଆସନ୍ତା ଜୁନ୍ ମାସରୁ ଆରମ୍ଭ ହେଉଥିବା ଟି-୨୦ ବିଶ୍ୱକପରେ କମେଣ୍ଟେଣ୍ଟର ଭୂମିକାରେ ନଜର ଆସିବେ ଦିନେଶ କାର୍ତ୍ତିକ। ତେବେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଆଗାମୀ ଟି-୨୦ ବିଶ୍ୱକପ୍ ପାଇଁ ଭାସ୍ୟକାରମାନଙ୍କର ଏକ ତାଲିକା ପ୍ରକାଶ କରିଛି । ଯେଉଁଥିରେ ସାମିଲ ଅଛନ୍ତି ଦିନେଶ କାର୍ତ୍ତିକ।

 

୪୦ ସଦସ୍ୟ ବିଶିଷ୍ଟ ଏହି ଭାସ୍ୟକାରଙ୍କ ପ୍ୟାନେଲରେ ଦିନେଶ କାର୍ତ୍ତିକଙ୍କୁ ସ୍ଥାନ ମିଳିଛି । କାର୍ତ୍ତିକ ଚଳିତ ବର୍ଷ ଆଇପିଏଲରେ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ଦଳକୁ ପ୍ରତିନିଧିତ୍ୱ କରୁଥିଲେ । ତେବେ ଆସନ୍ତା ବର୍ଷ ସେ ଆଇପିଏଲ ଖେଳିବେ ନାହିଁ । ରାଜସ୍ଥାନ ରୟାଲ ବିପକ୍ଷ ଏଲିମିନେଟର ମ୍ୟାଚରେ ସେ ଆଇପିଏଲରୁ ବିଦାୟ ନେଇଛନ୍ତି ।

ସୂୂଚନାଯୋଗ୍ୟ ଯେ, ବିଶ୍ୱକପର ଏହି ଭାଷ୍ୟକାର ତାଲିକାରେ ତାଙ୍କ ସହ ଭାରତରୁ ହର୍ଷ ଭୋଗଲେ, ରବି ଶାସ୍ତ୍ରୀ ଏବଂ ସୁନୀଲ ଗାଭାସ୍କରଙ୍କୁ ସ୍ଥାନ ମିଳିଛି । ଏହା ସହ ପାକିସ୍ତାନର ୱାସିମ୍ ଆକ୍ରମ, ୱକାର ୟୁନିସ୍ ଏବଂ ରମିଜ ରାଜାଙ୍କୁ ମଧ୍ୟ ଭାଷ୍ୟକାରଙ୍କ ଗ୍ରୁପରେ ସାମିଲ କରାଯାଇଛି। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

ମୁମ୍ବାଇରୁ ଲଣ୍ଡନ
5m ago
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
7m ago
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି
ରାଜଧାନୀରେ କୋଷ୍ଟଗାର୍ଡ
9m ago
ରାଜଧାନୀରେ କୋଷ୍ଟଗାର୍ଡ DIG ଓ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ଅଭିଯାଗ
ଅର୍ଗସ ବ୍ୟୁରୋ: ନୟାପଲ୍ଲୀ ଥାନା ଅଞ୍ଚଳରେ କୋଷ୍ଟଗାର୍ଡ ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ୨ଜଣ ମଦ୍ୟପ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସପିଂ ସାରି ଫେରୁଥିବା ବେଳେ କୋଷ୍ଟଗାର୍