ଗର୍ଭବତୀ ମହିଳାଙ୍କ ଚିକିତ୍ସା ପାଇଁ ମନାକଲେ ଡାକ୍ତର, ଟ୍ବିଟ କରି ବତାଇଲେ କାରଣ
by Argus News
Wed, Apr 24 | 1:49 p.m.

ଅର୍ଗସ ବ୍ୟୁରୋ : ଗର୍ଭବତୀ ମହିଳାଙ୍କୁ ଚିକିତ୍ସା ପାଇଁ ମନାକଲେ ଡାକ୍ତର । ଜଣେ ୩୦ ବର୍ଷୀୟ ଗର୍ଭବତୀ ମହିଳାଙ୍କ ଚିକିତ୍ସା ପାଇଁ ଡାକ୍ତର ସିଧା ମନା କରିଦେଇଥିବା ନିଜେ ଟ୍ବିଟ କରି ଶେୟାର କରିଛନ୍ତି । ଯାହା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଭଦୋଦରାର ଏକ ଗାଇନାକୋଲୋଜିଷ୍ଟ ଡାକ୍ତର ଏପରି ନିଜ ଟ୍ବିଟରେ ଲେଖି ଚର୍ଚ୍ଚାରେ ରହିଛନ୍ତି । ସେ ଲେଖିଛନ୍ତି , "ଜଣେ ରୋଗୀକୁ ଯେପରି ନିଜପାଇଁ ଡାକ୍ତର ଚୟନ କରିବାର ଅଧିକାର ଅଛି, ଠିକ ସେମିତି ଗୋଟେ ଡାକ୍ତରକୁ ମଧ୍ୟ ରୋଗୀ ଚିକିତ୍ସା କରିବାକୁ ଚୟନ କରିବାର ଅଧିକାର ଅଛି । କେବଳ ନିହାତି ଗୁରୁତର ରୋଗୀଙ୍କୁ ବାଦ ଦେଇ । ଏହି ମହିଳା ଜଣକ ମେଡାକଲ ନିୟମର ବିରୋଦ୍ଧରେ ଯାଇଛନ୍ତି । କେତେକ ଅତ୍ୟନ୍ତ ଆବଶ୍ୟକୀୟ ଟେଷ୍ଟ ଯେମିତିକି ଏନଟି(NT)ଏବଂ ଡବଲ ମାର୍କେଟ ଟେଷ୍ଟ କରିବାକୁ ମନା କରିଦେଇଥିଲେ । ତାଙ୍କୁ ଅନେକ ବୁଝାଇବା ପରେ ଡାକ୍ତର ଜଣକ ତାଙ୍କୁ ଅନ୍ୟ ଜଣେ ଡାକ୍ତରଙ୍କୁ ପାଖରେ ଦେଖାଇବାକୁ ପରାମର୍ଶ ଦେଇଥିଲେ ।
କେବଳ ଏତିକି ନୁହେଁ, ସେ ଆହୁରି ମଧ୍ୟ ଲେଖିଛନ୍ତି , ଜଣେ ଡାକ୍ତର ଏବଂ ବିଶେଷ ଭାବେ ଜଣେ ଗାଇନାକୋଲୋଜିଷ୍ଟ ଭାବରେ କେବେବି ରୋଗୀଙ୍କୁ ତୁମ ଉପରେ ପରିଚାଳନା କରିବାକୁ ଦିଅନ୍ତୁ ନାହିଁ । ନହେଲେ ଆପଣଙ୍କୁ କୋର୍ଟର ମଧ୍ୟ ସମ୍ମୁଖୀନ ହେବାକୁ ପଡିପାରେ । ସେଥିପାଇଁ ସ୍ପଷ୍ଟ ଭାବେ ନାଁ କରନ୍ତୁ ଏବଂ ଅନ୍ୟ ରୋଗୀ ଦେଖନ୍ତୁ ବୋଲି ସେ ନିଜେ ଟ୍ବିଟ କରି ଲେଖିଛନ୍ତି ।

 

ତେବେ ଏଥିରେ ଅନେକ ୟୁଜର୍ସ ନିଜ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଜଣେ ଲେଖିଛନ୍ତି, "ମୁଁ ଏଥିରେ ରୋଗୀଙ୍କୁ ଦୋଷ ଦେବିନାହିଁ , ଏହି ଡବଲ ମେଡିକାଲ ଟେଷ୍ଟ ଖୁବ ମହଙ୍ଗା ହୋଇଥାଏ , ଏବଂ ସମସ୍ତେ ପ୍ରାୟତଃ ଭାବନ୍ତି, ଡାକ୍ତର ଅଧିକ ଟଙ୍କା ପାଇବା ଆଶାରେ ଏପରି ଚିକିତ୍ସା କରିବାକୁ କହିଥାନ୍ତି । ସେଥିପାଇଁ ସେ ମନା କରିଛନ୍ତି ।"
ସେହିପରି ଆଉଜଣେ ଲେଖିଛନ୍ତି," ଆପଣଙ୍କୁ ତାଙ୍କୁ ବୁଝେଇ ଦେବାରେ ଥିଲା, ଏହା ଏକ ଗୁରୁତ୍ବପୂର୍ଣ୍ଣ ଟେଷ୍ଟ । ଏଥିପାଇଁ କ୍ଲିନିକ ତରଫରୁ ଆପଣଙ୍କୁ କୌଣସି ଅଧିକ ଟଙ୍କା ମିଳିବନି ।"ସୋସିଆଲ ମିଡିଆରେ ଏହାକୁ ଏପର୍ଯ୍ୟନ୍ତ ୪୮ ହଜାର ଲୋକ ଦେଖିସାରିଲେଣି ।  

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ