୨୫ ବର୍ଷର ନିରନ୍ତର ପ୍ରୟାସ...ଏବେ ରାଇସିନା ହିଲ୍‌ରେ ରାଷ୍ଟ୍ରପତିଙ୍କ ସହ ସାକ୍ଷାତକାର
by Argus News
Wed, Apr 10 | 1:31 p.m.

ଅର୍ଗସ ବ୍ୟୁରୋ: ଆଜିକାଲି ଡାଏବେଟିସ୍‌ ବା ମଧୁମେୟ ରୋଗ ସାଙ୍ଘାତିକ ଭାବରେ ବଢିଲାଣି । ଦେଶରେ ପ୍ରାୟ ପ୍ରତି ଘରେ ଘରେ ଏହି ରୋଗ ବ୍ୟାପିବାରେ ଲାଗିଲାଣି । କେମିତି ଏହାକୁ ନିୟନ୍ତ୍ରଣ କରାଯାଇପାରିବ ସେନେଇ ଅନେକ ଗବେଷଣା କରାଯାଇଛି । ଗୁରୁତ୍ଵପୂର୍ଣ୍ଣ କଥା ହେଲା, ଆଜକୁ ଠିକ୍‌ ୨୫ ବର୍ଷ ତଳେ ଡକ୍ଟର ସୌକତ ଶାଦିକୋଟଙ୍କ ଅନୁଷ୍ଠାନ ଡାଏବେଟିସ ଇଣ୍ଡିଆ ଦ୍ଵାରା ମଧୁମେୟର ସହଜ ନିରାକରଣ ଆରମ୍ଭ ହୋଇଥିଲା । କାରଣ ଦେଶରେ କେମିତି ମଧୁମେୟ କମିବ ସେନେଇ ପ୍ରୟାସ ଜାରି ରଖିଥିଲା ଡାଏବେଟିସ ଇଣ୍ଡିଆ ।

ମୋଟ୍‌ ଉପରେ ମଧୁମେହ ରୋଗୀକୁ ନିୟନ୍ତ୍ରଣ କରିବାକୁ ଦୀର୍ଘ ୨୫ବର୍ଷ ହେଲା ନିରନ୍ତର ପ୍ରୟାସ ଜାରି ରଖିଛି ଡାଏବେଟିସ ଇଣ୍ଡିଆ ଅନୁଷ୍ଠାନ । ଖାଲି ପ୍ରୟାସ ଜାରି ରଖିଛନ୍ତି ତାହା ନୁହେଁ ବରଂ ମଧୁମେହ ନିରାକରଣ ଏବଂ ଚିକିତ୍ସା ସହ ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କର ହାର୍ଟ, କିଡନୀ , ମସ୍ତିଷ୍କ ଏବଂ ଅନ୍ୟାନ୍ୟ ଅଙ୍ଗପ୍ରତ୍ୟଙ୍ଗ କେମିତି ଭଲରେ ରହିବ ସେନେଇ ସର୍ବଭାରତୀୟ ସ୍ତରରେ ସେ କାର୍ଯ୍ୟ କରିଥିଲେ । ଆଉ ଯାହା ଆଜି ତାଙ୍କୁ ସଫଳତା ଆଣିଦେଇଛି ।

ଗୁରୁତ୍ଵପୂର୍ଣ୍ଣ କଥା ହେଲା ସୌକତ କେବଳ ଏକା ନୁହନ୍ତି ବରଂ ଏହା କାମରେ ତାଙ୍କର ପୂରା ଟିମ୍‌ କାମ କରୁଥିଲା । ଆଉ ଏହାରି ଭିତରେ ବେଙ୍ଗାଳୁରୁର କାମ କରୁଥିବା ଟିମ ରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ସମୟରେ ଅହମ୍ମଦାବାଦର ପ୍ରତିଷ୍ଠିତ ବ୍ୟକ୍ତି ତଥା କର୍ଣ୍ଣାଟକ ସରକାରଙ୍କ ସଚିବ ଡ. ବଂଶୀ ସାବୁ, କଟକର ଜଣାଶୁଣା ପ୍ରଫେସର ଜୟନ୍ତ ପଣ୍ଡା, ପଦ୍ମଶ୍ରୀ ପ୍ରଫେସର ଶଶାଙ୍କ ଯୋଶୀ ପ୍ରମୁଖ ବ୍ୟକ୍ତି ଉପସ୍ଥିତ ଥିଲେ । ତେବେ ଏହି ସମ୍ମାନନୀୟ ଅତିଥିଙ୍କୁ ଭେଟି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବେଶ ଖୁସି ବ୍ୟକ୍ତ କରିଥିଲେ । 

ARREST
30m ago
ହୋର୍ଡିଂ କମ୍ପାନୀର ମାଲିକ ରିରଫ
ଅର୍ଗସ ବ୍ୟୁରୋ: ସୋମବାର ମୁମ୍ବାଇରେ ଜୋରରେ ପବନ ବହିବା ସହ ଭୟଙ୍କର ଧୂଳିଝଡ ହୋଇଥିଲା। ଏଠୀରେ ଥିବା ଏକ ପେଟ୍ରୋଲ ପମ୍ପ ନିକଟରେ ଥିବା ହୋର୍ଡିଂ ଖସି ପଡିଥିଲା । ଧୂଳିଝଡ ପାଇଁ ହୋର୍ଡିଂ ତଳ
HEMA MALINI
30m ago
ରାଜଧାନୀରେ ଡ୍ରିମଗାର୍ଲ, ବିଜେପିର ଷ୍ଟାରକ୍ୟାମ୍ପନର ହେମାମାଳିନୀ
ଅର୍ଗସ ବ୍ୟୁରୋ: ଭୁବନେଶ୍ୱରରେ ପହଞ୍ଚିଲେ ବଲିଉଡ ଡ୍ରିମଗାର୍ଲ ହେମାମାଳିନୀ। ଭୁବନେଶ୍ୱର ସାଲିଆ ସାହିରେ ପ୍ରଚାର କାର୍ଯ୍ୟକ୍ରମର ରହିଛି।ବିଜେପିର ଷ୍ଟାରକ୍ୟାମ୍ପନ
EMPLOYEES
କମ୍ପାନୀରେ ବାରମ୍ବାର ବିଷାକ୍ତ ଗ୍ୟାସ ଲିକ ଯୋଗୁଁ ଘଟୁଛି ଅଘଟଣ
ଅର୍ଗସ ବ୍ୟୁରୋ: ମହିଳା କର୍ମଚାରୀଙ୍କ ଜୀବନ ସହ ଖେଳ । ବାଲେଶ୍ଵରରେ ଛତୁ ଫୁଟିଲା ଭଳି ମାଳ ମାଳ ଚିଙ୍ଗୁଡ଼ି କମ୍ପାନୀ । କମ୍ପାନୀରେ ନିୟୋଜିତ ମହିଳା କର୍ମଚାରୀଙ୍କ ଜୀବନ ସହ ଖେଳୁଛନ୍ତ