ପ୍ରବଳ ବର୍ଷାରେ ବୁଡ଼ିଲା ଦୁବାଇ: ରାସ୍ତାରେ ଭାସୁଛି ଗାଡି,ଫ୍ଲାଇଟ
by Argus News
Wed, Apr 17 | 1:40 p.m.

ଅର୍ଗସ ବ୍ୟୁରୋ: ଦୁବାଇ ରାଜରାସ୍ତାରେ ପାଣିର ଲହଡ଼ି। ଏଭଳି ବର୍ଷା କେବେ ଦୁବାଇରେ ହୋଇ ନ ଥିବ। ବୁଡ଼ିଲା କାର । ୟୁନାଇଟେଡ୍ ଆରବ ଏମିରେଟ୍ସ ବା ୟୁଏଇର ଏହି ସହର କଥା ଆସିଲେ ମରୁଭୂମିର କଥା ଆସିଯାଏ । ହେଲେ ଏଠାରେ ବି ଦେଖାଦେଇଛି ବନ୍ୟା ପରିସ୍ଥିତି। ଦୁବାଇର ବିଭିନ୍ନ ଜାଗାରେ ପାଣି ଜମି ରହିବା ଫଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ଦୁବାଇ ବିମାନବନ୍ଦରର ଚଳାଚଳକୁ ମଧ୍ୟ କିଛି ସମୟ ପାଇଁ ରଦ୍ଦ କରିଦିଆଯାଇଥିଲା।

 

ଗୋଟିଏ ଦିନରେ ଏଠାରେ ୧୨୦ ମିଲିମିଟର ବର୍ଷା ହୋଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଠାରେ ଗୋଟିଏ ବର୍ଷରେ ହାରାହାରି ଏତିକି ବର୍ଷା ହିଁ ହୋଇଥାଏ । ୟୁଏଇରେ ସ୍କୁଲ ଗୁଡ଼ିକ ବନ୍ଦ ରହିଛି । ସରକାରୀ କର୍ମଚାରୀମାରେ ପ୍ରାୟତଃ ଏବେ ଘରୁ କାମ କରୁଛନ୍ତି । ତେବେ ରାସ୍ତାରେ ବନ୍ୟା ଜଳ ନିଷ୍କାସନ ପାଇଁ ଜୋରଦାର ପ୍ରୟାସ ଜାରି ରହିଛି । ପମ୍ପ ଓ ଟ୍ୟାଙ୍କର ଟ୍ରକ୍ ଯୋଗୁଁ ଜଳ ନିଷ୍କାସନ ପାଇଁ ଚେଷ୍ଟା କରାଯାଉଛି । ପଡ଼ୋଶୀ ଦେଶ ଓମାନରେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ଗତ କିଛି ଦିନରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବାର ଖବର ମିଳିଛି। 

ଅଧିକ ପଢ଼ନ୍ତୁ ବିଦେଶ ଖବର 
 

HANUMAN
7m ago
ହନୁମାନଙ୍କୁ କାହିଁକି ସିନ୍ଦୁର ଲଗାଯାଏ
ଅର୍ଗସ ବ୍ୟୁରୋ: ଦେଶର ସମସ୍ତ ସ୍ଥାନରେ ହନୁମାନଙ୍କ ପୂଜା କରାଯାଏ । ଏହା ସହ ପ୍ରତି ବର୍ଷ ହନୁମାନ ଜୟନ୍ତୀ ମଧ୍ୟ ଏକ ବଡ ପର୍ବ ଭାବେ ପାଳନ କରାଯାଏ । ତେବେ ପ୍ରତିବର୍ଷ ଚନ୍ଦ୍ର ମାସ
2 CRORE FRAUD
12m ago
୨ କୋଟି ଟଙ୍କା ଠକେଇ ଘଟଣା ଗିରଫ ହେଲେ ବିମାଳାନନ୍ଦ ଭୂୟାଁ
ଅର୍ଗସ ବ୍ୟୁରୋ : ୨ କୋଟି ଟଙ୍କା ଠକେଇ ଘଟଣା ଗିରଫ ହେଲେ ପ୍ରୋପ୍ରାଇଟର ବିମାଳାନନ୍ଦ ଭୂୟାଁ । ଅଭିଯୁକ୍ତଙ୍କୁ ଲକ୍ଷ୍ନୌରୁ ଇନ୍ଦିରାନଗରରୁ ଗିରଫରୁ କରାଯାଇଛି । ଅଭିଯୁକ୍ତ ବିମାଳାନନ୍ଦ ଭୂୟା
4 SUSPECTED ISIS
27m ago
ଗିରଫ ହେଲେ ଆଇଏସଆଇଏସର ୪ଜଣ ଆତଙ୍କବାଦୀ
ଅର୍ଗସ ବ୍ୟୁରୋ : ବଡ଼ ଯୋଜନା ହେଲା ବିଫଳ । ଗିରଫ ହେଲେ ଆଇଏସଆଇଏସର ୪ଜଣ ଆତଙ୍କୀ । ସେମାନଙ୍କୁ ଗିରଫ କରି ପଚାରାଉଚରା କରୁଛି ଗୁଜିରାଟ୍ ‘ଏଟିଏସ୍’ । ଏହି ୪ଜଣ ଆତଙ୍କବାଦ