ଦେଓଗଡ: ମଣିଷ ମରା ଖରା । ଘର, ବାହାରେ ସବୁଠି ତାତି । ଆଉ ଏ ସମସ୍ୟାକୁ ଦ୍ବିଗୁଣିତ କରୁଛି ଉତ୍କଟ ଜଳ କଷ୍ଟ । ପାଣି ପାଇଁ ବିକଳ ହେଉଛନ୍ତି ଲୋକେ । 25 ବର୍ଷର ସ୍ଥାୟୀ ସରକାରରେ ପାଣି ଟୋପେ ପାଇଁ ହେଉଛନ୍ତି ଦହଗଞ୍ଜ । ଅନୁଗୁଳ ଓ ଦେବଗଡ଼ ଜିଲ୍ଲାରେ ଏବେ ବି ପାଣି ପାଇଁ ଚୁଆ ଭରସା । ମହିଳାମାନେ ମୁଣ୍ଡ ଓ କାଖରେ ଗରା-ମାଠିଆ ଧରି ମାଇଲ୍ ମାଇଲ୍ ଦୂର ଯାଉଛନ୍ତି । ୨୪ ମହାଲଢ଼େଇରେ ଷଷ୍ଠ ପାଳି ବଦଳରେ ସତ୍ତା ପରିବର୍ତ୍ତନର କାରଣ ହେବ କି ପାନୀୟ ଜଳ ? ମଣିଷ ମରା ଖରା । ଘର, ବାହାରେ ତାତି ହିଁ ତାତି । ଆଉ ଏ ସମସ୍ୟାକୁ ଦ୍ବିଗୁଣିତ କରୁଛି ଉତ୍କଟ ଜଳ ସମସ୍ୟା । ପାଣି ପାଇଁ ବିକଳ ହେଉଛନ୍ତି ଗ୍ରାମବାସୀ । 25 ବର୍ଷର ସ୍ଥାୟୀ ସରକାରରେ ପାଣି ଟୋପେ ପାଇଁ ଦହଗଞ୍ଜ ଲୋକେ । ଏବେ ବି କୂଅକୁ ଭରସା କରୁଛନ୍ତି 70 ପରିବାର । ସୁଦ୍ଧ ପାନୀୟ ଜଳରୁ ବଞ୍ଚିତ ଦେବଗଡ଼ ଜିଲ୍ଲା ରିୟାମାଳ ବ୍ଲକର ବଡ଼ବାହାଲ ଗ୍ରାମବାସୀ । ୱାଟର ଟ୍ୟାଙ୍କ ଅଛି । ଗାଁକୁ ପାଇପ ଲାଇନ ପଡିଛି । ହେଲେ ଭାଙ୍ଗି ଯାଇଛି ପାଣିଟ୍ୟାପ । ପାଣି ପାଇଁ ରାତି ପାହିଲେ ଗରା, ବାଲ୍ଟି ଧରି ଲୋକେ ଲାଇନ୍ରେ ଛିଡା ହେଉଛନ୍ତି । ଘଣ୍ଟେ ଅଧଘଣ୍ଟା ଅପେକ୍ଷା କଲେ ପାଣି ଟୋପାଏ ମିଳୁଛି ।
ତାହା ବି ଫ୍ଲୋରାଇଡ୍ ମିଶା । ବାଧ୍ୟ ହୋଇ କୂଅରୁ ଦୂଷିତ ପାଣି ପିଉଛନ୍ତି ଲୋକେ । ସେହିପରି ଏ ଅନୁଗୁଳ ଆଠମଲ୍ଲିକ ବ୍ଲକ କନ୍ଧପଡା ପଞ୍ଚାୟତର ମନୋରବେଢ଼ା ଗାଁ । ଯେଉଁଠି ଆଜି ବି ପିଇବା ପାଣି ମୁନ୍ଦାଏ ପାଇଁ ମହିଳା ମାନଙ୍କୁ ଭୋଗିବାକୁ ପଡୁଛି ନାହଁ ନଥିବା କଷ୍ଟ । ମାଇଲ ମାଇଲ ବାଟ ଚାଲିକି ଯିବାକୁ ପଡୁଛି ଏମାନଙ୍କୁ । ପଥରକୁ ଏଡ଼ାଇ ଚୁଆ ଖୋଳି କାଢ଼ିବାକୁ ପଡୁଛି ପାଣି । ଚୁଆ ଖୋଳି ପାଣିକୁ ଗରା, ବାଲ୍ଟି ଉପରେ କପଡ଼ା ପକାଇ ଛାଣିବାକୁ ପଡୁଛି । ପରେ ପାଣିକୁ ଧରି ଗାଁକୁ ଆସୁଛନ୍ତି ମହିଳା ଓ ପୁରୁଷ ମାନେ । ଆଉ ସେପଟେ ହାତୀର ଭୟ । ହାତୀ ଚଲା ସମୟରେ ପାଣି ଆଣିବାକୁ ଯାଇ ହେଉନି । ଦୀର୍ଘ ୨୫ ବର୍ଷ ଧରି ଗାଁର ୮୦ ପରିବାର ଭୋଗୁଛନ୍ତି ଏ ଦୁର୍ଦ୍ଦଶା । ବିଜେଡି ସରକାରର ଅପାରଗତା କାରଣରୁ ଓଡ଼ିଶାବାସୀ ଭୋଗୁଛନ୍ତି ଜଳ ଦୁର୍ଦ୍ଦଶା । ଅନ୍ୟପଟେ ଅପରାଗତା ଲୁଚାଇବାକୁ ସରକାର ମାଳ ମାଳ ମିଛ ପ୍ରଚାରରେ ବ୍ୟସ୍ତ ।