ଭଗବାନଙ୍କୁ ରାଜନୀତିରୁ ଦୂରେଇ ରଖ : ସୁପ୍ରିମକୋର୍ଟ
by Argus News
Mon, Sep 30 | 8:07 p.m.

ନୂଆଦିଲ୍ଲୀ: ତିରୁପତି ମନ୍ଦିର ଲଡ଼ୁ ବିବାଦକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି । ଭଗବାନଙ୍କୁ ରାଜନୀତିରୁ ଦୂରେଇ ରଖିବାକୁ କହିଲେ ସୁପ୍ରିମକୋର୍ଟ । ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତି ମନ୍ଦିର ଲଡ଼ୁ ବିବାଦକୁ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ଆଜି ସୁପ୍ରିମକୋର୍ଟ ଲଡୁରେ ଅଶୁଦ୍ଧ ଘିଅ ବ୍ୟବହାରକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଜଷ୍ଟିସ ବିଆର ଗଭାଇ ଓ ଜଷ୍ଟିସ କେଭି ବିଶ୍ୱନାଥନଙ୍କୁ ନେଇ ଗଠିତ ଖଣ୍ଡପୀଠ ପରୀକ୍ଷାଗାର ରିପୋର୍ଟ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ସୁପ୍ରିମକୋର୍ଟରେ ଆଜି ଲଢୁ ବିବାଦର ଶୁଣାଣି ପୂର୍ବରୁ ସିଜେଆଇ ହଠାତ୍‌ ତିରୁପତି ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ । ମନ୍ଦିରରେ ବ୍ୟବହାର ହେଉଥିବା ଘିଅରେ ମାଛ ତେଲ, ପଶୁ ଚର୍ବି ବ୍ୟବହାର ଅଭିଯୋଗର ତଦନ୍ତ ଜାରି ରହିଛି ।  

ଅଧିକ ପଢନ୍ତୁ ଭାରତ ଖବର 

ସତ୍ୟପାଠ
ଆସନ୍ତାକାଲି ଠାରୁ ସତ୍ୟପାଠ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି
ଭୁବନେଶ୍ବର : ଭୁବନେଶ୍ବର ଭରତପୁର ଥାନା ମାମଲାରେ ଆରମ୍ଭ ହେଲା ବିଚାର ବିଭାଗୀୟ ତଦନ୍ତ। ଆସନ୍ତାକାଲିଠାରୁ ସତ୍ୟପାଠ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି। 21 ଦିନ ଯାଏଁ ଗ୍ରହଣ ହେ
ସୁପ୍ରିମକୋର୍ଟ
ପୀଡ଼ିତାଙ୍କ ଫଟୋ ଭାଇରାଲ ନେଇ ବର୍ଷିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: କୋଲକାତା ଆରଜି କର ହସପିଟାଲ ମାମଲା । ପୀଡ଼ିତାଙ୍କ ପରିଚୟ ଓ ଫଟୋ ଗଣମାଧ୍ୟମରେ ଘୁରି ବୁଲୁଥିବାରୁ ପୁଣିଥରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ସୋସିଆଲ ମିଡିଆ ସହ ଅନ୍ୟ ସମସ୍
ବସ୍
ଭାରସାମ୍ୟ ହରାଇଲା ବସ୍ , ଅଳ୍ପକେ ବର୍ତ୍ତିଲେ
ଅନୁଗୋଳ : ଅନୁଗୋଳରୁ ବଲାଙ୍ଗୀର ଯାଉଥିବା OSRTC ବସ୍ ଜରପଡା ଥାନା ଓଗୀ ଗାଁ ନିକଟରେ ଭାରସାମ୍ୟ ହରାଇ ରାସ୍ତାରୁ ଖସି ପଡିଥିବା ବେଳେ 50 ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତ