ଶିବରାତ୍ରୀରେ ଏହି ୪ଟି ଜିନଷ ଖାଅନ୍ତୁ ଦେହ ସୁସ୍ଥ ରହିଵ ମନ ଭଲ ରହିଵ
by Argus News
Thu, Mar 07 | 7:14 p.m.

ଅର୍ଗସ ବ୍ୟୁରୋ: ରାତି ପାହିଲେ ଶିବରାତ୍ରୀ । ଭଗବାନ ଶିବଙ୍କ ଆଶୀର୍ବାଦ ପାଇବା ପାଇଁ ଭକ୍ତମାନେ ଏହି ଦିନ ଉପବାସ କରନ୍ତି । ଉପବାସ କରିବା ସମୟରେ ପୁଷ୍ଟିକର ଖାଦ୍ୟ ପଦାର୍ଥ ଖାଇବା ନିହାତି ଆବଶ୍ୟକ । ଯାହା ଶରୀରକୁ ଶକ୍ତି ଯୋଗାଇଥାଏ । ଉପବାସରେ କେଵେ ହେଲେ ଭାରି କିମ୍ବା ଅତ୍ୟଧିକ ମସଲାଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ । ଏହି ୪ଟି ଜିନଷ ଖାଅନ୍ତୁ ଦେହ ସୁସ୍ଥ ରହିଵ ମନ ଭଲ ରହିଵ । 

ଫଳ :-
ଫଳଗୁଡିକରେ ଭିଟାମିନ୍ ମିନେରାଲ୍ସ ଏବଂ ପ୍ରାକୃତିକ ମିଠା ଥିଵାରୁ ଶରୀରର ତୁରନ୍ତ ଶକ୍ତି ବୃଦ୍ଧି କରିଥାଏ । କଦଳୀ, ସେଓ, କମଳା, ଫଳଗୁଡିକରେ ଯାହା କେବଳ ସ୍ୱାଦିଷ୍ଟ ନୁହେଁ ବରଂ ଆପଣଙ୍କୁ ହାଇଡ୍ରେଟ୍ ରଖିବାରେ ମଧ୍ୟ ସାହାଯ୍ୟ କରେ । ଉପବାସ ସମୟରେ ଭୋକ କମ୍ କରିଵାକୁ ସେଗୁଡ଼ିକୁ ପୁରା କିମ୍ବା ଫଳ ସାଲାଡ ଭାବରେ ଖାଇ ପାରିବେ । 

ସାବୁଦାନା :-
ସାଵୁଦାନାରୁ ଅନେକ ପ୍ରକାରର ଜିନିଷ ତିଆରି କରି ଖାଇପାରିଵେ । ସାବୁଦାନା ଖେଚୁଡି ହେଉଛି ଏକ ଲୋକପ୍ରିୟ ଉପବାସ ଖାଦ୍ୟ । ଏହା ହଜମ କରିବା ସହଜ କରେ ଏବଂ ଅଧିକ ପରିମାଣରେ କାର୍ବୋହାଇଡ୍ରେଟ୍ ଯୋଗାଇଥାଏ ଯାହା ଉପବାସରେ ଖାଇଲେ ଦେହ ଭଲ ରୁହେ । କଦଳୀ, ଆଳୁ ଏବଂ ମସଲା ସହିତ ରନ୍ଧା ହୋଇଥିବା ସାବୁଦାନା ଖେଚୁଡି କେବଳ ସୁସ୍ଵାଦୁ ନୁହେଁ ବରଂ ଆପଣଙ୍କୁ ଅଧିକ ସମୟ ପାଇଁ ପେଟ ପୂରା ରଖିଥାଏ । 

ଦୁଗ୍ଧ ଜାତିୟ ଖାଦ୍ୟ :-
କ୍ଷୀର, ଦହି, ଏବଂ ପାନୀର ପରି ଦୁଗ୍ଧଜାତ ଦ୍ରବ୍ୟ ପ୍ରୋଟିନ୍ ଏବଂ କ୍ୟାଲସିୟମର ଉତ୍କୃଷ୍ଟ ଉତ୍ସ, ହାଡର ସ୍ୱାସ୍ଥ୍ୟ ଏବଂ ମାଂସପେଶୀ ଶକ୍ତି ବଜାୟ ରଖିବା ପାଇଁ ଜରୁରୀ । ଉପବାସରେ ପୁଷ୍ଟିକର ଆବଶ୍ୟକତା ପୂରଣ କରିବା ପାଇଁ ଆପଣ ଖାଇପାରିବେ ।

ମଖାନା (ଫକ୍ସ ବାଦାମ)
ମଖାନା ବାଦାମ କ୍ୟାଲୋରୀରେ କମ୍ ଏବଂ ପୋଷକ ତତ୍ତ୍ୱ ଅଧିକ । ଯାହା ସେମାନଙ୍କୁ ଉପବାସ ଦିନ ପାଇଁ ଏକ ଭଲ ସ୍ନାକ୍ସ ହୋଇଥାଏ । ଏଥିରେ ପ୍ରୋଟିନ୍, ଫାଇବର ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଯାହା ହଜମ ଶକ୍ତିକୁ ଵଢାଇଥାଏ । ଶିବରାତ୍ରୀରେ ଉପାସରେ କ'ଣ ଖାଇବେ ?

MODI
16m ago
ଆଜି ସଂଧ୍ୟା ୬ଟା ୩୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ମୋଦି
ଅର୍ଗସ ବ୍ୟୁରୋ : ପିଏମ୍‌ଙ୍କ ଓଡ଼ିଶା ଗସ୍ତ ନେଇ ଆସିଲା କାର୍ଯ୍ୟସୂଚୀ । ଆଜି ସଂଧ୍ୟା ୬ଟା ୩୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ମୋଦି । ବିମାନବନ୍ଦରରୁ ବିଜେପି କାର୍ଯ୍ୟାଳ
WHATSAPP
24m ago
ହ୍ଵାଟସ୍ଆପ୍ ବ୍ୟବହାର କରୁଥିବା ଉପଭୋକ୍ତାମାନଙ୍କ ପାଇଁ ଏକ ଖୁସି ଖବ
ଅର୍ଗସ ବ୍ୟୁରୋ: ହ୍ଵାଟସ୍ଆପ୍ ବ୍ୟବହାର କରୁଥିବା ଉପଭୋକ୍ତାମାନଙ୍କ ପାଇଁ ଏକ ଖୁସି ଖବର ଅଛି । କମ୍ପାନୀ କହିଛି ଯେ ଆପରେ ସୁରକ୍ଷା ପୂର୍ବ ଅପେକ୍ଷା ଅଧିକ ବୃଦ୍ଧି ପାଇବ ଏବଂ ଲିଙ୍କ୍ ହୋଇଥିବ
ରାଜନାଥ ସିଂ
29m ago
ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି  ରାଜ୍ୟ ସରକାର ହଜାଇଦେଲେ: ରାଜନାଥ ସିଂ
ସମ୍ବଲପୁର: ନାକ୍‌ଟିଦେଉଳରେ ପୁଣି ରତ୍ନଭଣ୍ଡାର ଚାବି ପ୍ରସଙ୍ଗ ଦୋହରାଇଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। କହିଲେ, ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ଏ ସରକା