ଆଦର୍ଶ ଆଚରଣ ବିଧିକୁ ଫୁ', ସରକାରୀ ଯୋଜନାର ଚାଲିଛି ବେଧଡକ ପ୍ରଚାର  
by Argus News
Fri, Mar 22 | 8:26 p.m.

 କଟକ:  ରାଜ୍ୟରେ ଲାଗୁ ହେଲାଣି ନିର୍ବାଚନ ଆଦର୍ଶ ଆଚରଣ ବିଧି । ହେଲେ ଏହା ପରେ ବି ସରକାରୀ ଯୋଜନାର ଚାଲିଛି ବେଧଡକ ପ୍ରଚାର । ସିଏ ପୁଣି ଏଇଠି ସେଇଠି ନୁହେଁ ବରଂ ଆଠଗଡ଼ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ମାତ୍ର ଦୁଇଶହ ମିଟର ଦୂରରେ ।  ଯେଉଁଠି କାନ୍ଥବାଡରେ ଝୁଲୁଛି ମେଂଚା ମେଂଚା ଦଳୀୟ ପୋଷ୍ଟର । ୨୪ ସାଧାରଣ ନିର୍ବାଚନକୁ ଅବାଦ୍ଧ ଓ ନିରପେକ୍ଷ କରିବା ପାଇଁ ନିର୍ବାଚନ କମିଶନର ଗତ ୧୬ ତାରିଖରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବିଭିନ୍ନ ନିୟମ କା ନୁନ ପ୍ରଣୟନ କରିବା ସହିତ ଜିଲ୍ଲା ବ୍ଲକ ସ୍ତରରେ ସମସ୍ତ ସରକାରୀ ବିଜ୍ଞାପନ ହଟାଇ ଦେବାକୁ ନିର୍ଦେଶ ଦେଇଥିଲେ। ତେବେ ଆଜକୁ ୬ ଦିନ ବିତି ଯାଇଥିଲେ ମଧ୍ୟ ଆଠଗଡ଼ ସହରର ବିଭିନ୍ନ ସ୍ଥାନରେ ରାଜ୍ୟ ସରକାରଙ୍କ ବିକାଶ ଯୋଜନାର ମାଳ ମାଳ ପ୍ରଚାର ରହିଥିବା ବେଳେ କେବଳ ନେତାଙ୍କ ମୁହଁ ରେ ପଡ଼ିଛି ପ୍ୟାଚ।  ଖୁଲମଖୁଲା ଚାଲିଛି ଆଠଗଡରେ ଆଚରଣ ବିଧି ଉଲଙ୍ଘନ ହେଉଥିବା ନେଇ ଅଭିଯୋଗ କରିଛନ୍ତି ବିଜେପି ଓ କଂଗ୍ରେସ ଦଳ ।

ଆଠଗଡରେ ନିର୍ବାଚନ ଆଚରଣ ବିଧି ଉଲଘଂନ ହେଉଥିବା ଅଭିଯୋଗ ବିଜେପି ଓ କଂଗ୍ରେସ ଦଳ କରିବା ପରେ ଏ ସଂକ୍ରାନ୍ତରେ ଆମେ ଆଠଗଡ଼ ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ପ୍ରଶାନ୍ତ କୁମାର ତରାଇ ଙ୍କୁ ପଚାରିବାରୁ ଗଣମାଧ୍ୟମ ରେ କୈାଣସି ଉତ୍ତର ନଦେଇ ସିଧାସିଧା ନିଜ ସିଟରୁ ଉଠି ପଳାଇଗଲେ । ସାଧାରଣ ନିର୍ବାଚନ କୁ ସ୍ବଚ୍ଛ ଓ ନିରପେକ୍ଷ କରିବା ପାଇଁ କେତେ ନିୟମ କେତେ ପଦକ୍ଷେପ କିନ୍ତୁ ତାହା ବାସ୍ତବରେ ପାଳନ ହେଉଛି କି ନାହିଁ ତାହା ଦେଖିବାକୁ ରହିଲା ।
ଅଧିକ ଦେଖନ୍ତୁ :

ବିଜେଡି କର୍ମୀଙ୍କ
ବିଜେଡି କର୍ମୀଙ୍କ ମରଣାନ୍ତକ ଆକ୍ରମଣରେ ଗୁରୁତର ହେଲେ ବିଜେପି କର୍ମୀ
ଅର୍ଗସ ବ୍ୟୁରୋ: ଭୋଟ ପୂର୍ବରୁ ଗଞ୍ଜାମରେ ନିର୍ବାଚନୀ ହିଂସା । ବିଜେଡି କର୍ମୀଙ୍କ ମରଣାନ୍ତକ ଆକ୍ରମଣରେ ଗୁରୁତର ହେଲେ ବିଜେପି କର୍ମୀ । ପୋଷ୍ଟର ମରାକୁ କେନ୍ଦ୍ରକରି ଆକ୍ରମଣ କରିଛନ୍ତ
ଆଜି ମାତୃ ଦିବସ
ଆଜି ମାତୃ ଦିବସ: ନିଃସର୍ତ୍ତ ମମତା ଓ ତ୍ୟାଗର ପ୍ରତୀକ ମା’ଙ୍କୁ ମାତୃଦିବସର ଶୁଭେଚ୍ଛା
ଅର୍ଗସ ବ୍ୟୁରୋ: ଆଜି ମାତୃ ଦିବସ, ମା’ଙ୍କ ପାଇଁ ଦିନଟିଏ । ବିଶ୍ୱବ୍ୟାପୀ ପ୍ରତ୍ୟେକଟି ମଣିଷ ଏହି ଦିବସକୁ ବେଶ ସହକାର ସହ ପାଳନ କରୁଛନ୍ତି । ଦୁନିଆରେ ଚଳନ୍ତି ପ୍ରତିମା ହେଉଛନ୍ତ
ରାଜଧାନୀରେ ଗତ
ରାଜଧାନୀରେ ଗତ ରାତିରେ ବିଜୁଳି, ଘଡଘଡି, ପବନ ସାଙ୍ଗକୁ ଅତିପ୍ରବଳ ବର୍ଷା
ଅର୍ଗସ ବ୍ୟୁରୋ: ଅଧରାତିରେ ରାଜଧାନୀରେ କାଳବୈଶାଖୀର ତାଣ୍ଡବ । ପବନ, ବିଜୁଳି, ଘଡଘଡି ସାଙ୍ଗକୁ ଅତିପ୍ରବଳ ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ହଠାତ ବର୍ଷା ହେବାରୁ ରାଜଧାନୀର ବିଭିନ୍