ସୁର ରାଉତରାୟଙ୍କ ପୁଅ ଅଫିସରେ ପଶିଲା କିଏ ?
by Argus News
Sat, Mar 02 | 1:27 p.m.

ଅର୍ଗସ ବ୍ୟୁରୋ : ଆଗାମୀ ନିର୍ବାଚନ କିଛି ଦିନ ବାକି ଥିବା ବେଳେ ଆରମ୍ଭ ହେଲାଣି ନିର୍ବାଚନୀ ହିଂସା । ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ପୁଅ ତଥା କଂଗ୍ରେସ ନେତା ସିଦ୍ଧାର୍ଥ ରାଉତରାୟଙ୍କ ଅଫିସରେ ପଶି ଭଙ୍ଗାରୁଜା କରିଛନ୍ତି ଦୁର୍ବୃତ୍ତ। ଏହାସହ ଅଫିସକୁ ଠେଲାପଥରମାଡ଼ କରିଛନ୍ତି । ପ୍ରତିଦିନ ସେ ଏହି ଅଫିସକୁ ଆସି ଲୋକଙ୍କ ସହ କଥା ହୁଅନ୍ତି ।

ଗତକାଲି ରାତିରେ କିଛି ଦୁର୍ବୃତ୍ତ ଏହି ଅଫିସ ଭିତରେ ପଶି ଭଙ୍ଗାରୁଜା କରିବା ସହ ସିଦ୍ଧାର୍ଥଙ୍କ ନାଁରେ ଲାଗିଥିବା ବ୍ୟାନରକୁ ଚିରି ଦେଇଥିଲେ । ଏହାସହ ଗେଟ୍‌ ସମ୍ମୁଖରେ ମଦ ବୋତଲ ଭାଙ୍ଗି ପଳାଇଥିଲେ । କାର୍ଯ୍ୟାଳୟରେ ଭଙ୍ଗା ରୁଜା କରିବା ଘଟଣାକୁ ନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ସିଦ୍ଧାର୍ଥ ରାଉତରାୟ । ସେ କହିଛନ୍ତି, କିଏ ଅଫିସରେ ପଶି ଭଙ୍ଗାରୁଜା କରିଛନ୍ତି ଆମେ ଜାଣିନାହୁଁ । ବିଜେଡି ଏପରି କରିଥାଇପାରେ, ଆଉ କିଏ ଏପରି କାମ କରିବ ? ସେମାନେ ବହୁବର୍ଷ ଶାସନ କଲେଣି, ଏଥିପାଇଁ କାହାକୁ ତାଙ୍କର ଭୟ ନାହିଁ ।

 

ମୁଁ ନିର୍ବାଚନ ନ ଲଢ଼େ ଏଥିପାଇଁ ଏପରି କରାଯାଇଥାଇ ପାରେ ବୋଲି କହିଛନ୍ତି । ଥାନା ସମ୍ମୁଖରେ ମୋ ଅଫିସ ରହିଛି । ହେଲେ ଦୁର୍ବୃତ୍ତମାନେ ଅଫିସରେ ପଶି ଭଙ୍ଗାରୁଜା କରିବା ସହ ପୋଷ୍ଟରରେ ନିଆଁ ଲଗାଇ ଦେଇଛନ୍ତି । ଏହା ସହିତ ରାସ୍ତା ବା ରୋଡ଼ ସାଇଡ଼ରେ ଲାଗିଥିଇବା ପୋଷ୍ଟ ବା ବ୍ୟାନରକୁ ମଧ୍ୟ ଚିରି ଦେଇଛନ୍ତି ଦୁର୍ବୃତ୍ତ ।
 

ପ୍ରସନ୍ନ ଆଚାର୍ଯ୍ୟ
3m ago
ରେଢାଖୋଲ ସଭାରେ ପ୍ରସନ୍ନ ଦେଖାଇଲେ ନବୀନଙ୍କୁ ଆଇନା
ଭୁବନେଶ୍ୱର: ପ୍ରସନ୍ନ ଆଚାର୍ଯ୍ୟଙ୍କ ମୁହଁରେ ପ୍ରଧାନମନ୍ତ୍ରୀଙ୍କ ଭାଷା । ମୋଦି ପଚାରିଥିଲେ ଅପାର ସମ୍ପଦ ଥାଇ ବି କାହିଁକି ଗରିବ ଓଡ଼ିଶା । ରେଢାଖୋଲ ସଭାରେ ପ୍ରସନ୍ନ ଦେଖାଇଲ
ସରକାରର ବିଫଳତା
13m ago
ପଦାରେ ପଡିଲା 25 ବର୍ଷ ସରକାରର ବିଫଳତା ଚିତ୍ର
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଗୃହ ଜିଲ୍ଲାରେ ଦାଦନ ଦୁଃଖ। ପଦାରେ ପଡ଼ିଛି 25 ବର୍ଷ ସରକାରର ବିଫଳତା ଚିତ୍ର। ଗାଁ ଗାଁରେ ମୁଖ୍ୟମନ୍ତ୍ରୀଙ୍କ ବିଧାୟକ ପ୍ରାର୍ଥୀଙ୍କୁ ବିରୋଧ
ପ୍ରତିରକ୍ଷା ମନ୍ତ୍ରୀ
27m ago
କଂଗ୍ରେସ ଓ ବିଜେଡି ସରକାର ଉପରେ ପ୍ରବଳ ବର୍ଷିଲେ ପ୍ରତିରକ୍ଷା ମନ୍ତ୍ରୀ
ଭୁବନେଶ୍ୱର: ଦିନ ତମାମ ବିଜେପି ତୁଙ୍ଗ ନେତାଙ୍କ ହଲ୍ଲାବୋଲ୍। ଏବେ କେବଳ 400 ପାର୍ ନୁହେଁ ଓଡ଼ିଶାରେ ସତ୍ତା ପରିବର୍ତ୍ତନ ପାଇଁ ଜୋର। ରେଢାଖୋଲ, ପାଟଣା, ଖୋର୍ଦ୍ଧାରେ ରାଜନାଥ ସିଂଙ୍