ଅଧିକାଂଶ ଆସନରେ ଘୋଷଣା ସରିଲାଣି ପ୍ରାର୍ଥୀ  : ଲଢେଇ ହେବ ଜୋରଦାର
by Argus News
Wed, Apr 03 | 3:43 p.m.

ଅର୍ଗସ ବ୍ୟୁରୋ: ନିର୍ବାଚନ ପାଖେଇ ଆସୁଛି, ଲଢେଇ ପାଇଁ ନେତାଏ ପ୍ରସ୍ତୁତ ହେଉଛନ୍ତି । ଏଥର ଜୋରଦାର ଲଢେଇ ହେବାକୁ ଯାଉଥିବାରୁ ରାଜ୍ୟର ତିନିପ୍ରମୁଥ ଦଳର ପ୍ରାର୍ଥୀ ମୈଦାନରେ ତୟାରି କଲେଣି । ଏହାରି ଭିତରେ ଗତକାଲି ବିଜେପି ଓ କଂଗ୍ରେସ ନିଜର ଯୋଦ୍ଧାଙ୍କ ତାଲିକା ଘୋଷଣା କରିଛନ୍ତି ।  କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୮ ଲୋକସଭା ଯୋଦ୍ଧାଙ୍କ ନାଁ ସାମ୍ନାକୁ ଆସିଛି । କେବଳ ସପ୍ତଗିରିଙ୍କୁ ଛାଡି ଅନ୍ୟ ସବୁ ଆସନରେ ଦଳ ନୂଆ ପ୍ରାର୍ଥୀ ଦେଇଛି । ଏକମାତ୍ର ମହିଳା ଭାବେ କଳାହାଣ୍ଡିରୁ ଦ୍ରୌପଦୀ ମାଝୀଙ୍କୁ ଟିକେଟ୍ ମିଳିଛି । ପୂର୍ବରୁ ବିଜେପି ସବୁ ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିସାରିଥିଲା ବେଳେ ବିଜେଡି ୧୫ଟି ଆସନରେ ପ୍ରାର୍ଥୀ ଦେଇଛି । କଂଗ୍ରେସର ୮ ପ୍ରାର୍ଥୀଙ୍କ ଘୋଷଣା ସହ ୫ଟି ଲୋକସଭା କ୍ଷେତ୍ରରେ ଲଢ଼େଇର ଚିତ୍ର ସ୍ପଷ୍ଟ ହୋଇଯାଇଛି ।

ସୁନ୍ଦରଗଡ଼ରେ ବିଜେପିର ଯୋଦ୍ଧା ଜୁଏଲ୍ ଓରାମଙ୍କ ସହ ବିଜେଡିର ଦିଲ୍ଲୀପ ତିର୍କୀ ଏବଂ କଂଗ୍ରେସର ଜନାର୍ଦ୍ଦନ ଦେହୁରୀଙ୍କ ବିଗ୍ ଫାଇଟ୍ । ଜୁଏଲ୍ ଗତ ଥର ଏଇ ସିଟରୁ ବିଜେଡିର ସୁନୀତା ବିଶ୍ୱାଳଙ୍କୁ ୨ ଲକ୍ଷ ୨୩ ହଜାରରୁ ଅଧିକ ଭୋଟରେ ହରାଇଥିଲେ । ହେଲେ ଏଥର କିନ୍ତୁ ସ୍ଥିତି ପୂରା ଭିନ୍ନ ।  

ଠିକ୍‌ ସେହିପରି ନବରଙ୍ଗପୁରରେ ଏଥର ତିନି ମାଝୀଙ୍କ ଭିତରେ ହେବ ଟକ୍କର । ବିଜେପିର ବଳଭଦ୍ରଙ୍କୁ ଟକ୍କର ଦେବେ ବିଜେଡିର ପ୍ରଦୀପ ଓ କଂଗ୍ରେସର ଭୂଜବଳ । ଗଲା ନିର୍ବାଚନରେ ବି ଏଠି ହୋଇଥିଲା ଜୋରଦାର ଲଢ଼େଇ । କଂଗ୍ରେସ ଟିକେଟରେ ଲଢୁଥିବା ପ୍ରଦୀପ ମାଝୀଙ୍କୁ ମାତ୍ର ୪୧ ହଜାରରୁ ସାମାନ୍ୟ ଅଧିକ ଭୋଟ୍‌ରେ ହରାଇ ଜିତିଥିଲେ ବିଜେଡିର ରମେଶ ମାଝୀ । ଏମିତିକି ଏବେ ବିଜେପିରୁ ପ୍ରାର୍ଥୀ ହୋଇଥିବା ବଳଭଦ୍ର ମାଝୀ ବି ତୃତୀୟ ସ୍ଥାନରେ ଥାଇ ବି ୩ ଲକ୍ଷ ୪୨ ହଜାରରୁ ଅଧିକ ଭୋଟ୍ ହାସଲ କରିଥିଲେ ।

କୋରାପୁଟ- ଏଠି ବିଜେପି ପ୍ରାର୍ଥୀ କାଳୀରାମ ମାଝୀଙ୍କୁ ଟକ୍କର ଦେବେ ବିଜେଡିର ରିପିଟ୍ ପ୍ରାର୍ଥୀ କୌଶଲ୍ୟା ହିକକା ଓ କଂଗ୍ରେସର ସାଂସଦ ସପ୍ତଗିରି ଉଲ୍ଲାକା । ସପ୍ତଗିରି ଗତଥର ବିଜେଡିକୁ ଏଠି କଡ଼ା ଫାଇଟ୍ ଦେଇ ଏଠୁ ମାତ୍ର ୩ ହଜାର ୬୧୩ ଭୋଟରେ ଜିତିଥିଲା ବେଳେ, ଏଥର ଲଢ଼େଇ ଆହୁରି ଜୋରଦାର ହେବା ଆଶା କରାଯାଉଛି ।

ସେହିପରି କଳାହାଣ୍ଡିରେ ବିଜେପିର ମାଳବିକା କେଶରୀ ଦେଓଙ୍କ ସହ ବିଜେଡିର ଲମ୍ବୋଦର ନିଆଲ ଓ କଂଗ୍ରେସର ଦ୍ରୌପଦୀ ମାଝୀଙ୍କ ଭିତରେ ଟକ୍କର ହେବାକୁ ଯାଉଥିଲା ବେଳେ କନ୍ଧମାଳରେ ବିଜେପିର ସୁକାନ୍ତ କୁମାର ପାଣିଗ୍ରାହୀ, ବିଜେଡିର ଅଚ୍ୟୁତ ସାମନ୍ତ ଓ କଂଗ୍ରେସର ଅମୀର ଚାନ୍ଦ ନାୟକଙ୍କ ଭିତରେ ଲଢ଼େଇ ସ୍ପଷ୍ଟ ହୋଇଯାଇଛି । ତେବେ ଏହି ସବୁ ଆସନରେ ଆଗାମୀ ନିର୍ବାଚନରେ ବାଜି କିଏ ମାରୁଛି ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ।

 

ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି