ଜମା ଉପରେ ସୁଧହାର ବଢ଼ାଇଲା EPFO, ଜାଣନ୍ତୁ କେତେ ବଢ଼ିଲା
by Argus News
Sat, Feb 10 | 6:00 p.m.

ଅର୍ଗସ ବ୍ୟୁରୋ: କର୍ମଚାରୀ ଭବିଷ୍ୟନିଧି ସଂଗଠନ ଅର୍ଥାତ ଇପିଏଫଓ ୨୦୨୩ -୨୪ ଆର୍ଥିକ ବର୍ଷ ପାଇଁ କର୍ମଚାରୀ ଭବିଷ୍ୟନିଧି(ଇପିଏଫ) ଉପରେ ୮.୨୫ ପ୍ରତିଶତରେ ସୁଧ ହାର ସ୍ଥିର କରିଛି । ଗତ ତିନିବର୍ଷ ମଧ୍ୟରେ ଏହା ହେଉଛି ସର୍ବାଧିକ ସୁଧ ହାର । ଗତ ବର୍ଷ ମାର୍ଚ୍ଚରେ, ଇପିଏଫଓ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସୁଧ ହାରକୁ ୮.୧୫ ପ୍ରତିଶତକୁ ବୃଦ୍ଧି କରିଥିଲା । ୨୦୨୧-୨୨ ରେ ଏହା ୮.୧୦ ପ୍ରତିଶତ ଥିଲା । ମାର୍ଚ୍ଚ ୨୦୨୨ ରେ, ଇପିଏଫଓ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସୁଧ ହାରକୁ ୮.୧୦ ପ୍ରତିଶତକୁ ହ୍ରାସ କରିଥିଲା, ଯାହା ୧୯୭୭-୭୮ ପରଠାରୁ ସର୍ବନିମ୍ନ ଥିଲା । ସେତେବେଳେ ପିଏଫ୍ ଉପରେ ସୁଧ ହାର ୮ ପ୍ରତିଶତ ଥିଲା। 
୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୮.୨୫ ପ୍ରତିଶତ ସୁଧ ହାର ଦେବାର ନିଷ୍ପତ୍ତି ଆଜି ନିଆଯାଇଛି। ଏହି ନିଷ୍ପତ୍ତି ଇପିଏଫଓର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ଟ୍ରଷ୍ଟିଜ୍‌’ (ସିବିଟି) ଦ୍ୱାରା ନିଆଯାଇଛି। ୨୦୨୩-୨୪ ପାଇଁ ଇପିଏଫ୍ ଉପରେ ୮.୨୫ ପ୍ରତିଶତ ସୁଧ ହାର ଦେବାକୁ ସିବିଟି ନିଷ୍ପତ୍ତି ନେଇଛି ବୋଲି ଏକ ସୂତ୍ରରୁ ଜଣାପଡିଛି। ସିବିଟି ନିଷ୍ପତ୍ତି ପରେ ୨୦୨୩-୨୪ ପାଇଁ ଉପରେ ସୁଧ ହାର ସମ୍ମତି ପାଇଁ ଅର୍ଥ ମନ୍ତ୍ରଣାଳୟକୁ ପଠାଯିବ । ସରକାରଙ୍କ ଅନୁମୋଦନ ପରେ ସୁଧହାର ୬ କୋଟିରୁ ଅଧିକ ଇପିଏଫଓ ସଦସ୍ୟଙ୍କ ଆକାଉଣ୍ଟରେ ଜମା ହେବ।

ଅଧିକ ପଢ଼ନ୍ତୁ ବାଣିଜ୍ୟ ଖବର 
 

ADR REPORT
6m ago
ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୩୩% ବିଧାୟକ ପ୍ରାର୍ଥୀ କୋଟିପତି
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୧୨୬ ଜଣ ଅର୍ଥାତ୍ ୩୩% ବିଧାୟକ ପ୍ରାର୍ଥୀ କୋଟିପତି । କେନ୍ଦୁଝର ଚମ୍ପୁଆର BJD ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ଼ ତୃତୀୟ ପର୍ଯ୍ୟାୟ
ଆଇଲାସେସ୍
11m ago
ଆଖି ନଷ୍ଟ କରେ ଆଇଲାସେସ୍
ଅର୍ଗସ ବ୍ୟୁରୋ: ସବୁ ଝିଅଙ୍କୁ ମେକଅପ୍ ନେବାକୁ ଭଲଲାଗେ। ଆଜିକାଲି ମାର୍କେଟକୁ ଏତେ ସବୁ ମେକଅପ୍ ପ୍ରଡକ୍ସ ଆସିଲାଣି ତାର ଗଣନା କରିହେବନି। ମେକଅପ୍ ଦ୍ବାରା ଅସମ୍ଭବ ବି ସମ୍ଭବ ହୋଇପାରୁଛି
HEAT WAVE
29m ago
ତତଲା କଢେଇରେ ଭାଜି ହେଉଛି ଓଡିଶା
ଅର୍ଗସ ବ୍ୟୁରୋ: ତତଲା କଢେଇରେ ସାରା ଓଡ଼ିଶା। ଆଜି ବି ଅସହ୍ୟ ତାତି ଅନୁଭୁତ ହେବ । ସକାଳୁ ସକାଳୁ ପ୍ରବାଳ ଗରମ ହେଉଛି । ସକଳ 8.30 ସୁଦ୍ଧା ଭୁବନେଶ୍ୱରରେ ପାରଦ 34.6 ରେକର୍ଡ କରାଯାଇଛ