ଦଳୀୟ କାମରେ ମାତିଛନ୍ତି ସରକାରୀ ବାବୁ
by Argus News
Tue, Apr 16 | 3:23 p.m.

ଅର୍ଗସ ବ୍ୟୁରୋ : ଚାକିରି ସରକାରୀ, କାମ ପୁରା ଦଳୀୟ । ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏବେ ଗ୍ରାଉଣ୍ଡରେ ପ୍ରାର୍ଥୀମାନେ ପ୍ରଚାର ଆରମ୍ଭ କଲେଣି । କିନ୍ତୁ ଏହି ପ୍ରଚାର କାର୍ଯ୍ୟକ୍ରମରେ ସରକାରୀ ଚାକିରିଆଙ୍କୁ ବି ନିୟୋଜିତ କରାଯାଇଛି । ଯାହାକୁ ନେଇ ଏବେ ଚର୍ଚ୍ଚା ବଢିବା ସହିତ କେବେ କାର୍ଯ୍ୟାନୁଷ୍ଠାନ ହେବ ତାହାକୁ ନେଇ ଉଠିଲାଣି ପ୍ରଶ୍ନ । 

ବୌଦ୍ଧରୁ ଆସିଲା ସଙ୍ଗୀନ ଚିତ୍ର । ସରକାରୀ ଚାକିରି କରିଥିବା ପରେ ବି ଦଳୀୟ ପାଇଁ କରୁଛନ୍ତି କାମ । ତଦନ୍ତ ହେବା ପରେ ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ ଜିଲ୍ଲା ନିର୍ବାଚନ ଅଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ରାଜନୀତିରେ ସମ୍ପୃକ୍ତି ଥିବା ଅଭିଯୋଗରେ ଆଦିବାସୀ ହାଇସ୍କୁଲର ଶିକ୍ଷକ ଗୋବର୍ଦ୍ଧନ ପ୍ରଧାନଙ୍କ ବଦଳି ହୋଇଛି।

 

ସେ ରାଜନୈତିକ କାର୍ଯ୍ୟରେ ସମ୍ପୃକ୍ତ ରହୁଥିବା ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଗତ ଏପ୍ରିଲ ୧୩ ତାରିଖ ଦିନ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପ୍ରଧାନଙ୍କୁ ବୌଦ୍ଧ ନିର୍ବାଚନ ମଣ୍ଡଳୀର ମଥୁରା ପଞ୍ଚାୟତ ହାଇସ୍କୁଲ, କେଲାକଟାକୁ ବଦଳି ସହ ତୁରନ୍ତ ସେଠାରେ ଯୋଗଦେବାକୁ ଆଦେଶ ଦେଇଥିବା ସୂଚନା ମିଳିଛି ।

ସେହିଭଳି, ଗତ ଏପ୍ରିଲ ୧୩ରେ ବୌଦ୍ଧର ଆଉଜଣେ ଶିକ୍ଷୟିତ୍ରୀଙ୍କୁ ନିଲମ୍ୱନ କରାଯାଇଥିଲା । ଦହ୍ୟା ସରକାରୀ ନୋଡାଲ ହାଇସ୍କୁଲର ସହକାରୀ ଶିକ୍ଷୟିତ୍ରୀ ସଂଘମିତ୍ରା ମଲ୍ଲିକଙ୍କୁ ଜିଲ୍ଲା ନିର୍ବାଚନ ଅଧିକାରୀ ନିଲମ୍ବିତ କରିଥିଲେ । କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ପଲଶପାଟଠାରୁ ଆମ୍ବଗାଁ ପର୍ଯ୍ୟନ୍ତ ଏକ ରାଜନୈତିକ ଦଳ ପକ୍ଷରୁ ବିଶାଳ ବାଇକ ରାଲି ଅନୁଷ୍ଠିତ ହୋଇଥିଲା । ଏହି ରାଲିରେ, ବୌଦ୍ଧ ବ୍ଲକ ଦହ୍ୟା ନୋଡାଲ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ସଙ୍ଘମିତ୍ରା ମଲ୍ଲିକ ଯୋଗଦେଇଥିବା ନେଇ ଅଭିଯୋଗ ହୋଇଥିଲା ।
 

VILLAGES
6m ago
ଏବେବି ମୌଳିକ ସୁବିଧାରୁ ବଞ୍ଚିତ ଅନେକ ଗାଁ
ଅର୍ଗସ ବ୍ୟୁରୋ: ବସୁଧା ଯୋଜନାରେ ଏଠି ଶୁଦ୍ଧ ପାନୀୟ ଜଳ ନାହିଁ । ଆବାସ ଯୋଜନା ଅପହଞ୍ଚ । ନିତିଦିନିଆ ଯିବାଆସିବା ପାଇଁ ନାହିଁ ରାସ୍ତା । ବିଦ୍ୟାଳୟ ନଥିବାରୁ ପାଠ ପଢ଼ାରେ ପଡିଛି ଡୋର
BJD
22m ago
ନବୀନ ବାବୁ ଓଡ଼ିଶାର ବିକାଶ କଥା ଚିନ୍ତା ନକରି ଅଣଓଡ଼ିଆ ଠିକାଦାରମାନଙ୍କୁ ପୋଷୁଛନ୍ତି
ଅର୍ଗସ ବ୍ୟୁରୋ : ବିଜେଡି ବିଏସ୍‌କେୱାଇ କାର୍ଡକୁ ଅସ୍ତ୍ର କରି ଓଡ଼ିଶାବାସୀଙ୍କୁ ଭଣ୍ଡାଉଛି । ନିର୍ବାଚନ ସମୟରେ ବିଜେଡିର ମୁଖପାତ୍ରମାନେ ନବୀନ ବାବୁଙ୍କ ପାଇଁ ଓଡ଼ିଶାର ଲୋକ
ELECTRIC
30m ago
ଅଭିଶପ୍ତ ଗାଁ ରାଙ୍ଗାମାଝୁ, ସନ୍ଧ୍ୟା ହେଲେ ଖେଳେ ଅନ୍ଧାରୀ ରାଜ
ଅର୍ଗସ ବ୍ୟୁରୋ: ଏଠି ସବୁରାତି ଅମାବାସ୍ୟାର ରାତି। ସନ୍ଧ୍ୟା ହେଲେ ଖେଳେ ଅନ୍ଧାରୀ ରାଜ। ସଞ୍ଜ ନଇଁଲେ ଖେଳେ ଭୟର ବାତାବରଣ। କେତେବେଳେ ଜଙ୍ଗଲି ଯନ୍ତୁ ଭୟ