ଲକ୍ଷ୍ମଣ ବାଗଙ୍କୁ ଏଇଆ କହିଲେ ନବୀନ...
by Argus News
Tue, Jun 18 | 4:48 p.m.

ଭୁବନେଶ୍ୱର: ବିଧାନସଭାରେ ସାମ୍ନାକୁ ଆସିଲା ରୋଚକ ଦୃଶ୍ୟ । ନିର୍ବାଚନ ପରେ ପ୍ରଥମ ଥର ପାଇଁ ଆମ୍ନାସାମ୍ନା ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ । ବିଧାନସଭା ଗୃହରେ ବିଧାୟକମାନଙ୍କ ଶପଥ ସମାରୋହରେ ଦୁହେଁ ଭେଟଘାଟ ହୋଇଛନ୍ତି । ତେବେ ଚଳିତ ନିର୍ବାଚନରେ କଣ୍ଟାବାଞ୍ଜି ଆସନରୁ ନବୀନଙ୍କୁ ପରାସ୍ତ କରିଥିଲେ ବିଜେପି ବିଧାୟକ ଲକ୍ଷ୍ମଣ ବାଗ ।

ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମର ହିଞ୍ଜିଳି ଓ ବଲାଙ୍ଗିର କଣ୍ଟାବାଞ୍ଜିରୁ ନିର୍ବାଚନ ଲଢ଼ୁଥିଲେ । ଉଭୟ ଆସନରେ ବିଜୟୀ ହେବେ ବୋଲି ଆଶା କରାଯାଉଥିଲା । ହେଲେ କଣ୍ଟାବାଞ୍ଜିର ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ ନବୀନଙ୍କୁ ପରାସ୍ତ କରିଛନ୍ତି । ତେବେ ପ୍ରଥମ ଥର ବିଧାନସଭାରେ ନବୀନ ଓ ଲକ୍ଷ୍ମଣ ଆମ୍ନା ସାମ୍ନା ହୋଇଛନ୍ତି । ଯେଉଁଥିରେ ନବୀନ ଲକ୍ଷ୍ମଣ ବାଗଙ୍କୁ କହିଛନ୍ତି ଓଃ ୟୁ ଡିଫିଡେଟ୍ ମି.... । ଏହା କହିବା ପରେ ପୁରା ବିଧାନସଭାରେ ସମସ୍ତେ ଠୋ ଠୋ ହୋଇ ହସିବାକୁ ଲାଗିଥିଲେ । ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେଉଛି ।  

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା