ଚାଷୀଙ୍କୁ ମିଳିଲା ପିଏମ୍‌ କିଷାନ ଯୋଜନାର ୧୮ ତମ କିସ୍ତି  
by Argus News
Sat, Oct 05 | 7:56 p.m.

ଅର୍ଗସ ବ୍ୟୁରୋ :  ବଦଳିଛି ସରକାର, ବଦଳିଛି ଯୁଗ | ଏବେ ଚାଲିଛି ଡବଲ ଇଞ୍ଜିନ ସରକାରର ଶାସନ, ଅନ୍ତ ହୋଇଛି ଚାଷୀ ଶୋଷଣ |  ଆଜି ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରର ୱାସୀମରୁ 9.4 କୋଟି ଚାଷୀଙ୍କ ଖାତାକୁ 20 ହଜାର କୋଟି ଟଙ୍କା ପ୍ରଦାନକରି ପାର୍ବଣର ଉପହାର ଦେଇଛନ୍ତି | ଚାଷୀଙ୍କୁ ମିଳିଛି ପିଏମ କିସାନ ସମ୍ମାନ ନିଧି ଯୋଜନାରେ 18ତମ କିସ୍ତି |  ଓଡିଶାର 31 ଲକ୍ଷ 51 ହଜାର 700 ଚାଷୀଙ୍କ ଆକାଉଣ୍ଟକୁ ଯାଇଛି ଟଙ୍କା..  ଯାହା ଗତ କିସ୍ତିରେ ମିଳିଥିବା ଚାଷୀଙ୍କ ସଂଖ୍ୟାରୁ 1 ଲକ୍ଷ  77 ହଜାର ଅଧିକ.. ଆହୁରି ବହୁତ ଚାଷୀ ଯୋଗ୍ୟ ଥିବା ବେଳେ ସେମାନଙ୍କୁ ତାଲିକାର ସାମିଲ ପାଇଁ ନୂଆ ସରକାର ପ୍ରୟାସ କରୁଛନ୍ତି...

ଅଧିକ ପଢନ୍ତୁ : ଏକକାଳୀନ ୧୬ ହଜାର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ପୂର୍ବରୁ  ନୂଆଖାଇରେ ସମ୍ବଲପୁରରେ ସିଏମ କିସାନ ଯୋଜନର ଶୁଭାରମ୍ଭ କରି ଓଡ଼ିଶାର 46 ଲକ୍ଷ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀଙ୍କୁ ଡିବିଟି ମାଧ୍ୟମରେ 925 କୋଟି ପ୍ରଧାନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ | ଅର୍ଥାତ  ଡବଲ ଇଜିଂନ ସରକାର ହେବା ପରେ ଓଡ଼ିଶାର ଚାଷୀ 5ଟି କିସ୍ତିରେ  ପାଇବେ ବର୍ଷକୁ 10 ହଜାର ଟଙ୍କା ..ଏଇଥିପାଇଁ ତ ଚାଷ ହସୁଛି ଆଉ ଚାଷୀ ମଧ୍ୟ |କେବଳ ପିଏମ କି ସିଏମ କିଷାନ ନୁହେଁ । ମହିଳାଙ୍କ ପାଇଁ ସବୁଠୁ ବଡ ଯୋଜନା ସୁଭଦ୍ରାରେ ରାଜ୍ୟ ସରକାର 25 ଲକ୍ଷ ମହିଳାଙ୍କୁ ପ୍ରଥମ ପର୍ଯ୍ୟାୟରେ 5 ହଜାର ଟଙ୍କା ଦେଇଥିବା ଅକ୍ଟୋବର 9 ତାରିଖରେ ପୁଣି 40 ଲକ୍ଷ ଲକ୍ଷ ମହିଳାଙ୍କୁ ମିଳିବ ପ୍ରଥମ କିସ୍ତିର ଟଙ୍କା..ନୂଆ ସରକାର ଏହା ଭିତରେ ବାର୍ଦ୍ଦକ୍ୟ ଭତ୍ତା ବଢାଇଥିବାରୁ ରାଜ୍ୟର  ପ୍ରାୟ 4 ଲକ୍ଷ ବୟସ୍କଙ୍କୁ ମିଳିବ 3 ହଜାର ଟଙ୍କା..ମଧୁ ବାବୁ ଓ ଜାତୀୟ ବାର୍ଦ୍ଦକ୍ୟ ଭର୍ତ୍ତାରେ 60ରୁ 79 ବର୍ଷ ମଧ୍ୟରେ ପ୍ରାୟ 50 ଲକ୍ଷ ହିତାଧିକାରୀଙ୍କୁ ମିଳୁଛି 1 ହଜାର ଟଙ୍କା... ପୂଜା ବଜାରରେ ଏମାନଙ୍କ ହାତରେ ଟଙ୍କା ଆସିବା ପରେ ସମସ୍ତେ ଖୁସ୍
ପିଏମ କିଷାନରେ ଦୁଇଟି କିସ୍ତିରେ ରାଜ୍ୟ ଚାଷୀଙ୍କୁ ମିଳିଛି 6 ହଜାର ଟଙ୍କା... ସେହିପରି ସିଏମ କିଷାନର ଗୋଟିଏ କିସ୍ତି ନୂଆଖାଇରେ ମିଳିଥିବା ବେଳେ ଦୀତୀୟ କିସ୍ତିର ଟଙ୍କା ଚାଷ ଅନୁକୁଳ ପୂର୍ବରୁ ଅକ୍ଷୟ ତୃତୀୟରେ ମିଳିବ.
 

ଗ୍ୟାସ୍‌ ଲିକ୍
କେମିକାଲ ଫ୍ୟାକ୍ଟ୍ରିରୁ ଗ୍ୟାସ୍‌ ଲିକ୍ , ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣ
ଅର୍ଗସ ବ୍ୟୁରୋ : କେମିକାଲ ଫ୍ୟାକ୍ଟ୍ରିରୁ ଗ୍ୟାସ୍‌ ଲିକ୍‌ ଘଟଣା। ସଘଟଣା ସ୍ଥଳରେ ପହଞ୍ଚିଲେ ଅତିରିକ୍ତ ଜିଲ୍ଲାପାଳ। ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ପରଖିବାଛନ୍ତି। ଅଗ୍ନିଶମ
ମଟନ୍ ବିରିୟାନୀ
ଜେଲରେ କଏଦୀଙ୍କୁ ମିଳିବ ମଟନ୍ ବିରିୟାନୀ
ଅର୍ଗସ ବ୍ୟୁରୋ : କଏଦୀଙ୍କ ପାଇଁ ଦଶହରା ଭେଟି । ଜେଲରେ ମିଳିବ ବିରିୟାନୀର ମଜା । ପଶ୍ଚିମବଙ୍ଗ ସରକାରଙ୍କ ନିଷ୍ପତ୍ତି । ଅକ୍ଟୋବର ୯ରୁ ୧୨ ତାରିଖ ଯାଏଁ ଜେଲରେ କଏଦୀଙ୍କୁ ମିଳିବ ସ୍ବାଦିଷ୍
ହରିୟାଣା ନିର୍ବାଚନ
ହରିୟାଣା ନିର୍ବାଚନ ; ସଂଧ୍ୟା ୬ଟା ସୁଦ୍ଧା ହୋଇଛି ୬୫ ପ୍ରତିଶତ ମତଦାନ
ଅର୍ଗସ ବ୍ୟୁରୋ : ଶେଷ ହୋଇଛି ହରିୟାଣା ନିର୍ବାଚନ । ନିର୍ବାଚନ କମିଶନ ତଥ୍ୟ ଅନୁସାରେ ସଂଧ୍ୟା 6ଟା ସୁଦ୍ଧା ହୋଇଛି 65 ପ୍ରତିଶତ ମତଦାନ । ଗତ 1 ତାରିଖରେ ଜମ୍ମୁ କାଶ୍ମୀର ନିର୍ବାଚନ ଶେଷ ହେବ