ଛାଡିଗଲା ବର୍ଷା, କାନ୍ଦୁଛି ଚାଷୀ 
by Argus News
Thu, Mar 21 | 2:29 p.m.

କଟକ: ଉପକୂଳରୁ ଉପାନ୍ତ ସବୁଠି କାନ୍ଦୁଛି ଚାଷୀ । କାଳବୈଶାଖୀ ସାଙ୍ଗକୁ ଲଗାଣ ବର୍ଷା ସବୁକିଛି ଉଜାଡି ଦେଇଛି । ବର୍ଷା ସିନା ଛାଡିଗଲା ହେଲେ ଦେଇଗଲା ଦୁର୍ଦ୍ଦଶା । ଚାଷୀର ସୁନାର ଫସଲକୁ ଛାରଖାର କରିଦେଲା ଏହି ଲଗାଣ ବର୍ଷା । ବିଶେଷ କରି ବାଇଗଣ, ମକା, କୋବି, କଲରା, ଟମାଟ, କାକୁଡି, ତରଭୁଜ ଚାଷ ଆଦି ବେଶ୍ ପ୍ରଭାବିତ ହୋଇଛି । ଧାର କରଜ କରି ହଜାର ହଜାର ଟଙ୍କା ଖର୍ଚ୍ଚ କରି ଚାଷ କରିଥିବା ପରିବା ଚାଷ ସବୁ ନଷ୍ଟ ହୋଇପଡିଛି । ଫଳରେ ଆଠଗଡ଼ ଅଞ୍ଚଳର ଚାଷୀକୂଳ ଏବେ ହତାସ ହୋଇପଡିଛନ୍ତି । 

ରାଜ୍ୟରେ ଗୁରୁଚାପ ପ୍ରଭାବରେ ଲଗାଣ ବର୍ଷାରେ ପୁରା ବେହାଲ ହୋଇ ପଡିଛନ୍ତି ଆଠଗଡ଼ ଚାଷୀକୁଳ । କାଳବୈଶାଖୀ ସାଙ୍ଗକୁ ଲଗାଣ ବର୍ଷାରେ ଧୋଇ ହୋଇଯାଇଛି ପରିବା ଚାଷ । ଚଳିତ ଖରାଟିଆ ପରିବା ଫସଲ କରିଥିଲା ଦୁଇ ପଇସା ରୋଜଗାର କରିବା ପାଇଁ । କିନ୍ତୁ ଦୁଇ ଦିନ ଧରି ଲଗାଣ ବର୍ଷା ସାଙ୍ଗକୁ ଅଦିନିଆ ଝଡ଼ ତୋଫାନ ସବୁ ଫସଲକୁ ନଷ୍ଟ କରି ଦେଇଛି ।

ଆଉ କିଛି ଦିନ ପରେ ଅମଳ ହେବାକୁ ଥିବା ପରିବା ଏବେ ଚାଷ ଜମିରେ ଶୋଇ ଯାଇଛି । ମାଟି କାମୁଡି ପଡିଛି ନୂଆ କରି ମୁଣ୍ଡ ଟେକୁଥିବା ପରିବା ଗଛ ।


 

BOBBY DAS
23m ago
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
34m ago
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
37m ago
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ