ହିଞ୍ଜିଳି ସହ କାହିଁକି କଣ୍ଟାବାଞ୍ଜି ?
by Argus News
Wed, Apr 17 | 7:53 p.m.

ଅର୍ଗସ ବ୍ୟୁରୋ : ହିଞ୍ଜିଳି ସହ କଣ୍ଟାବାଞ୍ଜିରୁ ନିର୍ବାଚନ ଲଢିବେ ନବୀନ । ଏକା ସାଙ୍ଗରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରୁ ଓହ୍ଲାଇବେ ନିର୍ବାଚନ ବୈତରଣୀକୁ । କିନ୍ତୁ ଏକା ସାଙ୍ଗରେ କାହିଁକି ଦୁଇଦୁଇଟି ଆସନରୁ ନିର୍ବାଚନ ଲଢିବେ ନବୀନ ତାହାକୁ ନେଇ ପ୍ରଶ୍ନ ଉଠିଲାଣି । କୁହାଯାଉଛି କି ପଶ୍ଚିମ ଓଡ଼ିଶାରେ ଦଳର ସ୍ଥିତି ଠିକ୍‌ ନାହିଁ । ଏକଥା ନବୀନ ଭଲରେ ଜାଣିଛନ୍ତି....ସେଇଥି ଲାଗି ତ ପୂର୍ବଥର ପରି ଏଥର ବି ଦୁଇ ଦୁଇଟି ଆସନରୁ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହୋଇଛନ୍ତି ନବୀନ । 

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଲଗାତାର ଷଷ୍ଠଥର ନିର୍ବାଚନ ଲଢିବାକୁ ଯାଉଛନ୍ତି । ପୂର୍ବଥର ମଧ୍ୟ ସମାନ ଢଙ୍ଗରେ ହିଞ୍ଜିଳିକାଟୁ ସହ ବିଜେପୁର ଆସନରେ ନିର୍ବାଚନ ଲଢିଥିଲେ ନବୀନ । ଉଭୟ ଆସନରୁ ବି ବିଜୟ ହୋଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ବିଜେପୁର ଛାଡିଥିଲେ ନବୀନ, ଉପ-ନିର୍ବାଚନରେ ଜିତିଥିଲେ ରୀତା ସାହୁ । ଏଥର ବି ସମାନ ଢଙ୍ଗରେ ନିର୍ବାଚନ ମଇଦାନକୁ ଓହ୍ଲାଉଛନ୍ତି ନବୀନ । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ନବୀନ ପୁଣି ଖେଳିଛନ୍ତି ପଶ୍ଚିମ ଓଡ଼ିଶା କାର୍ଡ । ବିଜେପୁର ସହ କଣ୍ଟାବାଞ୍ଜି ବିଧାନସଭା ଆସନରୁ ବି ଲଢ଼ିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅର୍ଥାତ୍ ନବୀନ ଏଥର ହିଞ୍ଜିଳି ସହ କଣ୍ଟାବାଞ୍ଜି, ଦୁଇଟି ଆସନରୁ ଲଢ଼ିବାକୁ ସ୍ଥିର କରିଛନ୍ତି । ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶାର କୌଣସି ଏକ ସ୍ଥାନରୁ ଲଢ଼ିବା ନେଇ ଯେଉଁ ଚର୍ଚ୍ଚା ଆଲୋଚନା ହେଉଥିଲା, ସେଥିରେ ପୂର୍ଣ୍ଣଛେଦ ପଡ଼ିଛି । କଣ୍ଟାବାଞ୍ଜିରୁ ନବୀନଙ୍କ ବିପକ୍ଷରେ ରହିବେ କଂଗ୍ରେସ ହେଭିୱେଟ୍ ସନ୍ତୋଷ ସିଂ ସାଲୁଜା ଓ ବିଜେପିରୁ ଲକ୍ଷ୍ମଣ ବାଗ ।

ସନ୍ତୋଷ ସିଂ ସାଲୁଜା ଏବେକାର ବିଧାୟକ ବି ଅଛନ୍ତି । କଣ୍ଟାବାଞ୍ଜି ପଶ୍ଚିମ ଓଡ଼ିଶାର ୪ ଜିଲ୍ଲା ଯଥାକ୍ରମେ ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର ଓ ବରଗଡ଼କୁ ଛୁଇଁଛି । ଅର୍ଥାତ୍ ଅନ୍ୟ ଅର୍ଥରେ କହିବାକୁ ଗଲେ କଣ୍ଟାବାଞ୍ଜି ଏକ ଷ୍ଟ୍ରାଟେଜିକ୍ ଲୋକେସନ ଭାବେ ଜଣାଶୁଣା । ତେଣୁ ନବୀନ ସେହି ଆସନକୁ ବାଛିଥିବା ଚର୍ଚ୍ଚା ଜୋର । ସମୟ କହିବ କଣ୍ଟାବାଞ୍ଜିର ଭୋଟର କେତେ ସମର୍ଥନ ଦେଉଛନ୍ତି ନବୀନଙ୍କୁ ।

REFRIGERATION
3m ago
ବିନା ଫ୍ରିଜରେ ଖାଦ୍ୟ ନଷ୍ଟ ହୋଇଯାଉଛି କି ? ଜାଣନ୍ତୁ କିପରି ରଖିବେ ଖାଦ୍ୟ...
ଅର୍ଗସ ବ୍ୟୁରୋ: ଖରା ଦିନେ ଖାଦ୍ୟ ଫ୍ରିଜରେ ନରଖିଲେ ନଷ୍ଟ ହୋଇଯାଉଛି ନା। ଯେଉଁ ମାତ୍ରାରେ ଖରା ହେଉଛି ଖାଦ୍ୟ ନଷ୍ଟ ହେବା ସୁନିଶ୍ଚିତ। ତେବେ ବିନା ଫ୍ରିରେ ଖାଦ୍ୟକୁ କିପରି ସତେଜ ରଖିବ
AMIT SHAH
6m ago
ଏଥର ବିଜେପିକୁ ଭୋଟ ଦୁଇ ଥର କାରଣ ଏଥର ୪୦୦ ପାର୍
ଅର୍ଗସ ବ୍ୟୁରୋ : ଓଡ଼ଶା ସମୃଦ୍ଧ କିନ୍ତୁ ଲୋକେ ଗରିବ । କେନ୍ଦୁଝର ଜନସଭାରେ ଅମିତ ଶାହଙ୍କ ସମ୍ବୋଧନ । କହିଲେ, ଆପଣଙ୍କ ଗୋଟିଏ ଭୋଟ୍ ଓଡ଼ିଶାକୁ ସମୃଦ୍ଧ କରିବ । ୫ମ ପର୍ଯ୍ୟାୟ ନିର୍ବାଚନ ଶେ
TEA
56m ago
ଆନ୍ତର୍ଜାତୀୟ ଚା' ଦିବସ
ଅର୍ଗସ ବ୍ୟୁରୋ: ଅଧିକାଂଶ ଲୋକଙ୍କ ସକାଳ ଚା ବିନା ଅଧା ରହିଯାଏ। ସେମାନଙ୍କ ମଧ୍ୟରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଜଳଖିଆ, ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନ ପରେ ମଧ୍ୟ ଚା ଏବଂ କଫ