ଆରସିବି ଫ୍ୟାନଙ୍କ ଖୁସି କହିଲେ ନ ସରେ
by Argus News
Tue, Mar 19 | 8:58 p.m.

ଅର୍ଗସ ବ୍ୟୁରୋ: ଟ୍ରଫି ପାଇଁ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରର ଅପେକ୍ଷା ସମାପ୍ତ ହୋଇଛି। କାଲିଠୁ ଚର୍ଚ୍ଚାରେ ଆରସିବି। ଆରସିବି କ୍ୟାପଟେନ ସ୍ମୃତି ମନ୍ଧାନାଙ୍କୁ ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି ଆରସିବିର ପୂର୍ବତନ କ୍ୟାପଟେନ ବିରାଟ କୋହଲି। ମନ୍ଧାନାଙ୍କ ଦଳ ମହିଳା ପ୍ରିମିୟର ଲିଗ ଡବ୍ଲ୍ୟୁପିଏଲ ୨୦୨୪ ଟାଇଟଲ ଜିତିଛନ୍ତି। ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଆରସିବି ଦିଲ୍ଲୀ କ୍ୟାପିଟାଲକୁ ୮ ଓ୍ବିକେଟରେ ପରାସ୍ତ କରି ଟ୍ରଫିକୁ ହାତେଇଥିଲା। ଦଳର ଏହି ସଫଳତାରେ ବିରାଟ କୋହଲିଙ୍କ ଖୁସି କହିଲ ନ ସରେ। ଗତକାଲି ଇଂଲଣ୍ଡରୁ ଭାରତ ଫେରିଥିବା କୋହଲି ଆରସିବି ଚାମ୍ପିୟନ ହେବାମାତ୍ରେ ଭିଡିଓ କଲ୍‌ ମାଧ୍ୟମରେ ସ୍ବୃତିଙ୍କ ସମେତ ପୁରା ଟିମକୁ ଅଭିନନ୍ଦନ ଜଣାଇଛନ୍ତି। 

ଆରସିବିର ପ୍ରଥମ ଟ୍ରଫି ଜିତିବାପରେ ବିରାଟ କୋହଲି କଲ କରି ଟିମକୁ ଅଭିନନ୍ଦନ ଜଣାଇଥିଲେ। ଏତିକି ହିଁ ନୁହେଁ ସୋସିଆଲ ମିଡିଆରେ ଏହାକୁ ନେଇ ବହୁତ ପ୍ରଶଂସା କରିଥିଲେ। ତାଙ୍କ ଇନଷ୍ଟା ଷ୍ଟୋରୀରେ ଆରସିବିର ଚାମ୍ପିୟନ ପୋଷ୍ଟର ଶେୟାର କରଥିବାବେଳେ କୋହଲି  ସୁପରଓ୍ବିମେନ ଲେଖି ଦଳକୁ ପ୍ରଶଂସା କରିଛନ୍ତି। ସତରେ ପୁରା ଦେଶ ଦେଖିଲା ମନ୍ଧାନାଙ୍କ ଦବଦବା। ଏହାପରେ ପୁରୁଷ ଆଇପିଏଲର ଟ୍ରଫି ମଧ୍ୟ ଆରସିବି ଟିମ ଜିତୁ ବୋଲି ଫ୍ୟାନ ମାନେ  ଓ୍ବିଶ କରିଛନ୍ତି। 

ଆରସିବି ଫ୍ରାଞ୍ଚାଇଜ ପୂର୍ବରୁ କୌଣସି ଟ୍ରଫି ଜିତି ନ ଥିଲା। ଆରସିବି ଆଇପିଏଲ ଫାଇନାଲ ତିନିଥର ପହଞ୍ଚିଛି, କିନ୍ତୁ ଟ୍ରଫି ହାତେଇବାର ସ୍ବପ୍ନ ଏଯାଏ ପୂରଣ ହୋଇ ନ ଥିଲା। ଏଥିସହିତ ଚାମ୍ପିୟନ୍ସ ଲିଗ ଟି-୨୦ ଟୁର୍ନାମେଣ୍ଟରେ ମଧ୍ୟ ଆରସିବିକୁ ଖାଲି ହାତରେ ରଖିବାକୁ ପଡ଼ିଲା। ଏଭଳି ପରିସ୍ଥିତିରେ ସ୍ମୃତି ମନ୍ଧାନାଙ୍କ ଦଳ କୋଟି କୋଟି ଆରସିବି ଫ୍ୟାନଙ୍କୁ wpl ଟାଇଟଲ ଜିତି ଖୁସି କରିଦେଇଛନ୍ତି। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

DADAN
1m ago
ଦାଦନ ଯାଇ୧୪ ଦିନ ପରେ ଗାଁରେ ପହଞ୍ଚିଲା ମୃତ ଦେହ
ଅର୍ଗସ ବ୍ୟୁରୋ: ଓଡିଶାରେ ଯେତେ ବିକାଶ ହେଲେ କିନ୍ତୁ ଦାଦନର ଦୁଖଃ କମୁନାହିଁ । ଓଡିଶାରେ ରୋଜଗାର ପାଇଁ କୌଣସି କାମଧନ୍ଦା ନପାଇ ପରିବାର ପ୍ରତିପୋଷଣ ଓ ଅଧିକ ଅର୍ଥ ଉପାର୍ଜନ ପାଇଁ ନିଜ
ଡାଳ ଭରସା
6m ago
ଭୋଟ କେନ୍ଦ୍ରରେ ଅବ୍ୟବସ୍ଥା, ଖରାରୁ ରକ୍ଷା ପାଇଁ ଡାଳ ଭରସା
ବୌଦ୍ଧ: କଣ୍ଟାମାଲ ର ବୁଥ୍‌ 88 ଗୋହିପିଟା ରେ ଅବ୍ୟବସ୍ଥା। ମୁଣ୍ଡରେ ଛାଇ ପାଇଁ ଡ଼ାଳ ଧରି ଛିଡା ହେଲେ ଭୋଟର। ଆଜି କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଦ୍ୱିତୀୟ ପର୍ଯ୍ୟା
ELECTION UPDATE
16m ago
ଝାରସୁଗୁଡ଼ାରେ ସର୍ବାଧିକ, ବଲାଙ୍ଗିରରେ ସର୍ବନିମ୍ନ ମତଦାନ
ଅର୍ଗସ ବ୍ୟୁରୋ: ରାଜ୍ୟରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ପୂର୍ବାହ୍ନ ୧୧ଟା ସୁଦ୍ଧା ୨୧.୦୭ ପ୍ରତିଶତ ମତଦାନ ହୋଇଛି । ସେହିପରି ଝାରସୁଗୁଡ଼ାରେ ସର୍ବାଧିକ ୨୫.୩୨% ଭୋଟିଂ ହୋଇଛି