ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
by Argus News
Thu, Oct 17 | 9:44 p.m.

ଅର୍ଗସ ବ୍ୟୁରୋ:  ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା ୨ ବର୍ଷରେ ଏହାର ନିର୍ମାଣ ସଂପୂର୍ଣ୍ଣ ହେବ ।  ଏହି ସେଣ୍ଟରରେ ସାଂସ୍କୃତିକ, ରାଜନୈତିକ, ରାଜନୈତିକ ଏବଂ ବିଭିନ୍ନ ପ୍ରକାରର ପ୍ରଦର୍ଶନୀ ମେଳା ଇତ୍ୟାତି କରାଯିବ। ଏଠାରେ ଓପନ ଥିଏଟର , ହୋଟେଲ, ପାର୍କି ଏବଂ ଫୁଡ୍ କୋର୍ଟର ସୁବିଧା ରହିବ । ୧୦ ହଜାର ଲୋକ ବସି ପାରୁଥିବା କ୍ଷମତା ବିଶିଷ୍ଟ ଏହି କନଭେସନ ସେଣ୍ଟରରେ ବିଭିନ୍ନ ଅଡିଟୋରିୟମ ରହିବ। ଏହି କ୍ୟାମ୍ପସରେ ପଞ୍ଚତତ୍ତ୍ବକୁ ପ୍ରଦର୍ଶିତ କରୁଥିବା ବିଶେଷ ପଞ୍ଚବାଟିକା ଆକର୍ଷଣର କେନ୍ଦ୍ରବିନ୍ଦୁ ରହିବ ।

ବୃନ୍ଦାବନ ଯୋଜନାରେ ବିଶ୍ବସ୍ତରୀୟ ସୁବିଧା ସମ୍ପନ୍ନ ଅନ୍ତର୍ଜାତୀୟ ପ୍ରଦର୍ଶନୀ ତଥା ସମ୍ମିଳନୀ କକ୍ଷ ନିର୍ମାଣ କରାଯିବ । ଏହାର ନିର୍ମାଣ ଦାୟିତ୍ବ ଆବାସ ବିକାଶ ଏବଂ ଏଲଡିଏ ହାତରେ ମିଳିତ ଭାବେ ରହିବ  । ରାଜ୍ୟ ସରକାର ଏଥିପାଇଁ ଆର୍ଥିକ ସହଯୋଗ କରିବେ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏନେଇ ସହମତି ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି, ହୋଟେଲ ନିର୍ମାଣ ପାଇଁ ସରକାର ଜମି ସଂରକ୍ଷିତ ରଖିଛନ୍ତି। ଏହି କନଭେସନ୍ ସେଣ୍ଟରର ଡିଜାଇନ୍ ଭାରତୀୟ ସଂସ୍କୃତି ଆଧାରରେ ହେବ।  ଡିଫେନ୍ସ ଏକ୍ସପୋ ଆୟୋଜନ ସ୍ଥଳରେ ଏହାର ନିର୍ମାଣ କରାଯିବ ।

ଅଧିକ ପଢ଼ନ୍ତୁ ଦେଶ ଖବର:

ମୁମ୍ବାଇରୁ ଲଣ୍ଡନ
10m ago
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
12m ago
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି
ରାଜଧାନୀରେ କୋଷ୍ଟଗାର୍ଡ
15m ago
ରାଜଧାନୀରେ କୋଷ୍ଟଗାର୍ଡ DIG ଓ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ଅଭିଯାଗ
ଅର୍ଗସ ବ୍ୟୁରୋ: ନୟାପଲ୍ଲୀ ଥାନା ଅଞ୍ଚଳରେ କୋଷ୍ଟଗାର୍ଡ ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ୨ଜଣ ମଦ୍ୟପ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସପିଂ ସାରି ଫେରୁଥିବା ବେଳେ କୋଷ୍ଟଗାର୍