ପ୍ରଥମେ ମଣିଷ ଆଙ୍ଗୁଠି ଆଉ ଏବେ ବିଛା
by Argus News
Mon, Jun 17 | 1:31 p.m.

ଅର୍ଗସ ବ୍ୟୁରୋ: ପ୍ରଥମେ ଆଇସକ୍ରିମରେ ମଣିଷ ଆଙ୍ଗୁଠି, ବିଛା ଆଉ ଏବେ ଖାଦ୍ୟରେ ସାପ। ଲଗାତାର ଭାବରେ ଖାଦ୍ୟରୁ ଏହି ସବୁ ଜିନିଷ ବାହାରିବାର ଖବର ସୋସିଆଲ ମିଡିଆରେ ଏବେ ଖୁବ ଭାଇରାଲ ହେଉଛି , ଯାହାକୁ ନେଇ ସାଧାରଣ ଜନତାଙ୍କ ମଧରେ ଖୁବ ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ ଗତ ରବିବାର ଦିନ ବିହାରର ବାଙ୍କାରେ ଥିବା ଏକ ସରକାରୀ ଇଞ୍ଜିନିୟରିଂ କଲେଜରେ ଛାତ୍ରମାନଙ୍କୁ ଦିଆଯାଇଥିବା ଭୋଜନରେ ସାପ ବାହାରିଥିବା ଖବର ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ସେହି ଖାଦ୍ୟ ଖାଇ 11 ଜଣ ଛାତ୍ର ଅସୁସ୍ଥ ହୋଇପଡିଥିଲେ ଏବଂ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି। ପରେ କଲେଜ ପ୍ରଶାସନ ଖାଦ୍ୟ ବିକ୍ରେତାଙ୍କୁ ବଦଳାଇ ଅଭିଯୁକ୍ତଙ୍କ ଉପରେ ଜୋରିମାନା ଲଗାଇଥିଲା। ଏଥିସହ ପ୍ରଶାସନ ପ୍ରଧାନ ଶିକ୍ଷକ ଏବଂ ଶିକ୍ଷକମାନଙ୍କୁ ପ୍ରତିଦିନ ଛାତ୍ରମାନଙ୍କ ସହିତ ମିଶିକି ଖାଇବା ପାଇଁ ବାଧ୍ୟତାମୂଳକ କରିଛି।

ଏହି ଘଟଣା ପୂର୍ବରୁ ମୁମ୍ବାଇର ମାଲାଡରେ ଜଣେ ଡାକ୍ତର ବୁଧବାର ଦିନ ଅନଲାଇନରେ ଅର୍ଡର କରିଥିବା ବଟରସ୍କଚ୍ ଆଇସକ୍ରିମରେ ମଣିଷ ଆଙ୍ଗୁଠି ପାଇଥିବାର ଅଭିଯୋଗ ହୋଇଛି। ଆଇସକ୍ରିମ ଅଧା ଖାଇ ସାରିବା ପରେ ସିଏ ପାଟିରେ କିଛି ଅନୁଭବ କରିଥିଲେ ଆଉ ଯେତେବେଳେ ନିକଟରୁ ଦେଖିଲେ ଏକ ମଣିଷ ଆଙ୍ଗୁଠି ପାଇଥିଲେ ।

ସେହିପରି ନୋଏଡାରେ ଜଣେ ମହିଳା ଅମୁଲ ଆଇସକ୍ରିମ ଭିତରେ ଏକ ବିଛା ପାଇଥିଲେ। ଯାହା ସେ ଅନଲାଇନ ଆପ ବ୍ଲିଙ୍କିଟରୁ ଆଣିଥିବା ଦାବି କରିଥିଲେ। 

ଅଧିକ ପଢନ୍ତୁ ଭାରତ ଖବର 

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା