ଆରମ୍ଭ ହେବ ଫ୍ଲିପକାର୍ଟ ବିଗ୍ ବିଲିୟନ ସେଲ: ମିଳିବ 70% ରିହାତି
by Argus News
Sun, Sep 15 | 8:24 p.m.

ଅର୍ଗସ ବ୍ୟୁରୋ: ଜାରି ରହିଛି ପାର୍ବଣ ଋତୁ । ଏହି ସମୟରେ ଅନେକ ପୂଜା ସହିତ ଛୁଟି ପଡୁଥିବାକୁ ସପିଂ ପାଇଁ ଲୋକଙ୍କ ଆଗ୍ରହ ମଧ୍ୟ ବୃଦ୍ଧି ପାଇଥାଏ । ଏହାକୁ ଦୃଷ୍ଟିରେ ରଖି ବହୁ ଇ-କମର୍ସ କମ୍ପାନୀ ନିଜ ନିଜ ପ୍ଲାଟଫର୍ମରେ ଜବରଦସ୍ତ ଅଫର ଦେବା ନେଇ ସୂଚନା ରହିଛି । ଗତବର୍ଷ ଅକ୍ଚୋବର 8 ତାରିଖରୁ ଏହି ସେଲ୍ ଆରମ୍ଭ ହୋଇଥିବା ବେଳେ ଚଳିତବର୍ଷ  ଶୀଘ୍ର  ବିଗ୍ ବିଲିୟନ ଡେ’ ସେଲ୍ ଆରମ୍ଭ ହେବାକୁ ଯାଉଛି । ଏଥିରେ ଅନେକ ଜିନିଷ ଉପରେ ଅଫର ପାଇବେ ଗ୍ରାହକ । କେତେକ ଶ୍ରେଣୀରେ ମଲ୍ଟିପଲ ଅଫର ମଧ୍ୟ ପ୍ରଦାନ କରିବ କମ୍ପାନୀ ।

ବିଶେଷକରି ବୈଦ୍ୟୁତିକ ସାମଗ୍ରୀ ଯେପରିକି ଲାପଟପ, ମୋବାଇଲ ଫୋନ୍, ଗେମିଂ ଉପକରଣରେ ଅଧିକ ଅଫର ରହିଛି । ସର୍ବନିମ୍ନ 50ରୁ ସର୍ବାଧିକ 80 ପ୍ରତିଶତ ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯିବା ନେଇ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ସ୍ମାର୍ଟ ଟିଭି ଉପରେ ମଧ୍ୟ 80 ପ୍ରତିଶତର ରିହାତି ରହିଛି । ଫ୍ଲିପକାର୍ଟର ବିଗ ବିଲିୟନ ସେଲରେ ଫ୍ରିଜ ଏବଂ 4କେ ସ୍ମାର୍ଟ ଟିଭି ଉପରେ 75 ପ୍ରତିଶତ ଡିସକାଉଣ୍ଟ ରହିଛି । ଅନ୍ୟପଟେ ଯଦି ଦେଖିବା ନଥିଂ, ରିୟଲମି, ଏମଆଇ, ଇନଫିନିକ୍ସ ଭଳି ବ୍ରାଣ୍ଡରେ ମଧ୍ୟ ବିଗ୍ ବିଲିୟନ୍ ଡେରେ ଅଫର ମିଳିବ । ତେବେ ଅଳ୍ପ ସମୟ ପାଇଁ ହିଁ ଅଫର ପ୍ରଦାନ କରାଯିବ । କମ୍ପାନୀର ସୂଚନା ମୁତାବକ ଆଇଫୋନ ଉପରେ ମଧ୍ୟ ରିହାତି ମିଳିବ।

ସେପ୍ଟେମ୍ବର 27 ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଗ୍ ବିଲିୟନ ସେଲ୍ । ତେବେ ଫ୍ଲିପକାର୍ଟର ପ୍ଲସ ମେମ୍ବରଙ୍କ ପାଇଁ ଗୋଟିଏ ଦିନ ପୂର୍ବରୁ ଆରମ୍ଭ ହେବ ସେଲ । ସେମାନେ ଶୀଘ୍ର ଅଧିକ ରିହାତିରେ କିଣିପାରିବେ। 

ଅଧିକ ପଢ଼ନ୍ତୁ ବାଣିଜ୍ୟ ଖବର 
 

ବାଲେଶ୍ବର ବନ୍ୟା
31m ago
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ