ଆରମ୍ଭ ହୋଇଯାଇଛି ଫ୍ଲିପକାର୍ଟର ବିଗ୍ ବିଲିୟନ୍ ସେଲ୍
by Argus News
Fri, Sep 27 | 10:16 a.m.

ଅର୍ଗସ ବ୍ୟୁରୋ: ଆରମ୍ଭ ହୋଇଯାଇଛି ଫ୍ଲିପକାର୍ଟର ବିଗ୍ ବିଲିୟନ୍ ସେଲ୍ । ପ୍ଲସ ମେମ୍ବରଙ୍କ ସହିତ ଏହା ସମସ୍ତଙ୍କ ପାଇଁ ଲାଇଭ କରାଯାଇଛି । ଯଦି ଦେଖିବା  ଫ୍ଲିପକାର୍ଟ ପ୍ଲସ୍ ମେମ୍ବରଙ୍କ ପାଇଁ ଏହି ସେଲ୍ 24 ଘଣ୍ଟା ପୂର୍ବରୁ ଲାଇଭ୍ କରାଯାଇଥିଲା ଅର୍ଥାତ୍ 26 ସେପ୍ଟେମ୍ବରରୁ । କିନ୍ତୁ ବାକି ଉପଭୋକ୍ତାମାନଙ୍କ ପାଇଁ, ଏହି ସ୍ଲେ ଆଜିଠାରୁ ଅର୍ଥାତ୍ 27 ସେପ୍ଟେମ୍ବରରେ ଲାଇଭ କରାଯାଇଛି । ଏହି ସେଲରେ ଗ୍ରାହକ ସ୍ମାର୍ଟଫୋନ୍, ସ୍ମାର୍ଟ ଟିଭି, ଲାପଟପ୍, ଟାବଲେଟ୍, ଇୟରବଡ୍, ଆଇଫୋନ୍ ସହିତ ଅନ୍ୟାନ୍ୟ ବୈଦ୍ୟୁତିକ ସାମଗ୍ରୀ, ଫ୍ୟାଶନ୍, ବିଉଟି, ଘରକରଣା ସାମଗ୍ରୀ, ଖାଦ୍ୟ ସାମଗ୍ରୀ ଇତ୍ୟାଦି ଉପରେ ବଡ ରିହାତି ପାଇବେ । ଯଦି ଗ୍ରାହକ କୌଣସି ଜିନିଷକୁ ଏଚଡିଏଫସି ବ୍ୟାଙ୍କ କାର୍ଡରେ କିଣନ୍ତି ତାହେଲେ 10 ପ୍ରତିଶତ ରିହାତି ମିଳିବ । କ୍ରେଡିଟ୍ ଏବଂ ଡେବିଟ୍ ଉଭୟଙ୍କ ପାଇଁ ଏହା ଲାଗୁ ଅଟେ। ଯଦି ସବୁଠାରୁ ଅଧିକ ଡିସକାଉଣ୍ଟ ଯୁକ୍ତ ପ୍ରଡକ୍ଟ ଦେଖିବା ତାହେଲେ ପ୍ରଥମରେ ରହିଛି ଆଇଫୋନ୍ । ମାତ୍ର 49 ହଜାର 999 ଟଙ୍କା ଦେଇ ଆଇଫୋନ କିଣିପାରିବେ ।

ସ୍ମାର୍ଟଫୋନ ଡିଲ୍-
 ଆଇଫୋନ୍ 15: ଏହି ସେଲରେ iPhone 15 ମାତ୍ର 49,999 ରେ କିଣିପାରିବେ । ଏହାର ପ୍ରକୃତ ଦାମ୍  69,990 ଅଟେ ।
Realme P2 Pro 5G: ଏହି ସେଲରେ Realme P2 Pro 5G ଦାମ୍ ବହୁତ କମ୍ ରହିଛି । ମାତ୍ର 19 ହଜାର 999 ଟଙ୍କାରେ କିଣିପାରିବେ ଗ୍ରାହକ ।
Samsung Galaxy S23: ସାମସଙ୍ଗ ଗାଲାକ୍ସି S23 ମଧ୍ୟ ଦମଦାର ଅଫରରେ ମିଳୁଛି । HDFC କ୍ରେଡିଟ୍ କାର୍ଡ ରିହାତିରେ ମାତ୍ର 11 ହଜାର 999 ଟଙ୍କାରେ କିଣିପାରିବେ ।
Realme 8s 5G: Realme 8s 5G ମାତ୍ର 15,999 ରେ କିଣିପାରିବେ । ଏଥିରେ 6.5 ଇଞ୍ଚର HD + ଡିସପ୍ଲେ ଏବଂ ମିଡିଆଟେକ ଡାଇମେନସିଟି 810 ପ୍ରୋସେସର ଅଛି। 
ସ୍ମାର୍ଟଟିଭି
Samsung 32-inch Smart TV- ସାମସଙଅଗର 32 ଇଞ୍ଚ ସ୍ମାର୍ଟଟିଭି 10 ହଜାରରୁ ମଧ୍ୟ କମ୍ ଟଙ୍କାରେ ମିଳୁଛି । ଏଥିରେ ଏଚଡି ରେଡି ଡିସପ୍ଲେ ଏବଂ 300 ପ୍ଲସ ଫ୍ରି ଚ୍ୟାନେଲ ମିଳିଥାଏ ।
Samsung 43-inch 4K TV: ସାମସଙ୍ଗ 43 ଇଞ୍ଚ 4କେ ଟିଭିର ଦାମ୍ 24 ହଜାର 999 ଟଙ୍କା ରହିଛି ।
ଲାପଟପ୍ ଡିଲ୍ସ
MacBook Air M2: ସେଲରେ ମ୍ୟାକବୁକ ମଧ୍ୟ ଭଲ ଡିଲରେ ମିଳୁଛି । MacBook Air M2ର ଦାମ୍ ମାତ୍ର 66 ହଜାର 990 ଟଙ୍କା ରହିଛି ।
HP Pavilion Gaming Laptop- ଏଥିରେ ମଧ୍ୟ ସାନଦାର ଡିଲ୍ ରହିଛି । ଏହାର ଦାମ୍ ମାତ୍ର 49 ହଜାର 999 ଟଙ୍କା ରହିଛି। 

ଅଧିକ ପଢ଼ନ୍ତୁ ବାଣିଜ୍ୟ ଖବର 

ବଜେଟ
13m ago
ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ
ଅର୍ଗସ ବ୍ୟୁରୋ: କାଲିଠୁ ବିଧାନସଭା ଶୀତ ଅଧିବେଶନ। ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୃହରେ ଆଣିବେ ବଜେଟ। ଗୃହ ସୁରୁଖୁରରେ ଚାଲିବା ନେଇ ହେବ ଆଲୋଚନା
ମୁଖ୍ୟମନ୍ତ୍ରୀ
26m ago
ଆଜି କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ: ଆଜି କେନ୍ଦୁଝର ଆସିବେ ମୁଖ୍ୟମନ୍ତ୍ରୀ । ଭାରତୀୟ ଜନତା ପାର୍ଟି ନଗର ମଣ୍ଡଳର ବରିଷ୍ଠ କାର୍ଯ୍ୟକର୍ତ୍ତା ନିରଞ୍ଜନ ଶତପଥୀଙ୍କ ଦେହାନ୍ତରେ ତାଙ୍କ ଶେଷ ଦର୍ଶନରେ ସାମିଲ ହେବ
NCC CADETS
ଆସନ୍ତା ୫ ବର୍ଷରେ ରାଜ୍ୟରେ ସୃଷ୍ଟି ହେବେ ୧ ଲକ୍ଷ ଏନସିସି କ୍ୟାଡେଟ
ଅର୍ଗସ ବ୍ୟୁରୋ: ଆସନ୍ତା ୫ ବର୍ଷ ମଧ୍ୟରେ ରାଜ୍ୟରେ ସୃଷ୍ଟି ହେବେ ୧ ଲକ୍ଷ ଏନସିସି କ୍ୟାଡେଟ। ଦେଶକୁ ଅଧିକ ମାତ୍ରାରେ ଏନସିସି କ୍ୟାଡେଟ ଯୋଗେଇବ ଓଡ଼ିଶା। ଏ ନେ
POLICE
ବାଂଲାଦେଶ ନାବାଳିକା ଉଦ୍ଧାର, ଦଲାଲ ସ୍ୱାମୀ, ସ୍ତ୍ରୀକୁ ଗିରଫ କଲା ପୋଲିସ
ଅର୍ଗସ ବ୍ୟୁରୋ: କଟକରୁ ବାଂଲାଦେଶ ନାବାଳିକା ଉଦ୍ଧାର ଘଟଣା । କଟକ ସଦର ଥାନା ଅଞ୍ଚଳରୁ ଦଲାଲ ସ୍ବାମୀ, ସ୍ତ୍ରୀକୁ ଗିରଫ କରିଛି ମଧୁପାଟଣା ଥାନା ପୋଲିସ । ଗିରଫ ଦମ୍ପତିଙ୍କ
PARLIAMENT
ଆଜିଠୁ ସଂସଦରେ ଶୀତକାଳୀନ ଅଧିବେଶନ
ଅର୍ଗସ ବ୍ୟୁରୋ: ପ୍ରସ୍ତୁତ ସରକାର...ପ୍ରସ୍ତୁତ ବିରୋଧୀ । ଆଜିଠୁ ସଂସଦରେ ସରଗରମ ହେବ ଚର୍ଚ୍ଚା । ଶୀତକାଳୀନ ଅଧିବେଶନରେ ମୋଟ ୧୬ଟି ବିଲ୍‌ ଉପସ୍ଥାପନ ପାଇଁ ଲକ୍ଷ୍