ଦୁଇମାସ ମୁଁ ସାଧାରଣଲୋକଙ୍କ ଭଳି ଜୀବନଯାପନ କରିଛି
by Argus News
Thu, Mar 28 | 5:37 p.m.

ଅର୍ଗସ ବ୍ୟୁରୋ: ଭାରତୀୟ କ୍ରିକେଟ ଷ୍ଟାର ବିରାଟ କୋହଲିଙ୍କ ପାଇଁ ସମସ୍ତେ ଦିଓ୍ବାନା। ସବୁବେଳେ ଫ୍ୟାନମାନେ ତାଙ୍କୁ ଫଲୋ କରନ୍ତି। ବିରାଟ କୋହଲି ଦୁଇମାସ ପାଇଁ ଖେଳରୁ ବିଶ୍ରାମ ନେଇଥିଲେ। ସେ ଆଇପିଏଲ ୨୦୨୪ ଜରିଆରେ ପୁଣି ପଡ଼ିଆକୁ ଫେରିଛନ୍ତି। ବିରାଟ ତାଙ୍କ ଦ୍ବିତୀୟ ସନ୍ତାନ ଜନ୍ମ ସମୟରେ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ସହିତ ଥିଲେ। ଦୁଇମାସ ସବୁଥିରୁ ସେ ବିରତି ନେଇଥିଲେ। ଏହି ଦୁଇମାସ ମଧ୍ୟରେ ଫ୍ୟାନ ତାଙ୍କୁ ବହୁତ ଖୋଜିଥିଲେ। ଇନଷ୍ଟାରେ ରାଜ କରୁଥିବା କିଙ୍ଗ କୋହଲିଙ୍କର ରିଲ୍ସ ମଧ୍ୟ ଆସୁ ନ ଥିଲା। 

ଏହି ଦୁଇମାସ ଛୁଟିରେ ରହିବା ପ୍ରସଙ୍ଗକୁ ନେଇ ବିରାଟ କହିଛନ୍ତି, ମୁଁ ଭାରତରେ ନଥିଲି। ଏମିତି ଏକ ସ୍ଥାନରେ ଥିଲି ଯେଉଁଠାରେ ଲୋକମୋତେ ଚିହ୍ନି ପାରୁ ନଥିଲେ। ଦୁଇମାସ ପୂରା ପରିବାର ସହିତ ରହିବାର ଓ ଜଣେ ନୂଆ ଅତିଥିଙ୍କୁ ସ୍ବାଗତ କରିବାର ଅନୁଭବକୁ ମୁଁ ଶବ୍ଦରେ ବର୍ଣ୍ଣନା କରି ପାରିବି ନାହିଁ। ପରିବାର ସହିତ ମୋତେ ସମୟ ବିତାଇବା ପାଇଁ ସୁଯୋଗ ମିଳେ ନାହିଁ। 

ଏମିତି ସୁଯୋଗ ଦେଇଥିବାରୁ ମୁଁ ଭଗବାନଙ୍କୁ ଧନ୍ୟବାଦ ଜଣାଇବି। ରାସ୍ତାରେ ମୁଁ କେବେ ସାଧାରଣଲୋକ ଭଳି ଯାଇପାରେ ନାହିଁ। ତେଣୁ ଯେଉଁ ଦୁଇମାସ ଛୁଟି ମୁଁ କଟାଇଛି ସେଠାରେ ସାଧାରଣଲୋକଙ୍କ ଭଳି ରାସ୍ତାରେ ବୁଲିବା ମାର୍କେଟିଂ କରିବା ଆଦିର ଖୁବ ମଜା ଉଠାଇଛି। 
ଜାଣିନି ଏଭଳି ସୁଯୋଗ ମୋତେ ଦ୍ବିତୀୟଥର ମିଳି ପାରିବ କି ନାହିଁ। ଫେବୃଆରି ୨୦ରେ ମୁଁ ପୁତ୍ର ସନ୍ତାନର ବାପା ହୋଇଥିଲି। ଅନୁଷ୍କା ଲଣ୍ଡନରେ ଆକାୟଙ୍କୁ ଜନ୍ମ ଦେଇଥିଲେ। ମୁଁ ବହୁତ ଲକି ଯେ ମୁଁ ଅନୁଷ୍କାଙ୍କୁ ପାଇଛି। ମୋ ଜୀବନରେ ଅନୁଷ୍କା ଆସିବାପରେ ବହୁତ ପରିବର୍ତ୍ତନ ହୋଇଛି। ଏହି ଦିନ ଓ ସ୍ଥାନ ମୋ ପାଇଁ ମେମୋରେବଲ ହୋଇ ରହିବ। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

SHREE MANDIR
ଅନ୍ଧାରରେ ଶ୍ରୀମନ୍ଦିର, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ
ଅର୍ଗସ ବ୍ୟୁରୋ : ଅନ୍ଧାରରେ ଶ୍ରୀମନ୍ଦିର । ଅନ୍ଧାରରେ ଶ୍ରଦ୍ଧାଳୁ । ପ୍ରାୟ ୧୫ ମିନିଟ୍ ଲାଇନ୍ କଟିବା ଯୋଗୁଁ ଶ୍ରୀମନ୍ଦିର ଭିତରେ ଅନ୍ଧାର । ପାୱର ଟ୍ରିପ୍ ଯୋଗୁଁ ଅନ୍ଧାର ହୋଇଥିବା ସୂଚନା
AAP LEADER
ମନୀଷ ସିସୋଦିଆଙ୍କ ବିଚାର ବିଭାଗୀୟ ହାଜତ ମେ’ ୨୧ ପର୍ଯ୍ୟନ୍ତ ବୃଦ୍ଧି
ଅର୍ଗସ ବ୍ୟୁରୋ : ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତ ଅବଧି ବୃଦ୍ଧି । ଦିଲ୍ଲୀ ମଦ ଦୁର୍ନୀତି ମାମଲା ମାମଲାରେ ଗିରଫ ସିସୋଦିଆଙ୍କ ଜେଲ୍ ଅବଧି ମେ ୨୧ ଯାଏ ବୃଦ୍ଧି କରିଛନ୍ତି କୋର୍ଟ
BJP
ବିଜେପି ପ୍ରାର୍ଥୀଙ୍କୁ ପଦ୍ମ ଫୁଲରେ ଭୋଟ୍ ଦେବା ପାଇଁ କଲେ ନିବେଦନ
ଅର୍ଗସ ବ୍ୟୁରୋ : ଦେବଗଡ ସମେତ ଓଡ଼ିଶାରେ ରେଳ ଲାଇନ କାମରେ ଜମି ଅଧିଗ୍ରହଣରେ ରାଜ୍ୟ ସରକାର ବାଧକ ସାଜିଛନ୍ତି । ଓଡ଼ିଶାରେ ବିଜେପି ସରକାର ଆସିଲେ ଜମି ଅଧିଗ୍ରହଣ ସମସ୍ୟା ରହିବ ନାହିଁ । ଏଠାର