ମେଡ ଇନ ପାକିସ୍ତାନ ଗୁଳି ଓ ଖୋକା ଜବତ କରିଛି ଫରେନସିକ ଟିମ
by Argus News
Tue, Dec 03 | 9:44 p.m.

ଅର୍ଗସ ବ୍ୟୁରୋ:  ସମ୍ଭଲ ହିଂସାକାଣ୍ଡରେ ନାପାକ୍ ଲିଙ୍କ । ଘଟଣାସ୍ଥଳରୁ ମେଡ ଇନ ପାକିସ୍ତାନ ଗୁଳି ଓ ଖୋକା ଜବତ କରିଛି ଫରେନସିକ ଟିମ । ଗତ 24 ନଭେମ୍ବରରେ ହୋଇଥିବା ହିଂସାକାଣ୍ଡରେ 30ରୁ ଅଧିକ ପୋଲିସ କର୍ମୀଙ୍କ ଉପରେ ହୋଇଥିଲା ଜୋରଦାର ଆକ୍ରମଣ । ପଥର ମାଡ଼ ସହ ଫୁଟିଥିଲା ବମ୍ । ଫରେନସିକ ୟୁନିଟ ଓ ଲୋକାଲ ଇଣ୍ଟେଲିଜେନ୍ସ ୟୁନିଟର ତଦନ୍ତରୁ ସାମ୍ନାକୁ ହିଂସାକାଣ୍ଡରେ ପାକିସ୍ତାନ ଲିଙ୍କ ସାମ୍ନାକୁ ଆସିଛି ।

ମସଜିଦ ପରିସରରେ ଫରେନସିକ ଟିମର ଯାଞ୍ଚ ଜାରି ରହିଛି । ପୋଲିସ ସୂଚନା ଅନୁସାରେ ହିଂସାକାଣ୍ଡ ଘଟିଥିବା ଟଙ୍ଗୀ ରୋଡରୁ ପାକିସ୍ତାନ ଅର୍ଡିନାନ୍ସ ଫ୍ୟାକ୍ରିରେ ପ୍ରସ୍ତୁତ ହୋଇଥିବା 9 ଏମଏମ ବନ୍ଧୁକର ଦୁଇଟି ଗୁଳି ଜବତ ହୋଇଛି । ନଭେମ୍ବର 29ରୁ  ଯାଞ୍ଚ ପାଇଁ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଥିଲେ ନ୍ୟାୟିକ କମିଶନ ଟିମ୍ । ଜାମା ମସଜିଦ ବନାମ ହରିହର ମନ୍ଦିର ବିବାଦକୁ ନେଇ ଏବେବି ଉତ୍ତେଜନା ଜାରି ରହିଛି । ଡ୍ରୋନ ଜରିଆରେ ସ୍ଥିତି ଉପରେ ତୀଷ୍ମ ନଜର ରଖିଛି ପ୍ରଶାସନ । ହିଂସାକାଣ୍ଡକୁ ନେଇ ମୋଟ 7ଟି ମାମଲା ରୁଜୁ ହୋଇଛି । ମୋଟ 27 ଗିରଫଙ୍କ ମଧ୍ୟରୁ 25 ଅଭିଯୁକ୍ତଙ୍କୁ ଜେଲ୍ ପଠାଇ ଦିଆଯାଇଛି ।

ଅଧିକ ପଢ଼ନ୍ତୁ ବିଦେଶ ଖବର:

ସୁଖବିର ସିଂ ବାଦଲ
57m ago
ଅକାଳୀ ଦଳ ମୁଖ୍ୟ ସୁଖବିର ସିଂ ବାଦଲଙ୍କୁ ଟାର୍ଗେଟ୍ କରି ଆକ୍ରମଣ
ଅର୍ଗସ ବ୍ୟୁରୋ : ଅମୃତସର ସ୍ବର୍ଣ୍ଣ ମନ୍ଦିର ପରିସରରେ ଗୁଳିମାଡ । ଶିରୋମଣି ଅକାଳୀ ଦଳ ମୁଖ୍ୟ ତଥା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସୁଖବିର ସିଂ ବାଦଲଙ୍କୁ ଟାର୍ଗେଟ୍ କରି ଆକ୍ରମଣ
ମହାରାଷ୍ଟ୍ର
ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ହେବେ ଦେବେନ୍ଦ୍ର ଫଡନାବିସ୍ !
ଅର୍ଗସ ବ୍ୟୁରୋ : ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ହେବେ ଦେବେନ୍ଦ୍ର ଫଡନାବିସ୍ । ବିଜେପି କୋର୍‌ କମିଟି ବୈଠକରେ ଫଡନାବିସ୍‌ଙ୍କ ନାଁରେ ମୋହର ଲାଗିଥିବା ସୂଚନା ମିଳିଛି । ସ
ଖବର
ଜାଣନ୍ତୁ ଆଜିର ତାଜା ଖବର ସଂକ୍ଷେପରେ...
୧- ଆଜି ପୁରୀରେ ନୌସେନା ଦିବସ ପାଳନ । ମହୋଦଧୀ ତୀରରେ ଦେଖିବାକୁ ମିଳିବ ନୌସେନାର ଶୌର୍ଯ୍ୟ । ୪ ଦିନ ଧରି ଚାଲିଛି ଜୋରଦାର ଅଭ୍ୟାସ । ୨- ଆଜି ନୌସେନା ଦିବସ ଉପଲକ୍ଷେ ପୁରୀ ଗସ୍ତରେ ମହାମହି
କଲଭର୍ଟ
୬୦ ଦିନ ଧରି ଗୋଟିଏ କଲଭର୍ଟ ଭିତରେ ଲୁଚି ରହିଥିଲେ ବୃଦ୍ଧ
ଅର୍ଗସ ବ୍ୟୁରୋ : ଦିନେ ନୁହେଁ କି ୨ ଦିନ ନୁହେଁ, ୬୦ ଦିନ ଧରି ଗୋଟିଏ କଲଭର୍ଟ ଭିତରେ ରହିଥିଲେ ବୃଦ୍ଧ । ଯେଉଁଠି କୁ ଲୋକେ ଦିନରେ ଯିବା ପାଇଁ ଭୟ କରନ୍ତି କିନ୍ତୁ ସେହି କଲଭର୍ଟ ଭିତରେ ଦୀର୍
ମହାମହିମ ରାଷ୍ଟ୍ରପତି
ମହାପ୍ରଭୁଙ୍କ ଦର୍ଶନ ସାରି ଫେରିଲେ ମହାମହିମ ରାଷ୍ଟ୍ରପତି
ପୁରୀ : ଶ୍ରୀମନ୍ଦିରରୁ ବାହାରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଶ୍ରୀଜିଉଙ୍କ ଦର୍ଶନ ସହ ସ୍ବତନ୍ତ୍ର ପୂଜାର୍ଚ୍ଚନା ସାରି ବାହାରିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତ