ଥମୁନି ଦୀନକୃଷ୍ଣଙ୍କ ବିବାଦ : ଜର୍ମାନୀରୁ ଆସିଲା ସଙ୍ଗୀନ ଅଭିଯୋଗ
by Argus News
Wed, Sep 25 | 7:20 p.m.

ଅର୍ଗସ ବ୍ୟୁରୋ: ଭରତପୁର ଥାନାର ପୂର୍ବତନ ଆଇଆଇସିଙ୍କ ନାଁରେ ସଙ୍ଗୀନ ଅଭିଯୋଗ । ନିଜ ଘର ମାଡ଼ି ବସିଥିଲେ ବିଜେଡି କର୍ପୋରେଟର । ବାରମ୍ବାର ଫୋନ୍‌ କରିବା ପରେ ଘର ଛାଡିବେ କଣ ବରଂ ଦୀନକୃଷ୍ଣଙ୍କୁ ଧରି ଦିନରେ ଦେଖାଇଥିଲେ ଲଣ୍ଠନ । ଥାନାରେ ଅଭିଯୋଗ ପରେ ଦୀନକୃଷ୍ଣ ସାହାଯ୍ୟ କରିବେ କଣ ? ବରଂ ଘର ମାଲିକଙ୍କୁ ଧମକ ଦେଇଥିଲେ । ଟଙ୍କା ବି ମାଗିଥିଲେ । ହେଲେ ଏଇଠି ପ୍ରଶ୍ନ, ସାଧାରଣ ଜନତା ଅଭିଯୋଗ କରିବା ପରେ ଯଦି ତାଙ୍କୁ ଥାନା ଅଧିକାରୀ ଏମିତି ଟଙ୍କା ମାଗିବେ ତାହାଲେ ଲୋକେ ନ୍ୟାୟ ପାଇବେ କେମିତି ? ଦୀନକୃଷ୍ଣଙ୍କ ନାଁରେ ଥିବା ଅଭିଯୋଗ ଏବେର ନୁହେଁ ବରଂ ବହୁ ପୂର୍ବର । ପୂର୍ବରୁ ବି କଟକ ବାରବାଟୀ ବିଧାୟିକ ସୋଫିଆ ଫିର୍ଦ୍ଦୋଶ ସ୍ପଷ୍ଟ କରିଥିଲେ ବାବୁ ଯେବେ କ୍ୟାଣ୍ଟନମେଣ୍ଟ ଥାନାରେ ଥିଲେ ସେବେ ବାଲିଯାତ୍ରା ଷ୍ଟଲ ପାଇଁ କୁଆଡ଼େ ୪୦ ହଜାର ଲାଂଚ ମାଗିଥିଲେ । ଯାହାକୁ ନେଇ ଓଡ଼ିଶା ପୋଲିସ ବଦନାମ ହୋଇଥିଲା । ହେଲେ ଏବେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଥାନାରେ ଯେଉଁ ପରି ଭାବରେ ନିର୍ଯାତନା ଦିଆଗଲା ତାହାକୁ ନେଇ ଏବେ ପୁରା ରାଜ୍ୟରେ ଚର୍ଚ୍ଚା ।

ବିଜେଡି ସରକାର ଅମଳରେ ମୁଖ୍ୟମନ୍ତ୍ରୀ ଥିବା ନବୀନ ପଟ୍ଟନାୟକ ଫାଇଭ-ଟି ଆରମ୍ଭ କରିଥିଲେ । ଥାନାକୁ ଯେଉଁମାନେ ଅଭିଯୋଗ ଲାଗି ଆସୁଥିଲେ ସେମାନଙ୍କୁ ପଚାରି ବୁଝୁଥିଲେ । ଏତେ ସବୁ ବ୍ୟବସ୍ଥା ପରେ ବି କେମିତି ଜଣେ ନ୍ୟାୟ ପାଇବାକୁ ବଂଚିତ ହେଲେ ତାହାକୁ ନେଇ ପ୍ରଶ୍ନ ଉଙ୍କି ମାରୁଛି । କଥା ହେଲା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ହଇରାଣ କରିବା ସହ ନିର୍ଯାତନା ଦେବା ପରେ ଏବେ ଦୀନକୃଷ୍ଣଙ୍କ ଦୁର୍ନୀତିର ଗୋଟିଏ ପରେ ଗୋଟିଏ ଗୁମର ଖୋଲୁଛି । 

ଭରତପୁର କାଣ୍ଡର ନା କେହି ନିରପେକ୍ଷ ସାକ୍ଷୀ ଅଛନ୍ତି ନା ରହିଛି ବଳିଷ୍ଠ ପ୍ରମାଣ । ତେବେ ଅଭିଯୋଗ-ପ୍ରତି ଅଭିଯୋଗରେ ସୀମିତ ଏହି ଅଘଟଣର କେମିତି ହେବ ତଦନ୍ତ ? ପୀଡ଼ିତାଙ୍କ ଚରିତ୍ରକୁ ସଂହାର କଲା ଭଳି କିଛି ଭିଡ଼ିଓ ଯାହା ଭାଇରାଲ୍ ହେଉଥିବା ବେଳେ ଶନିବାର ରାତିରେ ଥାନାରେ ଯାହା ଘଟିଲା, ତାହା ସାମ୍ନାକୁ ଆସିନି । ଏଭଳି ସ୍ଥିତିରେ କିଏ ହେବ ଦୋଷୀ ? ଅଭିଯୋଗ ଓ ପ୍ରତି ଅଭିଯୋଗର ପ୍ରମାଣ ପାଇଁ ସାଇଣ୍ଟିଫିକ୍ ତଦନ୍ତ ହେବ କି ଶେଷ ଭରସା ? ସେନେଇ ନାନା ପ୍ରଶ୍ନ ଭିତରେ କୋର୍ଟଙ୍କ ବିଚାର ହିଁ ସର୍ବମାନ୍ୟ ବୋଲି ମତ ପ୍ରକାଶ ପାଇଛି । ତେଣେ ପୀଡ଼ିତା କହିଛନ୍ତି, ନ୍ୟାୟ ନମିଳିବା ପର୍ଯ୍ୟନ୍ତ ମୁଁ ଖୁସି ନୁହେଁ । 

ଏପଟେ ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ଆଜି ମାମଲାର ତଦନ୍ତ ପାଇଁ ଭରତପୁର ଥାନାରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍ । ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀ ମଧ୍ୟ ସେଠାରେ ପହଞ୍ଚିଛନ୍ତି । ଘଟଣାଦିନ ରାତିରେ ଥାନାରେ କଣ ଘଟିଥିଲା, ପୋଲିସ ଅଧିକାରୀଙ୍କ ସହ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କ ଯୁକ୍ତିତର୍କ ଘଟଣାର ପୁରା ସିନ୍ ରିକ୍ରିଏସନ୍ ହୋଇଛି । ଭରତପୁର ଥାନା ପରେ ପଥରଗାଡ଼ିଆରେ ବି କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ କରିବ ବୋଲି ସୂଚନା ରହିଛି । ଯେଉଁଠାରେ ଥାନାକୁ ଆସିବା ପୂର୍ବରୁ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କର ରାସ୍ତାରେ କିଛି ଯୁବକଙ୍କ ସହ ଯୁକ୍ତିତର୍କ ଓ ଠେଲାପେଲା ହୋଇଥିଲା । ଅନ୍ୟପଟେ ପୀଡ଼ିତା ଓ ନିଲମ୍ବିତ ପୋଲିସ ଅଧିକାରୀଙ୍କର ହେବ ଲାଏ ଡିଟେକ୍ସନ ଟେଷ୍ଟ ।  ଏନେଇ କୋର୍ଟଙ୍କ ଅନୁମତି ମାଗିଛି କ୍ରାଇମବ୍ରାଞ୍ଚ । ଲାଏ ଡିଟେକ୍ସନ୍ ଟେଷ୍ଟ ପାଇଁ ପୀଡ଼ିତା ରାଜି ହେବାରୁ କ୍ରାଇମବ୍ରାଞ୍ଚ କୋର୍ଟଙ୍କ ଅନୁମତି ମାଗିଥିବା ସୂଚନା ମିଳିଛି । ଅଦାଲତଙ୍କ ଅନୁମତି ପରେ ଏ ନେଇ ପ୍ରକ୍ରିୟା ଆରମ୍ଭ ହେବ।

ମୋଟ୍‌ ଉପରେ ମେଜରଙ୍କ ବାନ୍ଧବୀଙ୍କୁ ଥାନା ଆଇଆଇସି ଯେଉଁପରି ଭାବରେ ନିର୍ଯାତନା ଦେଇଥିଲେ ତାହାକୁ ନେଇ ଚର୍ଚ୍ଚା କମିନଥିବା ବେଳେ ଏବେ ପୁଣି ଥରେ ଜର୍ମୀନୀରୁ ମାମଲା ସାମ୍ନାକୁ ଆସିଥିବାରୁ ଚର୍ଚ୍ଚା ଜୋର । ତେବେ ଦୀନକୃଷ୍ଣଙ୍କ ବିରୋଧରେ କି ଆକ୍ସନ ନିଆଯାଉଛି ତାହାକୁ ଅପେକ୍ଷା ।
 

ବିଜେଡି
ଓଡ଼ିଆଙ୍କୁ କଷ୍ଟ ଦେବାରୁ ୨୪ବର୍ଷର ବିଜେଡି ସରକାରଙ୍କୁ ଗଡାଇଦେଲେ ଓଡ଼ିଶାବାସୀ:ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ:ବିଜେଡି ନେତାଙ୍କ ନିଦ ହଜାଇଦେଲେ ମୋହନ,ଏମିତି କହିଦେଲେ ବାଧିଗଲା ବିଜେଡି ନେତାଙ୍କୁ । ଅବସର ଥିଲା ବିଜେପିର ମହା ସଦସ୍ୟତା ଅଭିଯାନ। ମୋହନ କହିଲେ ଓଡ଼ିଆଙ୍କୁ କଷ୍
ଓଏଏସ୍‌ ସ୍ତରରେ
ଓଏଏସ୍‌ ସ୍ତରରେ ହେଲା ବଡ଼ ଧରଣର ଅଦଳବଦଳ
ଅର୍ଗସ ବ୍ୟୁରୋ: ଓଏଏସ୍‌ ସ୍ତରରେ ଆଜି ବଡ଼ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ମୋଟ ୩୬ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି। ଅନାମ ଚରଣ ପାତ୍ରଙ୍କୁ କଟକ ମହାନଗର ନିଗମ
ମହାପ୍ରସାଦ ଓ ଶୁଖିଲା
ମହାପ୍ରସାଦ ଓ ଶୁଖିଲା ଭୋଗର ମାନ ଯାଞ୍ଚ କରିବେ ଫୁଡ ଅଫିସର
ଅର୍ଗସ ବ୍ୟୁରୋ: ଶ୍ରୀମନ୍ଦିର ଲାଗି ନିଯୁକ୍ତ ହେବେ ଫୁଡ ଅଫିସର। ଶ୍ରୀମନ୍ଦିରରେ ପ୍ରଶାସନରେ ନିଯୁକ୍ତ ହେବେ ଫୁଡ ଅଫିସର। ଏନେଇ ସୂଚନା ଦେଲେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। `ମହାପ୍ରସା