ଅର୍ଗସ ବ୍ୟୁରୋ : ବିଗ୍ ବି ଅମିତାଭ ବଚ୍ଚନଙ୍କ ଘର ଜଲସାକୁ ନେଇ ସବୁଠି ଚର୍ଚ୍ଚା । କାରଣ ୧୨୦ କୋଟିର ଏହି ବିଳାସପୂର୍ଣ୍ଣ ଘର କୌଣସି ବିଶାଳ ରାଜପ୍ରସାଦରୁ ମଧ୍ୟ କମ ନୁହେଁ । ଯେଉଁ ମହଲ ଭିତରେ କଣ କଣ ସୁବିଧା ରହିଛି, ତାହା ଜାଣିବା ପାଇଁ ସମସ୍ତଙ୍କ ମନରେ ଉତ୍ସାହ ରହିଛି । ଅନେକ ସମୟରେ ନିଜ ଘରର କିଛି ସ୍ଥାନର ଝଲକକୁ ବଚ୍ଚନ ପରିବାରର ସଦସ୍ୟ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ତେବେ ଆସନ୍ତୁ ଜାଣିବା କଣ ଅଛି, ବଚ୍ଚନଙ୍କ ଘର ଜଲସାରେ ।
ଅମିତାଭଙ୍କ ଏହି ଘର ୧୦ ହଜାର ୧୨୫ ସ୍କ୍ବୟାର ଫୁଟର ଅଟେ । ତିନି ଦଶକରୁ ଅଧିକ ସମୟ ଅମିତାଭ ଏହି ଘରେ ରହିଛନ୍ତି । ସତ୍ତେ ପେ ସତ୍ତାର ନିର୍ଦ୍ଦେଶକ ରମେଶ ସିପ୍ପି ତାଙ୍କୁ ଏହି ଘର ଉପହାର ଆକାରରେ ଦେଇଥିଲେ ।
ବଚ୍ଚନଙ୍କ ଡ୍ରଇଂ ରୁମ
ଏହି ରୁମରେ ସାଂସ୍କୃତିକ ଏବଂ ଆଧୁନିକତାର ଛାପ ରହିଛି । ଅନେକ ପୁରାତନ ଚିତ୍ରକଳା , ଦାମୀ ଝୁମର, ପାରମ୍ପାରିକର ଜିନିଷର ସମାହାରରେ ଏକ କ୍ଲାସିକ ଲୁକ ରହିଥାଏ । ଯେଉଁଠି ଅମିତାଭ ଏବଂ ଜୟା ଅଧିକାଂଶ ସମୟ କାଟିଥାନ୍ତି । ସୋସିଆଲ ମିଡିଆରେ ଉଭୟଙ୍କର ସେହି ସ୍ଥାନରେ ଅନେକ ଫଟୋ ରହିଛି । ବଚ୍ଚନଙ୍କ ଏହି ଆକର୍ଷଣୀୟ ଘରେ ଏକ ସ୍ବତନ୍ତ୍ର କାନ୍ଥ ରହିଛି । ଯେଉଁଠି ବଚ୍ଚନ ପରିବାରର ଅନେକ ପୁରୁଣା ସ୍ମୃତି ଦେଖିବାକୁ ମିଳେ । ଅମିତାଭଙ୍କର କିଛି ପୁରୁଣା ଫଟୋ, ଅଭିଷେକ, ଜୟାଙ୍କ ପିଲାଦିନର ଫଟୋ ଏପରି ଅନେକ ଛୋଟଛୋଟ ସ୍ମୃତି ରହିଛି ।
ସେହିପରି ଅମିତାଭଙ୍କ ଏହି ବଙ୍ଗଳାରେ ରହିଛି ଏକ ବିଶାଳକାୟ ଜିମ୍ । ଯେଉଁଥିରେ ଭେରାଇଟର ଜିମ ମେସିନ ରହିଛି । ଅମିତାଭ ଅନେକ ସମୟରେ ଏହି ଜିମରେ ନିଜର ଫଟୋ ଶେୟାର କରିଥାନ୍ତି ।
ଜଲସାର ବଗିଚାରେ ରାଧାକୃଷ୍ଣଙ୍କ ମନ୍ଦିର ରହିଛି । ଯେଉଁଠି ସୁନା ଏବଂ ହୀରର ଭଗବାନଙ୍କ ମୂର୍ତ୍ତି ରହିଛି । ବିଗ୍ ବି ଘରୁ ବାହାରିବା ପରେ ପ୍ରଥମେ ଠାକୁରଙ୍କୁ ଦର୍ଶନ କରି ଯାଇଥାନ୍ତି । ଏହି ମନ୍ଦିରକୁ ଖୁବ ସୁନ୍ଦର ଭାବେ ସଜାଇ ରଖାଯାଇଛି ।
ଅମିତାଭଙ୍କ ଏହି ଘରର ବାଥରୁମ ମଧ୍ୟ ଖୁବ ସୁନ୍ଦର ଭାବରେ ବିଭିନ୍ନ ପ୍ରକାରର ଇଣ୍ଡୋର ପ୍ଲାଣ୍ଟ, ଜାକୁଜି , କ୍ରିମ ମାର୍ବଲ ଟାଇଲ୍ସ ଡେକୁରେଟ କରାଯାଇଛି । ଏହି ବାଥରୁମରେ ଟିଭିର ଫାସିଲିଟିଜ୍ ମଧ୍ୟ ରହିଛି ।
କୁହାଯାଏ ଅମିତାଭଙ୍କ ଘରେ ଆଇସିୟୁର ମଧ୍ୟ ବ୍ୟବସ୍ଥା ରହିଛି । ଅଭିଷେକ ବଚ୍ଚନ ଏହି ସୁବିଧା ନିଜ ଘରେ ଇମରଜେନ୍ସି ପାଇଁ କରିଛନ୍ତି ।