ବେଦିର ନିଆଁରୁ ଜୁଇର ନିଆଁ, ସବୁଠି ଥିଲେ ସାଙ୍ଗରେ : ଏକାସାଙ୍ଗରେ ହେଲା ସ୍ୱାମୀ-ସ୍ତ୍ରୀଙ୍କ ଶେଷକୃତ୍ୟ
by Argus News
Sat, Nov 18 | 7:59 p.m.

ଅର୍ଗସ ବ୍ୟୁରୋ : ଅଗ୍ନିକୁ ସାକ୍ଷୀ ରଖି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଦୁହେଁ । ସାତ ଜନ୍ମ ସାଙ୍ଗରେ ବଞ୍ଚିବା ପାଇଁ ଦୁହେଁ ଶପଥ ନେଇଥିଲେ । କିନ୍ତି ନିଷ୍ଠୁର ସାଜିଲା ଦଇବ । ଦୁହେଁ ଆରପାରିକୁ ହାତ ଧରାଧରା ହୋଇ ଚାଲିଗଲେ, ଆଉ ଏକାଠି ଜୁଇରେ ଜଳିଲେ । ଏକାସାଙ୍ଗରେ ହେଲା ସ୍ୱାମୀ-ସ୍ତ୍ରୀଙ୍କ ଶେଷକୃତ୍ୟ । ଗୋଟିଏ ଜୁଇରେ ଜଳିଲେ ପତି ଆଉ ପତ୍ନୀ । 

ଏଭଳି ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦର ୧୨ ନମ୍ବର ୱାର୍ଡରେ । ହରି କୁଳଦୀପ ମୃତ୍ୟୁବରଣ କରିଥିବା ବେଳେ ତାଙ୍କର ସ୍ତ୍ରୀ କମଳା କୁଳଦୀପ ମଧ୍ୟ ସ୍ବାମୀଙ୍କ ମୃତଦେହ ଆଗରେ ପ୍ରାଣ ହରାଇଛନ୍ତି । ଆଉ ଗୋଟିଏ ଜୁଇରେ ଜଳିଲେ ସ୍ବାମୀ-ସ୍ତ୍ରୀ ।

 

ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଥିଲା ଅତୁଟ ବନ୍ଧନ । ସ୍ତ୍ରୀ କମଳା ସ୍ୱାମୀଙ୍କ ମୃତ୍ୟୁ ପରେ ସମ୍ପୂର୍ଣ ଭାଙ୍ଗି ପଡିଥିଲେ । ଏବଂ ସ୍ୱାମୀଙ୍କ ମୃତ ଶରୀର ଆସିବା ପରେ ମୃତଦେହକୁ ଧରି ବାହୁନି ବାହୁନି ହୋଇ କାନ୍ଦି ଅଚେତ ହୋଇପଡ଼ିଥିଲେ । ତେବେ ଅଚେତ ଅବସ୍ଥାରେ ବାଲିମେଳା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ସ୍ୱାମୀଙ୍କ ମୃତ୍ୟୁ ପରେ ସେ ମର୍ମାହତ ହେବା ସହ ସ୍ୱାମୀଙ୍କ ଅକାଳ ବିୟୋଗକୁ ସହ୍ୟ କରି ନ ପାରି ମୃତ୍ୟୁବରଣ କରିଥିବା ଜଣାପଡିଛି । ତେବେ ସ୍ଥାନୀୟ ଲୋକମାନେ ଉଭୟ ମୃତ ଶରୀରକୁ ଗୋଟିଏ ଚିତାରେ ରଖି ଶବ ଦାହ କରିଥିବା ଜଣାପଡିଛି ।


 

ଆଜିଠାରୁ ଏକମାସ
31m ago
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
52m ago
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
54m ago
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି