୭୨ ବର୍ଷ ହେଲା ପୂଜା ପାଉଛନ୍ତି ବୁଢା ଗଣେଶ 
by Argus News
Sat, Sep 14 | 5:22 p.m.

ଅନୁଗୁଳ:  କାହିଁ କେଉଁ ଅତୁଟ ବିଶ୍ଵାସ ରଖୀ ପାଖାପାଖି ଦୀର୍ଘ ୭୨ ବର୍ଷ ହେବ ପାଳିତ ହେଉଛି ତାଳଚେର ରେ ଗଣେଶ ପୂଜା । ୧୯୪୮ ମସିହାରେ ହାତ ଗଣତି କେତୋଟି ମଣ୍ଡପ ରୁ ଆରମ୍ଭ ହୋଇଥିବା ଏହି ପୂଜା ପରିଣତ ହୋଇଛି ଗଣପର୍ବରେ । ମଣ୍ଡପ ସଂଖ୍ୟା ୧୦୦ ଛୁଇଁ ଥିବାବେଳେ ୧୦ ଦିନ ଧରି ଝଲସୁଛି ତାଳଚେର ସହର । ସହର ଗଳିକନ୍ଦି, ସାଇ ବସ୍ତି ସବୁଠି ଚାଲିଛି ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା ଉତ୍ସବ। ସମଗ୍ର ଓଡିଶାରେ ପ୍ରସିଦ୍ଧି ଲାଭ କରିଥିବା ତାଳଚେରର ଗଣେଷ ପୂଜା ଦେଖିବା ପାଇଁ  ସଞ୍ଜ ନଇଲା କ୍ଷଣି ସହରକୁ ଛୁଟୁଛି ଦେଖଣା ହାରିଙ୍କ ଭିଡ । ଏଥର ପ୍ରାୟ ୧୦୦ ଟି ପୂଜା ମଣ୍ଡପରେ ପୂଜା ପାଉଛନ୍ତି ଅଗ୍ରପୂଜ୍ୟ । କେଉଁଠି ଶ୍ରୀକ୍ଷେତ୍ର ରତ୍ନ ଭଣ୍ଡାର ସ୍ଥାନନ୍ତରଣର ଦୃଶ୍ୟ ମଧ୍ୟରେ ଗଜାନନ ଙ୍କୁ ପୂଜା କରାଯାଉଛି ତ ଆଉ କେଉଁଠି ରାଧା କୃଷ୍ଣ ଲୀଳାରେ ପୂଜା ପାଉଛନ୍ତି ଅଗ୍ରପୂଜ୍ୟ ତ ଅନ୍ୟ କେଉଁଠି ବଟ ଗଣେଶ ରୂପରେ ପୂଜା ପାଉଛନ୍ତି ବିଘ୍ନନାଶନ । ରଙ୍ଗୀନ ଆଲୋକ ରେ ଝଲସୁଛି   ତାଲଚେର । 

 ସହରର ବଉଳ ଛକ ରାହାସ ପାଟି ଗଣେଷ ପୂଜା କମିଟି ଗଜାନନଙ୍କ ପୂଜା ମଣ୍ଡପକୁ ଭିର୍ଣ୍ଣ ଢଙ୍ଗରେ ସଜାଇଛି । ଚଳିତ ବର୍ଷର ବୋହୁ ଚର୍ଚିତ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ଥାନନ୍ତରଣ ଦୃଶ୍ୟକୁ ଅବିକଳ ଭାବେ ସ୍ଥାନ  ଦିଆଯାଇଛି ପୂଜା ମଣ୍ଡପ ରେ । ହାଣ୍ଡିଧୁଆ ଛକ ଠାରୁ ଆରମ୍ଭ କରି ବଡ ବଜାର ଦୀର୍ଘ ୮ କିଲୋମିଟର ବ୍ୟାପୀ ସହର ଏବେ ଏବଂ ବିଭିନ୍ନ ସାହିରେ ବିଘ୍ନନାଶନ ଙ୍କୁ ପୂଜା କରାଯାଊଛି । ଗଣେଶ ଚତୁର୍ଥୀ ଠାରୁ ଆରମ୍ଭ ହୋଇ ଏହି ପୂଜା ଇନ୍ଦୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲିଥାଏ । ଏଥିପାଇଁ ସାରା ସହର ଏବେ ରଙ୍ଗୀନ ହୋଇ ଉଠିଛି । ୧୯୪୮ ମସିହାରୁ ଆଜି ଯାଏଁ ଗଜାନନ ଙ୍କ ପୂଜାକୁ ସମସ୍ତେ ପାଳି ଆସୁଛନ୍ତି । ଅଳ୍ପ କେଇଟି ପୂଜା ମଣ୍ଡପରୁ ଆରମ୍ଭ ହୋଇଥିବା ପୂଜା ଏବେ ପହଞ୍ଚିଛି ୧୦୦ ଟି ମଣ୍ଡପରେ ମାନ୍ୟତା ପାଇଛି ଗଣପର୍ବର ।  ପୂଜା ବୁଲିବା ସହ ତାଳଚେର ହାଟତୋଟା ପ୍ରଜାମଣ୍ଡଳ ଭବନ ନିକଟରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମିନାବଜାର ସମସ୍ତ ଙ୍କ ଅନ୍ୟତମ ଆକର୍ଷଣ ର କେନ୍ଦ୍ର ବିନ୍ଦୁ ପାଲଟିଛି । 
 ଅଧିକ ଦେଖନ୍ତୁ : 

ଗୋଷ୍ଠୀ ସଂଘର୍ଷ
6m ago
ଭଦ୍ରକରେ ଗୋଷ୍ଠୀ ସଂଘର୍ଷ, ୧୬୩ ଧାରା ଲାଗୁ
ଭଦ୍ରକ: ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ବୟାଙ୍ଗଡିହି ପଞ୍ଚାୟତ ଗୁଡୁପୋଖରୀ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ପତାକା ଉପୁଡାକୁ ନେଇ ଉତ୍ତେଜନା । ଯାହାକୁ ନେଇ ୪ ଜଣ ଆହତ ହୋଇଥିବାବଳେ ଜଣେ ଗୁରୁତ
100 ଦିନ
34m ago
100 ଦିନ ପୂର୍ତ୍ତି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ବଡ଼ ଘୋଷଣା
ପୁରୀ: 5 ବର୍ଷରେ 11ଟି MSME ପାର୍କ ପ୍ରତିଷ୍ଠା କରିବେ ବିଜେପି ସରକାର । ବିଜେପି ସରକାରର 100 ଦିନ ପୂର୍ତ୍ତି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି । ଗତକାଲି ଉଚ୍ଚସ୍ତରୀ
ବଢିବ ବର୍ଷା
38m ago
୨୨ ତାରିଖରୁ ବଢିବ ବର୍ଷାର ପରିମାଣ
ଭୁବନେଶ୍ୱର: ଟ୍ରପଲାଇନ ପ୍ରଭାବରେ ରାଜ୍ୟରେ ହାଲୁକରୁ ମଧ୍ୟମ ବର୍ଷା ଜାରି ରହିଥିବା ବେଳେ ପୁଣି ୨୨ ତାରିଖରୁ ବଢିବ ବର୍ଷାର ପରିମାଣ। ଆଗାମୀ ୨ ଦିନ ଯାଏଁ ରାଜ୍ୟରେ ବିଶେଷ କିଛ