ଫିଲ୍ମ ଷ୍ଟାଇଲରେ ହେଉଛି ଗଞ୍ଜେଇ ଚାଲାଣ
by Argus News
Fri, Apr 05 | 9:24 p.m.

ପୁଷ୍ପା ଷ୍ଟାଇଲରେ ଗଞ୍ଜେଇ ଚାଲାଣ
ପୁରା ଦେହରେ ଜରି ଟ୍ୟାପ୍‌
ତା'ଭିତରେ ଭର୍ତ୍ତି ହୋଇଥିଲା ଗଞ୍ଜେଇ
 

ଅର୍ଗସ ବ୍ୟୁରୋ : ଗୋଟିଏ କଥା ଜାଣିଲେ ଆପଣଙ୍କ ମୁଣ୍ଡ ଝାଏଁ ଝାଏଁ ମାରିବ, ବୁଦ୍ଧି ଗୁଡୁମ ହେବ । କାରଣ ଦେହରେ ସେଲୋ ଟେପ ଲଗାଇ ଚାଲଣ ହେଉଛି ଗଞ୍ଜେଇ । ହଁ, ଅଭିନବ ଉପାୟରେ ଗଞ୍ଜେଇ ଚୋରି । ସେଇଥି ଲାଗି ତ ବାବୁ ଏମିତି ବୁଦ୍ଧି ଆପଣାଇଛନ୍ତି । ଯାହାକୁ ନେଇ ଏବେ ଜୋର ଧରିଲାଣି ଚର୍ଚ୍ଚା ।

ପୁଷ୍ପା ଫିଲ୍ମର ଚନ୍ଦନ କାଠ ଚୋରି ଠାରୁ ବଳିଗଲା ଏ ଚୋରି । ପୁରା ଫିଲ୍ମ ଷ୍ଟାଇଲରେ ଚୋରି । ଗଞ୍ଜେଇ ଚାଲାଣ କରିବାର ଏ ହେଉଛି ନୂଆ ତରିକା । ଯାହାକୁ ମଧ୍ୟ ଫିଲ୍ମ ଷ୍ଟାଇଲ ମାଡ଼ି ବସିଛି ପୋଲିସ । ଏମିତି ଘଟଣା ରଚିଛନ୍ତି ଛତିଶଗଡ ବସ୍ତର ବାସିନ୍ଦା ମଣିକାନ୍ତ । ଯାହାଙ୍କୁ ଗିରିଫ କରିଛି ପୋଲିସ । ସାର୍ଟ ତଳେ ରହିଛି ଗଞ୍ଜେଇ । ନିଜ ଦେହରେ ୭ କେଜି ଗଞ୍ଜେଇ ଭର୍ତ୍ତି କରି ସେଲୋ ଟେପ୍ ଦ୍ୱାରା ଗୁଡେ଼ଇ ହୋଇଛି । ଏବଂ ସେଲୋ ତଳେ ରହିଛି ଗଞ୍ଜେଇ । ତା ସହ ଗୋଟାଏ ବ୍ୟାଗରୁ ମଧ୍ୟ ୧୫ କେଜି ଗଞ୍ଜେଇକୁ ଜବତ କରିଛି ପୋଲିସ ।

 

କୌଣସି ବିଶେଷ ସୂତ୍ରରୁ ଖବର ପାଇ ନନ୍ଦପୁର ଏସଡିପିଓ ଙ୍କ ନେତୃତ୍ୱରେ ପାଡୁଆ ପୋଲିସ ବସକୁ ଅପେକ୍ଷା କରିବା ସମୟରେ ମାଡ଼ି ବସିଥିଲା ପୋଲିସ। ଜବତ ଗଞ୍ଜେଇର ୧ ଲକ୍ଷ ଟଙ୍କାରୁ ଅଧିକ ହେବ । ଉକ୍ତ ଯୁବକକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ପୋଲିସ୍ ।

HAIR STRAIGHTENING
5m ago
Hair Straightening ବାରମ୍ବାର କରୁଛନ୍ତି କି?
ଅର୍ଗସ ବ୍ୟୁରୋ: ଆଜିକାଲି କେଶର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ଝିଅମାନେ ବିଭିନ୍ନ ପଦ୍ଧତି ଆପଣାଉଛନ୍ତି ଯେମିତି କି କେଶ ସିଧା କରିବା,କେରାଟିନ୍ ଟ୍ରିଟମେଣ୍ଟ ,ସ୍ପା ଆଦି । ଏସବୁ କଲେ କେଶର
BABY
47m ago
ପିଲାର ଚୁଟି ବଢାଇବାକୁ ଚାହୁଁଛନ୍ତି  ତେବେ ଏହି କାମ କରନ୍ତୁ
ଅର୍ଗସ ବ୍ୟୁରୋ: ପିଲା ମାନେ ଯେତେବେଳ ଜନ୍ମ ହୋଇଥାନ୍ତି କାହାର କାହାର ଚୁଟି ଥାଏ କିନ୍ତୁ ଅନେକ ପିଲାମନଙ୍କର ଚୁଟି ଜମା ନଥାଏ । ସେତେବେଳେ ଆପଣ ମାନେ ଚିନ୍ତାରେ ଥିବେ କଣ କଲେ ପିଲାର ଚୁଟ
ଜେପି ନଡ୍ଡା
୫ରେ ପୁଣି ଓଡିଶା ଆସୁଛନ୍ତି ଜେପି ନଡ୍ଡା
ଅର୍ଗସ ବ୍ୟୁରୋ : ୫ରେ ପୁଣି ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ଗସ୍ତ ନେଇ ବିଜେପି ଉପ ସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି । ପୂର୍ବରୁ ଏପ୍ରିଲ ୨