ହାଇକୋର୍ଟ ଯାଏଁ ଗଲା ଚକୋଲେଟ ଓ ପଟାଟୋ ଚିପ୍ସ ଚୋରି ମାମଲା
by Argus News
Wed, Jan 17 | 9:39 p.m.

ଅର୍ଗସ ବ୍ୟୁରୋ : ହାଇକୋର୍ଟ ଯାଏଁ ଗଲା ଚକୋଲେଟ ଓ ପଟାଟୋ ଚିପ୍ସ ଚୋରି ମାମଲା । ଶକ୍ତ ଦଣ୍ଡ ବଦଳରେ ଏକ ବୃଦ୍ଧାଶ୍ରମରେ ପ୍ରତିଦିନ ୨ ଘଣ୍ଟା ଲେଖାଏଁ ୨ ମାସ ଯାଏଁ ଶ୍ରମଦାନ କରିବାକୁ କହିଲେ ବମ୍ବେ ହାଇକୋର୍ଟର ଗୋଆ ବେଞ୍ଚ । ଗୋଆର ଏକ ବିଶ୍ବବିଦ୍ୟାଳୟରେ ଏକ ସମ୍ମିଳନୀ ଚାଲିଥିବା ବେଳେ ୫ ଜଣ ଛାତ୍ର ପଟାଟୋ ଚିପ୍ସ, ଚକୋଲେଟ, ସାନିଟାଇଜର, ପେନ୍, ନୋଟପେଡ୍ ଏବଂ ସେଲଫୋନ ଷ୍ଟାଣ୍ଡ ଚୋରି କରିଥିଲେ । 

ଧରାପଡ଼ିବା ପରେ ଛାତ୍ରମାନେ କହିଥିଲେ ଯେ, ଏସବୁ ଜିନିଷ ସେଠାରେ ଅନାବଶ୍ୟକ ଭାବେ ପଡ଼ିରହିଥିବା ଭାବି ଉଠାଇ ନେଇଥିଲେ । ପରେ ସବୁ ସାମଗ୍ରୀ ଫେରାଇ ଦେବା ସହ କ୍ଷମା ପ୍ରାର୍ଥନା କରିଥିଲେ । ଏହାପରେ କଲେଜର ଷ୍ଟାଣ୍ଡିଂ ପେନେଲ୍ ୫ ଜଣ ଛାତ୍ରଙ୍କୁ ପ୍ରଥମ ସେମିଷ୍ଟାର ପାଇଁ ରେଜିଷ୍ଟ୍ରେସନ କରିବାକୁ ମନା କରିଥିଲେ । ଏହାସହ ୫୦ ହଜାର ଟଙ୍କା ଲେଖାଏଁ ଫାଇନ ଲଗାଇଥିଲେ । 

ଅଧିକ ପଢନ୍ତୁ ଭାରତ ଖବର

ପରେ ବିଶ୍ବବିଦ୍ୟାଳୟର ନିର୍ଦ୍ଦେଶକଙ୍କ ପାଖରେ ଗୁହାରି କରିବାରୁ ନିର୍ଦ୍ଦେଶକ ୩ ଜଣ ଛାତ୍ରଙ୍କୁ ରେଜିଷ୍ଟ୍ରେନସ ପାଇଁ ଅନୁମତି ଦେଇଥିଲେ ହେଁ ଫାଇନ ପୂରା ଦେବାକୁ କହିଥିଲେ । ପରେ ଦଣ୍ଡରୁ ବର୍ତ୍ତି ନଥିବା ଦୁଇଜଣ ଛାତ୍ର ବମ୍ବେ ହାଇକୋର୍ଟର ଗୋଆ ବେଞ୍ଚଙ୍କ ଦ୍ବାରସ୍ଥ ହୋଇଥିଲେ । ତେବେ ହାଇକୋର୍ଟ ପରୀକ୍ଷାରୁ ବାରଣ ନକରିବାକୁ ବିଶ୍ବବିଦ୍ୟାଳୟକୁ ନିର୍ଦ୍ଦେଶ ଦେବା ସହ ଦଣ୍ଡ ସ୍ବରୂପ ଏକ ବୃଦ୍ଧାଶ୍ରମରେ ପ୍ରତିଦିନ ୨ ଘଣ୍ଟା ଲେଖାଏଁ ୨ ମାସ ଯାଏଁ ଶ୍ରମଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

HELICOPTER CARRYING
କୁହୁଡ଼ି ଓ ଖରାପ ପାଗ ଏହି ଦୁର୍ଘଟଣାର କାରଣ ବୋଲି କୁହାଯାଉଛି
ଅର୍ଗସ ବ୍ୟୁରୋ : ଇରାନରେ ଘଟିଲା ବଡ଼ ଦୁର୍ଘଟଣା । ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟର ରବିବାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି, ଏହା ପରେ ଜରୁରୀକାଳୀ
ରୋଡ ସୋ'
ରାଜଭବନରେ ପ୍ରଧାନମନ୍ତ୍ରୀ, କାଲି ମୋଦିଙ୍କ ରୋଡ ସୋ'
ଭୁବନେଶ୍ୱର: ରାଜଭବନ ଅଭିମୁଖେ ପ୍ରଧାନମନ୍ତ୍ରୀ। ପରିଚାଳନା କମିଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ କରି ରାଜଭବନରେ ଅଭିମୁଖେ ଯାଉଛନ୍ତି ମୋଦି। ରାଜଭବନରେ ରାତ୍ରୀଯାପ
PM MODI
ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍ୟ ମାନଙ୍କ ସହ କଲେ ଆଲୋଚନା
ଅର୍ଗସ ବ୍ୟୁରୋ : ଗୁରୁ ମନ୍ତ୍ର ବି ଦେଲେ ମୋଦି । ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ । ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍